ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ । ସେହି ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନୂତନ ଭାବେ ପ୍ରସ୍ତୁତ ନାଗରିକ କୈନ୍ଦ୍ରିକ ୱେବସାଇଟକୁ ଉନ୍ମୋଚନ କରିଛନ୍ତି । ଏହି ୱେବସାଇଟରେ ୫ଟି ନେତୃତ୍ୱାଧୀନ ପରିବର୍ତ୍ତନର ଏକାଧିକ ସ୍ତମ୍ଭ ପ୍ରଦର୍ଶିତ ହୋଇଛି । ମହିଳା ସଶକ୍ତୀକରଣ, ଅନ୍ତର୍ଭୁକ୍ତି ବିକାଶ, ଆଦିବାସୀ କଲ୍ୟାଣ, ଯୁବ ଓ କ୍ରୀଡ଼ା, କୃଷି, ଆଇଟି ଏବଂ ପୁଞ୍ଜିନିବେଶ ଭଳି କ୍ଷେତ୍ରରେ ସ୍ତମ୍ଭ ପ୍ରଦର୍ଶିତ ହୋଇଛି ।
ଲୋକଙ୍କ ସ୍ୱରକୁ ସୁଦୃଢ଼ କରିବା ସହ ସେମାନଙ୍କୁ ରାଜ୍ୟର ପ୍ରଗତିରେ ଅଂଶୀଦାର କରିବା ଦିଗରେ ଦଳର ପ୍ରତିବଦ୍ଧତାକୁ ମଧ୍ୟ ଏହି ୱେବସାଇଟରେ ଦର୍ଶାଯାଇଛି । ୫ଟି ଅଧ୍ୟକ୍ଷଙ୍କ ନିରନ୍ତର ପ୍ରୟାସ ଭାବେ ସମସ୍ତ ଜିଲ୍ଲାର ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବା ଏବଂ ଅଭିଯୋଗର ଶୀଘ୍ର ର୍ନିଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ୱେବସାଇଟରେ ଏକ ବିଭାଗ ରହିଛି । ଏହି ୱେବସାଇଟରେ ଏକ ଆଧୁନିକ ସୋସିଆଲ ମିଡିଆ ପ୍ଲାଟଫର୍ମ ରହିଛି । ଯେଉଁଥିରେ ଡିଜିଟାଲ ଡୋମେନରେ ସମର୍ଥକ ଏବଂ ନାଗରିକଙ୍କ ସହ ସମାନ ଭାବରେ ଯୋଡ଼ି ହେବା ପାଇଁ ଦଳର ପ୍ରୟାସକୁ ଦର୍ଶାଯାଇଛି । ଜନ କଲ୍ୟାଣ ପାଇଁ ଏକ ଅଲଗା ବିଭାଗ ସମର୍ପିତ, ଯେଉଁଠାରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ତାଲିକାଭୁକ୍ତ କରିଛି । ଯୋଜନାଗୁଡିକ ହିତାଧିକାରୀ ଭିତ୍ତିରେ ତାଲିକାଭୁକ୍ତ ହୋଇଛି ଏବଂ ନାଗରିକମାନଙ୍କୁ କଲ୍ୟାଣକାରୀ ଯୋଜନାଗୁଡିକର ଲାଭ ଉଠାଇବାରେ ଏହା ସାହାଯ୍ୟ କରିବ । ଏହି ୱେବସାଇଟରେ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶାର ଭାବନା ପ୍ରତିଫଳିତ ହେବ । ଏହା ସହ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟବାସୀଙ୍କୁ ‘ଶଙ୍ଖନାଦ'ରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ.... ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଦିନ, ଜନନାୟକଙ୍କୁ ଝୁରୁଛି ଓଡ଼ିଶା
ୱେବସାଇଟ ଉନ୍ମୋଚନ ଅବସରରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର, ଭୁବନେଶ୍ୱରର ୩ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ୱରର ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ବିଜେଡି ସଭାପତି ନବୀନ ନିବାସରୁ ଭିସି ଯୋଗେ ଯୋଡି ହୋଇଥିଲେ । ୱେବସାଇଟ ଚଳାଇବାକୁ ହେଲେ https://www.bjdodisha.org.in/home ରେ କ୍ଲିକ କରିବାକୁ କୁହାଯାଇଛି ।
ତେବେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, ''ଆଧୁନିକ ଓଡ଼ିଶାର ନିର୍ମାତା, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସମାଜର ସବୁ ବର୍ଗର ଲୋକଙ୍କୁ ନେଇ ବିକାଶକୁ ବଳିଷ୍ଠ କରିବା ଲାଗି ସେ ଆଙ୍କିଥିବା ନକ୍ସା ଏବେ ମଧ୍ୟ ଆମକୁ ବାଟ ଦେଖାଉଛି। ଆସନ୍ତୁ ସେହି ବିକାଶ ପୁରୁଷଙ୍କ ଅବଦାନକୁ ମନେ ପକାଇ ଓଡ଼ିଆ ଜାତୀୟତାର ପରିଚୟକୁ ଆହୁରି ଗୌରବାନ୍ଵିତ କରିବା । ନୂଆ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବା ।''
- " class="align-text-top noRightClick twitterSection" data="">
ଇଟିଭି ଭାରତ, ଭୁବନେଶ୍ବର