ETV Bharat / politics

କେନ୍ଦୁଝରରୁ କ୍ୟାପିଟାଲ୍, ରାଇକଳାରୁ ରାଜ୍ୟ ମୁଖିଆ, ସହଜ ନ ଥିଲା ମୋହନଙ୍କ ସଂଘର୍ଷମୟ ଯାତ୍ରା ! - CM MOHAN MAJHI VILLAGE RAIKALA

author img

By ETV Bharat Odisha Team

Published : Jun 13, 2024, 4:30 PM IST

Updated : Jun 13, 2024, 4:53 PM IST

CM Mohan Charan Majhi's Village: ଶପଥ ନେଇଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଦିବାସୀ ବହୁଳ ଅଖ୍ୟାତ ପଲ୍ଲୀ ରାଇକଳାରୁ ରାଜଧାନୀର ସିଏମ ଆବାସ ପର୍ଯ୍ୟନ୍ତର ଯାତ୍ରା ପଛରେ ଲୁଚି ରହିଛି ମୋହନ ମାଝୀଙ୍କ ସଂଘର୍ଷମୟ ପ୍ରେରଣାଦାୟୀ ଯାତ୍ରା । ଅଧିକ ପଢନ୍ତୁ

CM Mohan Charan Majhi's Village
CM Mohan Charan Majhi's Village (ETV Bharat Odisha)

କେନ୍ଦୁଝର: ଏବେ ଓଡିଶାର ମାନଚିତ୍ରରେ ରାଇକଳା ଗାଁର ତାତ୍ପର୍ଯ୍ୟ ବେଶ ବଢିଯାଇଛି । ଉତ୍ତର ଓଡିଶାର କେନ୍ଦୁଝର ଜିଲ୍ଲାର ଅନ୍ତର୍ଗତ ଆସୁଛି ରାଇକଳା ଗାଁ । କାଲି ଯାଏଁ କେନ୍ଦୁଝର ଜିଲ୍ଲାର ରାଇକଳା ଗାଁ ଓଡିଶାବାସୀଙ୍କ ପାଇଁ ଅଜଣା ଥିଲା । କିନ୍ତୁ ଆଜି ରାଇକଳା ଗାଁକୁ ଆଉ ଏକ ନୂଆ ପରିଚୟ ମିଳିଛି । ରାଇକଳା ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ ଗାଁ । ଗତକାଲି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବାପରେ ଏହି ଅଖ୍ୟାତ ଗାଁକୁ ଛୁଟିଛି ଲୋକ ଓ ମିଡିଆ ପ୍ରତିନିଧିଙ୍କ ଭିଡ଼ । ଗାଁର ପୁଅ ମୋହନ ଆଜି ପାଲଟିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଘୋଷଣା ପରେ ମୋହନ ମାଝୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଜେପି ନେତା ଓ କର୍ମୀ ବାଣଫୁଟାଇ ପରସ୍ପର ମଧ୍ୟରେ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କରିଥିଲେ ।

ସଦର ବ୍ଳକ ରାଇକଳା ଗ୍ରାମର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ଥାନୀୟ ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ନିଜର ସ୍ନାତକ ସାରିବା ପରେ ଝୁମ୍ପୁରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆଚାର୍ଯ୍ୟ ଭାବେ ଯୋଗ ଦେଇଥିଲେ । ୧୯୯୭ ମସିହାରେ ରାଇକଳା ପଞ୍ଚାୟତ ସରପଞ୍ଚ ଭାବେ ଦାୟିତ୍ବ ନେବା ପରେ ପଛକୁ ଫେରି ଚାହିଁନାହାନ୍ତି ମୋହନ । ସରପଞ୍ଚ ଥିବା ସମୟରେ ସେ ୨୦୦୦ରେ ବିଜେଡି-ବିଜେପି ମେଣ୍ଟ ସମୟରେ ପ୍ରଥମେ କେନ୍ଦୁଝର ସଦର ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ବିଧାନସଭାରେ ପାଦ ଥାପିଥିଲେ ।

ଏହା ମଧ୍ୟ ପଢନ୍ତୁ ...ଓଡ଼ିଶାରେ ଆରମ୍ଭ ବିଜେପି ସରକାର; ଶପଥ ନେଲେ ନୂଆ ମନ୍ତ୍ରୀ ପରିଷଦ - First BJP CM Mohan Majhi sworn in

୨୦୦୪ରେ ପୁଣିଥରେ ବିଜେଡି-ବିଜେପି ମେଣ୍ଟର ଦ୍ଵିତୀୟପାଳିରେ ମଧ୍ୟ ବିଜେପି ପ୍ରାର୍ଥୀ ହୋଇ ଦ୍ଵିତୀୟଥର ପାଇଁ ବିଧାନସଭାକୁ ଯିବା ସହ ଶାସକ ଦଳ ଉପମୁଖ୍ୟ ସଚେତକ ଭଳି ଗୁରୁଦାୟିତ୍ଵ ନିର୍ବାହ କରି ରାଜ୍ୟ ନେତା ଭାବେ ନିଜକୁ ପ୍ରତିପାଦିତ କରିବାରେ ସକ୍ଷମ ହୋଇଥିଲେ । ଏହାପରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ସେ ୨୦୦୯ ଓ ୨୦୧୪ରେ କେନ୍ଦୁଝର ସଦର ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ଲଗାତାର ଦୁଇଥର ପରାଜୟର ସାମ୍ନା କରିଥିଲେ । ତେବେ ହାର ନ ମାନି ପୁଣଇ ଥରେ ସେ ୨୦୧୯ରେ ତୃତୀୟଥର ପାଇଁ କେନ୍ଦୁଝର ବିଧାନସଭା ଆସନରୁ ବିଜେପି ବିଧାୟକ ଭାବେ ଲଢ଼ି ବିଧାନସଭାକୁ ନିର୍ବାଚିତ ହେବା ସହ ବିରୋଧ ଦଳ ମୁଖ୍ୟ ସଚେତକ ସମେତ ପବ୍ଲିକ୍ ଆକାଉଣ୍ଟସ୍ କମିଟି ଅଧ୍ୟକ୍ଷ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ବିଧାନସଭା ଭିତରେ ଓ ବାହାରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଶାସକ ବିଜେଡିକୁ ଘେରି ଚର୍ଚ୍ଚାର ପରିସରକୁ ଆସିଥିଲେ ସେତେବେଳର ବିଧାୟକ ମୋହନ ମାଝୀ ।

ବିଶେଷକରି ଜିଲ୍ଲାରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ ଭଳି ମୌଳିକ ସମସ୍ୟା ସମ୍ପର୍କରେ ବିଧାୟକ ମାଝୀ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଧାନସଭାରେ ସ୍ଵରକୁ ଶାଣିତ କରିଥିଲେ । ତତ୍‌କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ଜିଲା ଖଣିଜ ପାଣ୍ଠି (ଡିଏମଏଫ୍)କୁ ହାତପାଣ୍ଠି ଭାବେ ବ୍ୟବହାର କରିବା ନେଇ ଡିଏମଏଫ୍ ବୈଠକରେ ଓ ବିଧାନସଭା ରେ ବାରମ୍ବାର ସ୍ବର ଉତ୍ତୋଳନ କରିଥିଲେ ମୋହନ ମାଝୀ । ମୋହନଙ୍କ ନାଁ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଗାଁରେ ଅଦିନିଆ ହୋଲି ମେଳା ହୋଇଥିବା ବେଳେ ସୁରକ୍ଷା କର୍ମୀ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଘରକୁ ସୁରକ୍ଷା ଦେଉଛନ୍ତି । ମୋହନ ମାଝୀଙ୍କ ମୁଖ୍ୟମନ୍ତ୍ରୀ ହେବା ଫଳରେ କେନ୍ଦୁଝରରେ ଦୀର୍ଘଦିନର ଦାବି ବୃହତ୍ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ତଥା ନିର୍ମାଣାଧୀନ କାନପୁର ବୃହତ ଜଳ ସେଚନର ପାଇଁ ଦାବିର ପୂର୍ଣ୍ଣାଙ୍ଗ ରୂପ ନେବାର ସମ୍ଭାବନା ଦିଶୁଛି ।

ଇଟିିଭି ଭାରତ, କେନ୍ଦୁଝର

Last Updated : Jun 13, 2024, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.