ETV Bharat / politics

ଆନ୍ଧ୍ରରେ NDAକୁ ମିଳିଲା ବଳ: ବିଜେପି-ଟିଡିପି-ଜେଏସପି ସିଟ୍ ଭାଗବଣ୍ଟା ଚୂଡ଼ାନ୍ତ

author img

By ETV Bharat Odisha Team

Published : Mar 12, 2024, 10:14 AM IST

Updated : Mar 12, 2024, 10:27 AM IST

NDA finalizes seat sharing in Andhra Pradesh: ଆନ୍ଧ୍ରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାଠି ଲଢିବେ ବିଜେପି-ଟିଡିପି ଓ ଜେଏସପି । ସରିଲା ଆସନ ଭାଗବଣ୍ଟା । କାହାକୁ ମିଳିଲା କେତେ ଆସନ, ଆସନ୍ତୁ ଜାଣିବା,

Etv Bharat
Etv Bharat

ଅମରାବତି/ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ବିଜେପି-ଟିଡିପି ଓ ଜେଏସପି ମେଣ୍ଟ । ଚଳିତ ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଏକାଠି ଲଢିବେ ଏହି ତିନି ଦଳ । ମେଣ୍ଟ ଘୋଷଣା ପରେ ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି । ଏନେଇ ଟିଡିପି ମୁଖ୍ୟ ତଥା ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶରେ ମୋଟ ଲୋକସଭା ଆସନ ୨୫ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି 6 , ଟିଡିପି 17 ଓ ଜେଏସପି 2ଟି ଆସନରେ ଲଢିବେ । ସେହିପରି ରାଜ୍ୟ ବିଧାନସଭାରେ ମୋଟ ୧୭୫ ଆସନ ମଧ୍ଯରୁ ଟିଡିପି 144 ଆସନରେ ଲଢ଼ିବାକୁ ଥିବା ବେଳେ, ଜେଏସପି 21ଟି ଆସନରେ ଏବଂ ବିଜେପି ୧୦ ଆସନରେ ପ୍ରତିଦ୍ବନ୍ଦ୍ବିତା କରିବେ । ସୋମବାର ବସିଥିବା ବୈଠକରେ ମାରଥନ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ଖୁବଶୀଘ୍ର ତିନି ଦଳ ପକ୍ଷରୁ ପ୍ରାର୍ଥୀ ମଧ୍ୟ ଘୋଷଣା କରାଯିବ ।

ଆନ୍ଧ୍ରପ୍ରଦେଶରେ NDA ମେଣ୍ଟ: କାହାକୁ କେତେ ସିଟ୍ ?

ଦଳ

ଲୋକସଭା

25 ଆସନ

ବିଧାନସଭା

175 ଆସନ

ବିଜେପି610
ଟିଡିପି17144
ଜେଏସପି221

ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଏକ୍ସରେ ଟ୍ବିଟ କରି କହିଛନ୍ତି, ''ସୋମବାର ଅମରାବତୀରେ ବସିଥିବା ବୈଠକରେ ବିଜେପି, ଟିଡିପି ଏବଂ ଜେଏସପି ମଧ୍ୟରେ ସିଟ ଆବଣ୍ଟନ ହୋଇଛି । ଏହି ମହତ୍ବପୂର୍ଣ୍ଣ ପଦକ୍ଷେପ ପରେ ଆନ୍ଧ୍ରପ୍ରଦେଶର ଲୋକମାନେ ବର୍ତ୍ତମାନ ଆମ ରାଜ୍ୟକୁ ପୁନଃ ପ୍ରାପ୍ତ କରିବା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ରାସ୍ତା ଖୋଲିଛନ୍ତି । ମୁଁ ନମ୍ରତାର ସହିତ ଆନ୍ଧ୍ରପ୍ରଦେଶର ଲୋକମାନଙ୍କୁ ଏହି ମିଳିତ ମେଣ୍ଟକୁ ଆଶୀର୍ବାଦ ଦେବା ଏବଂ ସେମାନଙ୍କ ସେବା କରିବା ପାଇଁ ଆମକୁ ଐତିହାସିକ ଜନାଦେଶ ପ୍ରଦାନ କରିବାକୁ ଆହ୍ବାନ କରୁଛି । ''

ଏହା ମଧ୍ୟ ପଢନ୍ତୁ-ରୋଚକ ହେବ ଆନ୍ଧ୍ର ରାଜନୀତି: ନିର୍ବାଚନ ପୂର୍ବରୁ NDAରେ ସାମିଲ ହେଲା ଚନ୍ଦ୍ରବାବୁ ନାଇଡୁଙ୍କ TDP

ଆନ୍ଧ୍ର ପ୍ରଦେଶରେ 25 ଟି ଲୋକସଭା ଏବଂ 175 ଟି ବିଧାନସଭା ଆସନ ରହିଛି । ଜନସେନା ପ୍ରଥମେ 24ଟି ବିଧାନସଭା ଏବଂ ତିନୋଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଥିଲା, କିନ୍ତୁ ମେଣ୍ଟରେ ସାମିଲ ହେବା ପରେ 2 ଟି ବିଧାନସଭା ଏବଂ ଦୁଇଟି ଲୋକସଭା ଆସନରେ ଚଳିତ ନିର୍ବାଚନ ଲଢିବ । 2024 ନିର୍ବାଚନରେ ପ୍ରଥମ ଥର ହେବ ତିନି ଦଳ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବେ । 2014 ରେ ଟିଡିପି ଏବଂ ବିଜେପି ମେଣ୍ଟ କରି ନିର୍ବାଚନ ଲଢିଥିବା ବେଳେ ଜନସେନା ପାର୍ଟି ତାଙ୍କର ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଥିଲା । ଟିଡିପି ଏବଂ ଜନସେନା ପୂର୍ବରୁ 100 ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି ଏବଂ ନାଇଡୁ କହିଛନ୍ତି ଯେ ସମ୍ପୃକ୍ତ ଦଳ ଶୀଘ୍ର ଅନ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ।

ମାର୍ଚ୍ଚ 9 ତାରିଖରେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟରେ ସାମିଲ ହୋଇଥିଲେ ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ତେଲଗୁ ଦେଶମ ପାର୍ଟି ଓ ପବନ କଲ୍ୟାଣଙ୍କ ଜନସେନା ପାର୍ଟି । ଏଥର 400 ଆସନ ହାସଲ କରିବାର ଲକ୍ଷ୍ୟ ରଖି ନିର୍ବାଚନ ଲଢିବାକୁ ଯାଉଥିବା ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ତାମିଲନାଡୁ ପରେ ଆନ୍ଧ୍ର ପ୍ରଦେଶରେ ମଧ୍ୟ ମେଣ୍ଟରେ ନିର୍ବାଚନ ଲଢିବ । ଦିଲ୍ଲୀରେ କଥାବାର୍ତ୍ତା ପରେ ମେଣ୍ଟ ସମ୍ପର୍କରେ ନିଜେ ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଚନ୍ଦ୍ରବାବୁ ନାଇଡୁଙ୍କ TDP ପୂର୍ବରୁ ଏନଡିଏ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଭାବେ ଥିଲା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 12, 2024, 10:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.