ETV Bharat / politics

ହଟିଲେ ଖଟ୍ଟର, ନାୟବ ସିଂ ସୈନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Mar 12, 2024, 2:19 PM IST

Updated : Mar 12, 2024, 11:04 PM IST

Haryana New CM Nayab Singh Sain: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସୈନି । ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ପରେ ରାଜ୍ୟପାଳଙ୍କୁ ଭେଟିଲେ ସୈନି । ମେଣ୍ଟରୁ ‘ଜେଜେପି’ ଆଉଟ୍‌ । ଅଧିକ ପଢନ୍ତୁ

Etv Bharatହଟିଲେ ଖଟ୍ଟର, ନାୟର ସିଂ ସୈନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ, ସଂଧ୍ୟାରେ ଶପଥ

ଚଣ୍ଡିଗଡ: ଲୋକସଭା ନିର୍ବାଚନର ଠିକ୍‌ ପୂର୍ବରୁ ହରିୟାଣାରେ ବଦଳିଲା ରାଜନୈତିକ ସମୀକରଣ । ରାଜ୍ୟରେ ବିଜେପି-ଜେଜେପି ମେଣ୍ଟ ଭାଙ୍ଗିବା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ପୁଣିଥରେ ବିଜେପି ସରକାର ଗଠନ ହେବାକୁ ଯାଉଛି । ବରିଷ୍ଠ ନେତା ମନୋହର ଲାଲ ଖଟ୍ଟରଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ଦେବାକୁ ନିଷ୍ପତ୍ତି ନେଇଛି । ତାଙ୍କ ସ୍ଥାନରେ ରାଜ୍ୟରେ ଆଗଧାଡିର ପଛୁଆବର୍ଗ ନେତା ନାୟବ ସିଂ ସୈନି ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ପୂର୍ବାହ୍ନରେ ଖଟ୍ଟରଙ୍କ ଇସ୍ତଫା ପରେ ଅପରାହ୍ନରେ ସୈନି ବିଧାୟକଙ୍କ ସମର୍ଥନପତ୍ର ସହ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ସାକ୍ଷାତ କରି ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି ଜଣାଇଥିଲେ । ଆଜି ସନ୍ଧ୍ୟାରେ ରାଜଭବନରେ ଶପଥ ଗ୍ରହଣ କରିଛନ୍ତି ।

ନୟାବ ସିଂ ସୈନିଙ୍କ ସମ୍ପର୍କରେ : ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ନେତା ମନୋହରଲାଲ ଖଟ୍ଟରଙ୍କ ସ୍ଥାନ ନେଉଥିବା ସୈନି ଏବେ ରାଜ୍ୟ ବିଜେପି ସଭାପତି ଅଛନ୍ତି । ଗତବର୍ଷ ଅକ୍ଟୋବରରେ ତାଙ୍କୁ ଦଳ ରାଜ୍ୟ ସଭାପତି ଦାୟିତ୍ବ ଦେଇଥିଲା । ସେ ରାଜ୍ୟର ଜଣେ ଆଗଧାଡିର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ନେତା ଓ ସେ ଏବେ କୁରୁକ୍ଷେତ୍ର ସଂସଦୀୟ ଆସନରୁ ସାଂସଦ ରହିଛନ୍ତି । ଆଜି ଖଟ୍ଟରଙ୍କ ଇସ୍ତଫା ପରେ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାମରେ ମୋହର ଲାଗିଛି । ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସୈନିଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଖଟ୍ଟର ଓ ଅନ୍ୟ ଦଳୀୟ ବରିଷ୍ଠ ନେତାମାନେ ରାଜଭବନ ଗସ୍ତ କରିଥିଲେ ।

ହରିୟାଣା ସଂଖ୍ୟା ଗଣିତ:-

ରାଜ୍ୟରେ ମୋଟ 90 ବିଧାନସଭା ଆସନ ଥିବାବେଳେ ସରକାର ଗଠନ ପାଇଁ ସଂଖ୍ୟା ବହୁମତ ରହିଛି 46 ଆସନ । ବିଜେପି ନିକଟରେ ଏବେ 41 ବିଧାୟକ ରହିଛନ୍ତି । କଂଗ୍ରେସ 30, ‘ଜେଜେପି’ର 10 ବିଧାୟକ ଓ ରାଜ୍ୟରେ 6 ସ୍ବାଧୀନ ବିଧାୟକ ରହିଛନ୍ତି । ବିଜେପି-ଜେଜେପି ମେଣ୍ଟ ଭାଙ୍ଗିବା ପରେ ସ୍ବାଧୀନ ବିଧାୟକମାନେ ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି । ତେଣୁ ସଂଖ୍ୟା ଦୃଷ୍ଟିରୁ ପୁଣିଥରେ ବିଜେପି ସରକାର ଗଠନ ହେବାରେ କୌଣସି ସନ୍ଦେହ ନାହିଁ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମନୋହରଲାଲ ଖଟ୍ଟର ଲୋକସଭା ନିର୍ବାଚନ ଲଢିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ :- ରାଜସ୍ଥାନରେ ସମରାଭ୍ୟାସ ବେଳେ କ୍ରାସ ହେଲା ‘ତେଜସ’, ପାଇଲଟ ସୁରକ୍ଷିତ

2019ରେ କ୍ଲିନସ୍ବିପ୍‌ କରିଥିଲା ବିଜେପି:-

2019 ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟର ସମସ୍ତ 10 ଲୋକସଭା ଆସନ ଦଖଲ କରି କ୍ଲିନସ୍ବିପ କରିବାରେ ସଫଳ ହୋଇଥିଲା । ପରେ ବିଜେପି ସହ କ୍ଷମତା ମେଣ୍ଟକୁ ଆସିଥିବା ଦୁଷ୍ୟନ୍ତ ଚୌଟାଲାଙ୍କ ଜେଜେପି-ଆମ ଆଦମୀ ପାର୍ଟି ସହ ମେଣ୍ଟରେ 7 ଲୋକସଭା ଆସନରେ ନିର୍ବାଚନ ଲଢିଥିଲା । ହେଲେ ଦଳ ସଂସଦୀୟ ଖାତା ଖୋଲିପାରିନଥିଲା । ଏଥର ବିଜେପିକୁ 2 ଆସନ ଛାଡିବା ପାଇଁ ଜେଜେପି କ୍ୟାମ୍ପରୁ ବାରମ୍ବାର ଚାପ ପଡିବା କାରଣରୁ ବିଜେପି ଏହି ମେଣ୍ଟ ଭାଙ୍ଗିବା ନିଷ୍ପତ୍ତି ନେଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ବିଜେପି ଗତଥର ପରି ଏଥର ମଧ୍ୟ ସମସ୍ତ ସଂସଦୀୟ ଆସନରେ ଜିତିବା ନେଇ ଆଶାବାଦୀ ଥିବା କାରଣରୁ ଜେଜେପି ସହ ଆସନ ବୁଝାମଣା କରିବାକୁ ଅନିଚ୍ଛା ପ୍ରକାଶ କରିଥିବା ଆକଳନ କରାଯାଉଛି । ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି । ଏହା ପରେ ମନୋହରଲାଲ ଖଟ୍ଟରଙ୍କ ଲୋକସଭା ନିର୍ବାଚନ ଲଢ଼ିବା ଚର୍ଚ୍ଚା ମଧ୍ୟ କ୍ରମଶଃ ସ୍ପଷ୍ଟ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 12, 2024, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.