ETV Bharat / politics

ରାଜଧାନୀରେ ନମୋ ଯୁବ ମତଦାତା ବୈଠକ, ଯୁବ ଭୋଟରଙ୍କୁ ବିଜେପିର ଫୋକସ୍

Namo Yuva Matadata Meeting : ଆଜି ଭୁବନେଶ୍ବର ସ୍ଥିତ ସହିଦନଗର କନକ ଦୁର୍ଗା ମନ୍ଦିର ପରିସରରେ ବିଜେପି ଆରମ୍ଭ କରିଛି " ନମୋ ଯୁବ ମତଦାତା ବୈଠକ" । ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ଲତା ଉଷେଣ୍ଡି ବିଜେପି ଯୁବ ମୋର୍ଚ୍ଚାର ନମୋ ଯୁବ ମତଦାତା ବୈଠକରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

ରାଜଧାନୀରେ " ନମୋ ଯୁବ ମତଦାତା ବୈଠକ", ଯୁବ ଭୋଟରଙ୍କୁ ବିଜେପିର ଫୋକସ୍

author img

By ETV Bharat Odisha Team

Published : Feb 29, 2024, 10:26 PM IST

ରାଜଧାନୀରେ " ନମୋ ଯୁବ ମତଦାତା ବୈଠକ", ଯୁବ ଭୋଟରଙ୍କୁ ବିଜେପିର ଫୋକସ୍

ଭୁବନେଶ୍ବର: ନୂଆ ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ବିଜେପିର ବଡ ପ୍ଲାନ । ଏଥି ପାଇଁ ସମଗ୍ର ଦେଶରେ ବିଜେପି ଆରମ୍ଭ କରିଛି " ନମୋ ଯୁବ ମତଦାତା ବୈଠକ" । ଏହି କ୍ରମରେ ଆଜି ଭୁବନେଶ୍ବର ସ୍ଥିତ ସହିଦନଗର କନକ ଦୁର୍ଗା ମନ୍ଦିର ପରିସରରେ ଏହାକୁ ନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ଲତା ଉଷେଣ୍ଡି ବିଜେପି ଯୁବ ମୋର୍ଚ୍ଚାର ନମୋ ଯୁବ ମତଦାତା ବୈଠକରେ ଯୋଗ ଦେଇଥିଲେ ।

ଏହି ଅବସରରେ ଲତା କହିଛନ୍ତି, ପ୍ରଥମ ଥର ପାଇଁ ଭୋଟ ଦେବାକୁଥିବା ଯୁବ ଭୋଟରମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ସମ୍ପର୍କ କରିବାର ପ୍ରୟାସ କରାଯାଇଛି । ଆସନ୍ତା ନିର୍ବାଚନ ୧୮ ତମ ଲୋକ ସଭା ନିର୍ବାଚନ ହୋଇଥିବାରୁ ନୂଆ ୧୮ ବର୍ଷୀୟ ଭୋଟରମାନେ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଯୋଜନାରେ ଯେପରି ସାମିଲ ହେବେ ସେଥିପାଇଁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆସନ୍ତା ସମୟ ଯୁବପିଢିଙ୍କର , ତେଣୁ ବୁଥ ସ୍ତରରେ ଯୁବବର୍ଗଙ୍କୁ ଯୋଡି ବିଜେପି ସରକାରର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ ... ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, କହିଲେ 'ସୁରକ୍ଷା ଦେବାରେ ଫେଲ୍ ନବୀନ ସରକାର'

ସେହିଭଳି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ରାଜ୍ୟ ର ସମସ୍ତ ନିର୍ବାଚନ ମଣ୍ଡଳୀରେ କରାଯାଉଛି । ୧୮ ରୁ ୩୫ ବର୍ଷ ର ଯୁବକ ମାନଙ୍କୁ ବିଜେପି ସହିତ ଯୋଡିବାକୁ ପ୍ରୟାସ କରାଯାଉଛି । ପ୍ରଧାନ ମନ୍ତ୍ରୀଙ୍କର ୧୦ ବର୍ଷର ଉପଲବ୍ଧି ତଥା ଯୁବବର୍ଗ ପାଇଁ ୨୦୪୭ ରେ ମନୋଦିଜୀଙ୍କ ବିକଶିତ ଭାରତର ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ଆଲୋଚନା କରାଯାଇଛି । ଏହା ସହ ଭାଜପାର ଏଜେଣ୍ଡାରେ ଯୁବପିଢି କଣ ଚାହାନ୍ତି ତାହା ମଧ୍ୟ ଚର୍ଚ୍ଚା ହୋଇଥିଲା ।

ରାଜ୍ୟରେ ଭ୍ରଷ୍ଟ ସରକାରଙ୍କୁ ହଟାଇବାରେ ଯୁବପିଢିଙ୍କର ଭୂମିକା କଣ ରହିଛି ସେ ସମ୍ପର୍କରେ ଅବଗତ କରାଯାଇଛି । ରାଜ୍ୟରେ ୮୦୦୦ ଶକ୍ତି କେନ୍ଦ୍ରରେ ଏହି ପ୍ରକାର କାର୍ଯ୍ୟକ୍ରମ ଜାରି ରହିବ ବୋଲି ଯୁବ ମୋର୍ଚ୍ଚାର ସଭାପତି ସୂଚନା ଦେଇଛନ୍ତି । ତେବେ ଆଜିର ଆଲୋଚନାଚକ୍ର ଭୁବନେଶ୍ବରର ୨୯ ନମ୍ବର ୱାର୍ଡରେ ହୋଇଥିଲା । ସୂଚନାଯୋଗ୍ୟ ଯେ ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନ ସହ ସାରା ଦେଶରେ ୫ ହଜାର ସ୍ଥାନରେ ହୋଇଥିଲା ନବ ମତଦାତା ସମ୍ମିଳନୀ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.