ETV Bharat / politics

ବିଗ୍ ଫାଇଟ ପାଇଁ ତୟାର ନବରଙ୍ଗପୁର; ୩ ମାଝୀଙ୍କ ମଧ୍ୟରେ ହେବ ଜୋରଦାର ଟକ୍କର, ବିଜୟ ଆଶାରେ ସବୁ ଦଳ - LOK SABHA Election 2024 - LOK SABHA ELECTION 2024

Lok Sabha Election 2024: ନବରଙ୍ଗପୁର ଲୋକସଭା ଆସନରେ ୩ ମାଝୀଙ୍କ ମଧ୍ୟରେ ହେବ ହାଇ ଭୋଲଟେଜ ଫାଇଟ୍ । ପୁଣିଥରେ ବିଜୟର ବାନା ଉଡାଇବାକୁ ବିଜେଡି ଲକ୍ଷ୍ୟ ରଖିଥିବା ବେଳେ, ନିଜର ପୁରୁଣା ଗଡ ଫେରିପାଇବ କି କଂଗ୍ରେସ ? ନା ଏଥର ବାଜି ମାରିନେବ ବିଜେପି ?

Etv Bharat
Etv Bharat
author img

By ETV Bharat Odisha Team

Published : Apr 6, 2024, 8:57 AM IST

Updated : Apr 6, 2024, 12:04 PM IST

ବିଗ୍ ଫାଇଟ ପାଇଁ ତୟାର ନବରଙ୍ଗପୁର; ୩ ମାଝୀଙ୍କ ମଧ୍ୟରେ ହେବ ଜୋରଦାର ଟକ୍କର, ବିଜୟ ଆଶାରେ ସବୁ ଦଳ

ନବରଙ୍ଗପୁର: ଚଳିତ ଲୋକସଭା ନିର୍ବାଚନରେ ନବରଙ୍ଗପୁର ଦେଖିବ ବିଗ୍ ଫାଇଟ୍ । ପ୍ରସ୍ତୁତ ମୈଦାନ, ପ୍ରସ୍ତୁତ ସିପାହୀ । ତିନି ପ୍ରମୁଖ ରାଜନୈତିକ ଦଳ ନିଜର ଚର୍ଚ୍ଚିତ ଓ ଅଭିଜ୍ଞ ଚେହେରାଙ୍କୁ ପ୍ରାର୍ଥୀ କରିଛନ୍ତି । ମୈଦାନରେ ଅଛନ୍ତି ୩ ମାଝୀ । ବିଜେଡିରୁ ପ୍ରଦୀପ, ବିଜେପିରୁ ବଳଭଦ୍ର ଓ କଂଗ୍ରେସରୁ ଭୁଜବଳ । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ମୈଦାନରେ ୩ ମାଝୀଙ୍କ ମଧ୍ୟରେ ହେବ ଜୋରଦାର ଟକ୍କର । ତେବେ ତିନି ମାଝୀଙ୍କ ବଳିଷ୍ଠ ରାଜନୈତିକ ଇତିହାସ ରହିଥିବାରୁ ଏହାକୁ ନେଇ ନବରଙ୍ଗପୁର ରାଜନୀତି ପାଣିପାଗ ଉଷ୍ଣ ହୋଇଛି । ପୁଣିଥରେ ବିଜେଡି ନିଜର ବିଜୟଯାତ୍ରା ଅତୁଟ ରଖିବାକୁ ଲକ୍ଷ୍ୟ ରଖିଥିବା ବେଳେ ନିଜର ପୁରୁଣା ଗଡ ଫେରିପାଇବାକୁ ବଳ ଲଗାଇବ କଂଗ୍ରେସ । ସେପଟେ ଦୁଇ ଦଳକୁ ଟକ୍କର ଦେବାକୁ ବିଜେପି ବି ତୟାର ରହିଛି ।

୩ ପ୍ରାର୍ଥୀ ମଧ୍ୟରୁ ଗତ 2019 ନିର୍ବାଚନରେ ପ୍ରଦୀପ ମାଝୀ କଂଗ୍ରେସରୁ ଲଢିଥିବା ବେଳେ ବିଜେପିରୁ ବଳଭଦ୍ର ମାଝୀ ସାଂସଦ ପ୍ରାର୍ଥୀ ହୋଇଥିଲେ । ସେଥର କଂଗ୍ରେସ ଭୁଜବଳ ମାଝୀଙ୍କୁ ଡାବୁଗାଁ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ କରିଥିଲା । ଆଉ ନିର୍ବାଚନରେ ୩ ଜଣ ଯାକ ପରାଜିତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ରାଜନୈତିକ ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ଓଲଟା । ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବର୍ତ୍ତମାନ ବିଜେଡି ଶିବିରକୁ ଯାଇ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ଗତଥରର ସାଂସଦ ପ୍ରାର୍ଥୀ ଥିବା ବଳଭଦ୍ର ମାଝୀଙ୍କ ଉପରେ ବିଜେପି ପୁଣି ଭରସା କରିଛି । ତେବେ କଂଗ୍ରେସ ମଧ୍ୟ ତିନି ଥରର ଡାବୁଗାଁ ବିଧାୟକ ଥିବା ଭୁଜବଳ ମାଝୀଙ୍କୁ ପ୍ରାର୍ଥୀ କରିଛି ।

ଏହା ମଧ୍ୟ ପଢନ୍ତୁ: ବାଲେଶ୍ୱର ଲୋକସଭା ଆସନ: କିଏ ହେବ ପ୍ରତାପଙ୍କ ପ୍ରତିଦ୍ବନ୍ଦ୍ବୀ, ଛିଡୁନି ଦ୍ବନ୍ଦ୍ବ - Balasore Lok Sabha Constituency

ଗତ ୨୦୧୪ ଓ ୨୦୧୯ ନିର୍ବାଚନ ଫଳାଫଳ ଉପରେ ନଜର ପକାଇଲେ, ବିଜେଡି ଦୁଇଥର ଯାକ ଏହି ସାଂସଦ ଆସନକୁ ହାତେଇବାରେ ସକ୍ଷମ ହୋଇଥିଲା । ହେଲେ ୨୦୦୯ ନିର୍ବାଚନରେ କଂଗ୍ରେସରୁ ପ୍ରଦୀପ ମାଝୀ ନବରଙ୍ଗପୁର ଲୋକସଭା ଆସନରେ ବିଜୟୀ ହୋଇଥିଲେ । ୨୦୧୪ରେ ରେଳବାଇ ଇଞ୍ଜିନିୟରିଂ ଚାକିରି ଛାଡି ବିଜେଡିରୁ ପ୍ରାର୍ଥୀ ହୋଇଥିବା ବଳଭଦ୍ର ମାଝୀ ନିକଟତମ ପ୍ରତିଦ୍ବନ୍ଦ୍ବୀ ପ୍ରଦୀପ ମାଝୀଙ୍କୁ ହରାଇ ନିର୍ବାଚନ ଜିତିଥିଲେ । ମାତ୍ର ଗତ ୨୦୧୯ ନିର୍ବାଚନ ସମୟରେ ବଳଭଦ୍ର ବିଜେଡି ଛାଡି ବିଜେପି ଶିବିରକୁ ଡେଇଁଥିଲେ । କିନ୍ତୁ ଉଭୟ ସାଂସଦ ପ୍ରାର୍ଥୀ ଥିବା କଂଗ୍ରେସରୁ ପ୍ରଦୀପ ମାଝୀ ଓ ବିଜେପିରୁ ବଳଭଦ୍ର ମାଝୀ ବିଜେଡିର ରମେଶ ମାଝୀଙ୍କଠାରୁ ପରାଜିତ ହୋଇଥିଲେ ।

ଆସନ୍ତା ନିର୍ବାଚନକୁ ନେଇ ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ କହିଛନ୍ତି ଯେ, ' ବିଜେଡି ସରକାରରେ କୃଷକ, ମହିଳା, ଯୁବଗୋଷ୍ଠୀ, ଗରୀବ ଲୋକଙ୍କ ଜୀବନଧାରଣରେ ପରିବର୍ତ୍ତନ ଆସିଛି । ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକକୁ ନେଇ ଲୋକଙ୍କ ପାଖକୁ ଯିବୁ ଭୋଟ ମାଗିବୁ । ନିର୍ବାଚନରେ ନିଶ୍ଚୟ ଜିତିବୁ । ' ଅପରପକ୍ଷରେ ବିଜେପି ପ୍ରାର୍ଥୀ ମୋଦି ସରକାରଙ୍କ ବିକାଶମୂଳକ ଯୋଜନା ସହ ୨୪ ବର୍ଷର ବିଜେଡି ସରକାରର ବିଫଳତାକୁ ମୁଦ୍ଦା କରି ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ, କଂଗ୍ରେସ ପ୍ରାର୍ଥୀ ମଧ୍ୟ ନିଜର ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

୨୦୧୪ରେ ନବରଙ୍ଗପୁର ନିର୍ବାଚନ ଫଳାଫଳ:

ନବରଙ୍ଗପୁର ଲୋକସଭା ଆସନ ଅଧିନରେ ୭ ଗୋଟି ବିଧାନସଭା ଆସନ ରହିଛି । ସେଗୁଡ଼ିକ ହେଲା- ନବରଙ୍ଗପୁର, ଉମରକୋଟ, ଝରିଗାଁ, ଡାବୁଗାଁ, କୋଟପାଡ଼, ଚିତ୍ରକୋଣ୍ଡା, ମାଲକାନଗିରି । ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟର ସବୁବେଳେ ନିର୍ବାଚନ ମୈଦାନରେ ମାଝୀ ବନାମ ମାଝୀ ଲଢେଇ ଦେଖି ଆସୁଛନ୍ତି । ୨୦୧୪ ମସିହା ନିର୍ବାଚନରେ ଏଠି ଭୋଟରଙ୍କ ସଂଖ୍ୟା ୧୦ ଲକ୍ଷ ୨୨ ହଜାର ୧୨୭ ଥିବାବେଳେ, ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଥିଲେ ୩ ମାଝୀ । ସେହି ସମୟରେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇଥିଲେ ଇଂ ବଳଭଦ୍ର ମାଝୀ, କଂଗ୍ରେସରୁ ପ୍ରଦୀପ ମାଝୀ ଏବଂ ବିଜେପିରୁ ପର୍ଶୁରାମ ମାଝୀ । ଏଇ ୩ ମାଝୀଙ୍କ ଲଢେଇରେ ତୃତୀୟ ସ୍ଥାନରେ ବିଜେପିର ପର୍ଶୁରାମ ମାଝୀ ୧ ଲକ୍ଷ ୩୮ ହଜାର ୪୩୦ ଖଣ୍ଡ ଭୋଟ ପାଇଥିବା ବେଳେ, ୩ ଲକ୍ଷ ୭୧ ହଜାର ୮୪୫ ଖଣ୍ଡ ଭୋଟ ସହ ପ୍ରଦୀପ ମାଝୀ ଦ୍ଵିତୀୟ ସ୍ଥାନରେ ଏବଂ ୩ ଲକ୍ଷ ୭୩ ହଜାର ୮୮୭ ଭୋଟ ପାଇ ବିଜୟୀ ହୋଇଥିଲେ ବିଜେଡିର ବଳଭଦ୍ର ମାଝୀ । ମାତ୍ର ୨୦୪୨ ଖଣ୍ଡ ଭୋଟରେ ବିଜେଡିର ବଳଭଦ୍ର ମାଝୀଙ୍କ ଠାରୁ ହାରିଥିଲେ କଂଗ୍ରେସର ପ୍ରଦୀପ ମାଝୀ ।

୨୦୧୪ ନବରଙ୍ଗପୁର ନିର୍ବାଚନ: କାହାକୁ କେତେ ଭୋଟ୍?

ପ୍ରାର୍ଥୀ ଭୋଟ୍

ବଳଭଦ୍ର ମାଝୀ (ବିଜେଡି) ୩,୭୩,୮୮୭

ପ୍ରଦୀପ ମାଝୀ (କଂଗ୍ରେସ) ୩,୭୧,୮୪୫

ପର୍ଶୁରାମ ମାଝୀ(ବିଜେପି) ୧,୩୮,୪୩୦

୨୦୧୯ରେ ନବରଙ୍ଗପୁର ନିର୍ବାଚନ ଫଳାଫଳ:

୨୦୧୯ର ନିର୍ବାଚନ ଥିଲା ଟିକେ ଅଲଗା । ଏଠି ମଧ୍ୟ ମାଝୀ ବନାମ ମାଝୀ ଲଢେଇ ହୋଇଥିଲା । କିନ୍ତୁ ବିଜୟୀ ପ୍ରାର୍ଥୀ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇ ବିଜେପିରୁ ପ୍ରାର୍ଥୀ ହେଇଥିଲେ । କଂଗ୍ରେସ ଦଳ ପୁଣିଥରେ ପ୍ରଦୀପ ମାଝୀଙ୍କୁ ପ୍ରାର୍ଥୀ କରିଥିଲା । ଏପଟେ ବଳଭଦ୍ର ଦଳ ଛାଡିବା ପରେ ରମେଶ ମାଝୀଙ୍କୁ ଟିକେଟ୍ ଦେଇଥିଲା ବିଜେଡି । ରମେଶ ମାଝୀ ନବାଗତ ଥିଲେ କିନ୍ତୁ ଝରିଗାଁ ନିର୍ବାଚନ ମଣ୍ଡଳୀର ଲଗାତର ବିଧାୟକ ଥିବା ସହ ବହୁବାର ରାଜ୍ୟ ମନ୍ତ୍ରୀ ମଧ୍ୟ ଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ରମେଶ ମାଝୀ ୩ ଲକ୍ଷ ୯୨ ହଜାର ୫୦୪ ଖଣ୍ଡ ଭୋଟ ପାଇ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରୁ ବିଜୟ ଲାଭ କରିଥିବା ବେଳେ ୩ ଲକ୍ଷ ୫୦ ହଜାର ୮୭୦ ଭୋଟ ସହ ଦ୍ଵିତୀୟ ସ୍ଥାନରେ ଥିଲେ କଂଗ୍ରେସର ପ୍ରଦୀପ ମାଝୀ । ତୃତୀୟ ସ୍ଥାନରେ ବିଜେପିର ବଳଭଦ୍ର ମାଝୀଙ୍କୁ ୩ ଲକ୍ଷ ୪୨ ହଜାର ଭୋଟ ମିଳିଥିଲା । ବିଗତ ଦୁଇଟି ନିର୍ବାଚନରେ ମାଝୀ ଲଢେଇ ହୋଇଥିବା ବେଳେ ୨୦୨୪ ନିର୍ବାଚନରେ ମଧ୍ୟ ସମାନ ଲଢେଇ ଦେଖିବାକୁ ମିଳିବ, କିନ୍ତୁ ଏଥର ନେତାଙ୍କ ଦଳ ଅଲଗା ।

୨୦୧୯ ନବରଙ୍ଗପୁର ନିର୍ବାଚନ: କାହାକୁ କେତେ ଭୋଟ୍?

ପ୍ରାର୍ଥୀ ଭୋଟ୍

ରମେଶ ମାଝୀ(ବିଜେଡି) ୩,୯୨,୫୦୪

ପ୍ରଦୀପ ମାଝୀ (କଂଗ୍ରେସ) ୩,୫୦,୮୭୦

ବଳଭଦ୍ର ମାଝୀ (ବିଜେପି) ୩,୪୨,୦୦୦

ଇଟିଭି ଭାରତ, ନବରଙ୍ଗପୁର

Last Updated : Apr 6, 2024, 12:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.