ETV Bharat / politics

ରାଜନୀତିରୁ ସନ୍ୟାସ ଘୋଷଣା କଲେ ଗୌତମ ଗମ୍ଭୀର

author img

By ETV Bharat Odisha Team

Published : Mar 2, 2024, 11:45 AM IST

Updated : Mar 2, 2024, 12:01 PM IST

MP Gautam Gambhir Quit Politics: ରାଜନୀତିରୁ ସନ୍ୟାସ ନେବେ ସାଂସଦ ଗୌତମ ଗମ୍ଭୀର । ଏଥି ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ଅନୁରୋଧ କଲେ ଗମ୍ଭୀର । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଆଜି ଘୋଷଣା ହୋଇପାରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା । ଏହା ପୂର୍ବରୁ ରାଜନୀତିରୁ ଦୂରେଇବାକୁ ମନସ୍ଥ କରିଛନ୍ତି ଭାରତୀୟ ଟିମର ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର । ରାଜନୀତିରୁ ସନ୍ୟାସ ନେବା ପାଇଁ ସେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ଅନୁରୋଧ କରିଥିବା ଏକ୍ସରେ ସୂଚନା ଦେଇଛନ୍ତି । ରାଜନୀତିରୁ ମୁକ୍ତ ହେଲେ ଆଗାମୀ ଦିନରେ କ୍ରିକେଟ ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି । ରାଜନୀତି ମାଧ୍ୟମରେ ଲୋକଙ୍କ ସେବା କରିବାକୁ ଅନୁମତି ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଗୌତମ ଗମ୍ଭୀର ଏକ୍ସରେ ଉଲ୍ଲେଖ କରିଛନ୍ତି, ମୁଁ ମୋର ରାଜନୈତିକ କର୍ତ୍ତବ୍ୟରୁ ମୁକ୍ତି ପାଇବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅନୁରୋଧ କରିଛି । ଯାହା ଦ୍ବାରା ଆଗାମୀ ଦିନରେ ମୁଁ କ୍ରିକେଟ୍ ଉପରେ ଅଧିକ ଧ୍ୟାନ ଦେଇ ପାରିବି । ମୋତେ ଲୋକଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।''

ଏହା ମଧ୍ୟ ପଢନ୍ତୁ-ଆଇପିଏଲ୍‌ ୨୦୨୪ ପୂର୍ବରୁ KKRକୁ ଗମ୍ଭୀରଙ୍କ କମ୍‌ବ୍ୟାକ୍‌, କ୍ୟାପଟେନ୍ ନୁହେଁ ଏଥର ମେଣ୍ଟର୍

ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି ଗମ୍ଭୀର । କ୍ରିକେଟରୁ ସନ୍ୟାସ ନେବା ପରେ ଗମ୍ଭୀର 2019ରେ ରାଜନୀତିକୁ ଆସିଥିଲେ । ମାର୍ଚ୍ଚ ମାସରେ ସେ ବିଜେପିରେ ଯୋଗ ଦେଇଥିଲେ । 2019 ଲୋକସଭା ନିର୍ବାଚନରେ ବିଜେପି ଟିକେଟରୁ ପୂର୍ବ ଦିଲ୍ଲୀ ଆସନରୁ ଲଢି ବିଜୟୀ ହୋଇଥିଲେ । 6,95,109 ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଥିଲେ ।

ଏହି ଆସନରେ କଂଗ୍ରେସର ପ୍ରାର୍ଥୀ ରହିଥିଲେ ଅରବିନ୍ଦର ସିଂ ଲଭଲି ଓ ଆପ୍ର ଲୋକସଭା ପ୍ରାର୍ଥୀ ରହିଥିଲେ ଆତିଶୀ ମାର୍ଲିନା । ଆଗାମୀ 2024 ନିର୍ବାଚନ ପାଇଁ ଗମ୍ଭୀରଙ୍କୁ ଟିକେଟ ନମିଳିବା ଭୟରେ ସେ ରାଜନୀତିରୁ ସନ୍ୟାସ ନେବା ପାଇଁ ସ୍ଥିର କରିଥିବା ଚର୍ଚ୍ଚା ହେଉଛି । କ୍ରିକେଟ କ୍ୟାରିୟରରେ ସେ 242 ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ10, 324 ରନ କରିଛନ୍ତି । କ୍ରିକେଟରେ ଉଲ୍ଲେଖନୀୟ ଅବଦାନ ପାଇଁ 2019ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ଗମ୍ଭୀର । ଆଗାକୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ 2024 । ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ (KKR) ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି ଗମ୍ଭୀର ।

Last Updated : Mar 2, 2024, 12:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.