ETV Bharat / politics

ଗଡ଼ ମଜବୁତ କରୁଛି ବିଜେପି, ପାଟଣାରେ ବାଇକ୍ ରାଲି ସହ ମହାମିଶ୍ରଣ ପର୍ବ - BJP Joining Program

author img

By ETV Bharat Odisha Team

Published : May 11, 2024, 10:17 PM IST

BJP Joining Program: କେନ୍ଦୁଝରରେ ବିଜେପିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ଦୁଇ ତୁଙ୍ଗ ଯୁବ ନେତାଙ୍କ ସହିତ ତାଙ୍କର ହଜାରରୁ ଅଧିକ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ

BJP Joining Program
BJP Joining Program (ETV Bharat Odisha)
BJP Joining Program (ETV Bharat Odisha)

କେନ୍ଦୁଝର: ନିର୍ବାଚନ ଯେତିକି ପାଖେଇ ଆସୁଛି, ସମସ୍ତ ନିର୍ବାଚନ ମଣ୍ଡଳୀରେ ରୋଚକ ହେବାରେ ଲାଗିଛି ଲଢ଼େଇ । ପ୍ରଚାର ମୈଦାନରେ ବଳ କଷୁଛନ୍ତି ସମସ୍ତ ପ୍ରାର୍ଥୀ । ସେହିକ୍ରମରେ ଆଜି କେନ୍ଦୁଝରରେ ବିଜେପି ପକ୍ଷରୁ ବିଶାଳ ବାଇକ ଶୋଭାଯାତ୍ରା କରାଯିବା ସହିତ ଶକ୍ତି ପ୍ରଦର୍ଶନ କରାଯାଇଛି । ହେଲେ ଏଥି ମଧ୍ୟରେ ଥମୁନି ଦଳ ଡିଆଁ ପର୍ବ । ଆଜି କେନ୍ଦୁଝର ବିଜେପିର ହାତ ମୁଠାକୁ ଟାଣ କରି ଦଳରେ ଯୋଗ ବିଜେଡିର ଦୁଇ ତୁଙ୍ଗ ଯୁବ ନେତା କରୁଣା ସାଗର ଖଟୁଆ (ଦିପୁ ) ଓ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ବଡ ପୁଅ ତଥା ଯୁବ ନେତା ଅମୂଲ ପୃଷ୍ଟି । ତାଙ୍କ ସହିତ ତାଙ୍କର ହଜାରରୁ ଅଧିକ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଉ ଗୋଟିଏ ଦିନ ବାକି ରହିଛି । ଏଥିପାଇଁ ସବୁ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଓଡ଼ିଶାରେ ବିଶେଷ କରି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବାକୁ ଥିବା ବେଳେ ବିଜେପି ବିଜେଡ଼ି ମଧ୍ୟରେ କଡ଼ା ଟକ୍କର ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ପ୍ରକାଶ ଯୋଗ୍ୟ ଯେ, ଦୁଇ ଦିନ ତଳେ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ପକ୍ଷରୁ ଏକ ମହା ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଯେଉଁଥିରେ ପାଟଣା ନିର୍ବାଚନ ମଣ୍ଡଳୀର ଏକ ହଜାରରୁ ଉର୍ଦ୍ଧ କଂଗ୍ରେସ ଓ ବିଜେପିର ତୁଙ୍ଗ ନେତାଙ୍କ ସହ କର୍ମୀ ଯୋଗ ଦେଇଥିଲେ । ଏହାର ଦୁଇ ଦିନ ପରେ ଆଜି ଦମ ଦେଖାଇଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ.. ବିଜେଡିରେ ମିଶିଲେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ରଞ୍ଜୁବାଳା ବେହେରା - Bjd Joining Program

ଆଜି ଦିନରେ ପ୍ରଥମେ ମଲିପଶି ଛକ ଠାରୁ ଦୁଇ ହଜାରରୁ ଊର୍ଦ୍ଧ୍ବ କର୍ମୀ ଏକ ବାଇକ୍ ଶୋଭାଯାତ୍ରା କରି ପାଟଣା ବଜାରରେ ହୋଇଥିବା ସଭା ସ୍ଥଳୀକୁ ଆସିଥିଲେ । ପରେ ସ୍ଥାନୀୟ ଏସବିଆଇ ବ୍ୟାଙ୍କ ପଡିଆ ଠାରେ ଏକ ସାଧାରଣ ସଭାରେ ପାଞ୍ଚ ହଜାର କର୍ମୀଙ୍କୁ ନେଇ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମହା ମିଶ୍ରଣ ପର୍ବରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପବନ ସିଂ କୁଳଷ୍ଟେ ଯୋଗ ଦେଇ ଏହି ଯୁବ ନେତାଙ୍କୁ ଦଳରେ ସାମିଲ କରିଥିବା ବେଳେ ସାଂସଦ ପ୍ରାର୍ଥୀ ଅନନ୍ତ ନାଏକ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ ମହାମିଶ୍ରଣ ପର୍ବରେ ପାଟଣା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ, ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକଙ୍କ ସହ ବହୁତୁଙ୍ଗ ନେତା ଉପସ୍ଥିତ ରହିଥିଲେ। ମହା ମିଶ୍ରଣ ପର୍ବରେ ଜଗନ୍ନାଥ ହଟାଅ ପାଟଣା ବଞ୍ଚାଅ ନାରା ଗୁଞ୍ଜି ଉଠିଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.