ETV Bharat / politics

ବିଜେଡିକୁ ବାହୁଡ଼ିଲେ ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ - Basanti Mallick Joins BJD - BASANTI MALLICK JOINS BJD

Basanti Mallick Joins BJD: ବିଜେଡିକୁ ପୁଣି ଫେରିଲେ ମୋହନା ନିର୍ବାଚନ ମଣ୍ଳୀର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ । 2019 ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 30, 2024, 8:48 PM IST

ବିଜେଡିକୁ ବାହୁଡ଼ିଲେ ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ

ଭୁବନେଶ୍ବର: ବିଜେଡିକୁ ବାହୁଡ଼ିଲେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ । ବିଜେପି ଛାଡି ଆଜି ପୁରୁଣା ଘରକୁ ଫେରିଛନ୍ତି । 5 ବର୍ଷ ପରେ ସେ ବିଜେପି ସହ ସମ୍ପର୍କ ତୁଟାଇ ପୁଣି ବିଜେଡିକୁ ଆସିଛନ୍ତି । ବିଜେଡି ପକ୍ଷରୁ ତାଙ୍କୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ପ୍ରିୟବ୍ରତ ମାଝୀ ସ୍ୱାଗତ କରିଛନ୍ତି ।

ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ 2014ରେ ବିଜେଡି ଟିକଟରୁ ବିଧାୟିକା ହୋଇଥିଲେ ବାସନ୍ତୀ ମଲ୍ଲିକ । 2019 ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡି ବିଜେପିରେ ମିଶିଥିଲେ । କାରଣ ବିଜେଡି ତାଙ୍କ ଟିକେଟ କାଟି ଦେଇଥିଲା । ଅଭିମାନରେ 2019ରେ ସେ ଦଳ ଛାଡିଥିବା ବେଳେ ଆଜି ପୁନର୍ବାର ବିଜେଡିକୁ ଫେରିଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ପ୍ରିୟବ୍ରତ ମାଝୀ, ବାସନ୍ତୀଙ୍କୁ ଉତ୍ତରୀୟ ପକାଇ ଦଳକୁ ସ୍ୱାଗତ କରିଛନ୍ତି । ତେବେ ବାସନ୍ତୀ 1997ରୁ 2002, 2002ରୁ 2007, 2007ରୁ 2012 ପର୍ଯ୍ୟନ୍ତ ଲଗାତାର ଭାବେ 3 ଥର ମୋହନା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସରପଞ୍ଚ ହୋଇଥିଲେ । 2012ରୁ 2014 ସମିତିସଭ୍ୟା ଭାବେ ନିର୍ବାଚିତ ହୋଇ ମୋହନା ବ୍ଲକ ଚେୟାରମ୍ୟାନ ହୋଇଥିଲା । ବାସନ୍ତୀଙ୍କ ଘର ବାହୁଡା ଦ୍ୱାରା ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ବିଜେଡି ସୁଦୃଢ ହେବ ବୋଲି ଚର୍ଚ୍ଚା ହେଉଛି ।

ବିଜେଡିରେ ସାମିଲ ହେବା ପରେ ବାସନ୍ତୀ ମଲ୍ଲିକ କହିଛନ୍ତି, "ବିଜେଡିକୁ ଫେରିଥିବାରୁ ମୁଁ ବିଶେଷ ଖୁସି ଅନୁଭବ କରୁଛି । ଦୀର୍ଘ ବର୍ଷ ଧରି ପରିଶ୍ରମ କରିଥିଲି । ମୋ କାମ କରିବା ଦେଖି ସେ ମୋତେ ବିଶ୍ୱାସ କରି ଟିକଟ ଦେଇଥିଲେ । 2014ରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ବିଧାୟିକା ଭାବେ ମୋତେ ଟିକଟ ଦେଇଥିଲେ । ବିଜୟ ଲାଭ କରିଥିଲି । 2019ରେ ଭଲ ସଂଗଠନ ଥିଲେ ମଧ୍ୟ ସେତେବେଳେ ମୋତେ ଟିକେଟ ମିଳିନଥିଲା । ଦୁଃଖ ପ୍ରକାଶ କରିଥିଲି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଦାୟିତ୍ୱ ସେତବେଳେ ବୁଝୁଥିଲେ । ଅନିୟମିତତା ଭାବେ ସେ ମୋ ଟିକେଟ ଅନ୍ୟ ଜଣଙ୍କୁ ଦେଇଥିଲେ । ସେଥିପାଇଁ ସେଠାରେ ବିଜେଡି ହାରିଥିଲା ।"

ଏହା ମଧ୍ୟ ପଢ଼ନ୍ତୁ...'ମହିଳାଙ୍କ ଚରିତ୍ର ସଂହାର କରୁଛି ବିଜେପି'; ସିଇଓଙ୍କ ଦ୍ବାରସ୍ଥ ହେଲା ବିଜେଡି - BJD Meet CEO

ବାସନ୍ତୀ ମଲ୍ଲିକ ଆହୁରି ମଧ୍ୟ କହିଛନ୍ତି, "ପ୍ରଦୀପ ପାଣିଗ୍ରାହୀଙ୍କ ଅନିମିୟତା ପାଇଁ ବିଜେଡି ତାଙ୍କୁ ଦଳରୁ କାଢି ଦେଇଛି । ଲୋକଙ୍କ କୋଟି କୋଟି ଟଙ୍କା ଖାଇଥିବା ପ୍ରଦୀପଙ୍କୁ ବିଜେପି କୋଳେଇ ନେଇଛି । ସେହିଭଳି ଲୋକଙ୍କୁ ବିଜେପି ବ୍ରହ୍ମପୁର ପାଇଁ ପ୍ରାର୍ଥୀ କରିଛି । ବିଜେପି ତାଙ୍କୁ ମୁଣ୍ଡରେ ବସାଇଛି । ଯେଉଁ ଦଳରେ ସ୍ୱଚ୍ଛତା ନାହିଁ, ସେହିଭଳି ଲୋକଙ୍କୁ ସମର୍ଥନ କଲେ ନିଜକୁ ଦୋଷୀ ଲାଗୁଛି । ସେହିଭଳି ଲୋକକୁ ସପୋର୍ଟ କରିବି ନାହିଁ ବୋଲି ଆଜି ବିଜେଡିରେ ସାମିଲ ହେଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.