ETV Bharat / politics

ବିଜେଡିରେ ନେତା ଓ କର୍ମୀମାନେ ରୁନ୍ଧି ହୋଇଯାଇଛନ୍ତି: ପ୍ରଶାନ୍ତ ଜଗଦ୍ଦେବ - Prasanta Jagadev on BJD

Prashant Jagadev Reaction on BJD: ନିର୍ବାଚନ ପୂର୍ବରୁ ପ୍ରତିଦିନ ବହୁ ବିଜେଡି ନେତା ଦଳ ଛାଡ଼ି ବିଜେପିରେ ମିଶିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥର ଡବଲ ଇଞ୍ଜିନ ସରକାର ହେବ ଓ ଓଡ଼ିଶାରେ କମଳ ଫୁଟିବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ବିଜେଡିରେ ନେତା ଓ କର୍ମୀମାନେ ରୁନ୍ଧି ହୋଇଯାଇଛନ୍ତି

author img

By ETV Bharat Odisha Team

Published : Mar 2, 2024, 7:50 PM IST

ବିଜେଡିରେ ନେତା ଓ କର୍ମୀମାନେ ରୁନ୍ଧି ହୋଇଯାଇଛନ୍ତି

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଶାରେ ଦଳ ଡିଆଁ ରାଜନୀତି ସେତିକି ବଢ଼ିବାରେ ଲାଗିଛି । ଆଉ ଏହି ଦଳ ଡିଆଁ ପର୍ବ ଶାସକ ବିଜେଡିର ଅଡ଼ୁଆ ବଢ଼ାଇବାରେ ଲାଗିଛି । କାରଣ ପ୍ରତିଦିନ ଏକାଧିକ ପୁରୁଖା ନେତା ଏବେ ବିଜେଡି ଛାଡ଼ିବାରେ ଲାଗିଛନ୍ତି । ସେପଟେ ବିଜେଡିର ଅଧିକାଂଶ ବିଦ୍ରୋହୀ ନେତା ଏବେ ବିଜେପି ମୁହାଁ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନିକଟରେ ପଦ୍ମ ଶିବିରରେ ସାମିଲ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଶାସକ ଦଳକୁ କଟାକ୍ଷ କରିଛନ୍ତି । ବିଜେଡିରେ ଏବେ ଗଳିଆ ପଡ଼ିଛି, ଆଉ ଧିରେ ଧିରେ ଘାଇ ହେବା ପାଇଁ ଯାଉଛି ବୋଲି ସେ କହିଛନ୍ତି ।

ପ୍ରଶାନ୍ତ ବିଜେଡ଼ିରେ ଘଳିଆ ପଡ଼ିଛି, ଆଉ ଧିରେ ଧିରେ ଘାଇ ହେବା ପାଇଁ ଯାଉଛି । ବିଜେଡିରେ ନେତା ଓ କର୍ମୀ ମାନେ ରୁନ୍ଧି ହୋଇଯାଇଛନ୍ତି । ନେତାର ଇଚ୍ଛା ଥାଏ ଲୋକଙ୍କ ପାଇଁ କାମ କରିବି ଏବଂ ଦଳୀୟ ନେତୃତ୍ବର ଭାବନାକୁ ଲୋକଙ୍କ ପାଖରେ ପହଞ୍ଚାଇବି । କିନ୍ତୁ ବିଜେଡିରେ ଆଉ ନେତାଙ୍କୁ ସେ ସୁଯୋଗ ମିଳୁନି । ଯେଉଁମାନେ ଜନତା ଦଳ ପରେ ବିଜୁ ଜନତା ଦଳ ତିଆରି କଲେ, ସେମାନେ ରୁନ୍ଧି ହୋଇଛନ୍ତି । ବିଜେଡିରେ ନିଃଶ୍ବାସ ନେଇ ପାରୁନାହାନ୍ତି ନେତା ।" ତେଣୁ ସେ ରୁନ୍ଧି ହେବାରୁ ବାହାରି ପ୍ରଦୀପ ପାଣିଗ୍ରାହୀ ଆଗେ ଆସି ବିଜେପିରେ ମିଶିଲେ ଏବଂ ତାପରେ ମୁଁ ମିଶିଲି ବୋଲି କହିଛନ୍ତି ପ୍ରଶାନ୍ତ ଜଗଦେବ ।

ଏହା ମଧ୍ୟ ପଢ଼ନ୍ତୁ...ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଢେଙ୍କାନାଳର ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ସେ ଆହୁରି କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତର ସ୍ବପ୍ନ ଦେଖିଛନ୍ତି । ସେହି ବିକଶିତ ଭାରତରେ ଜଣେ ସୈନିକ ଭାବରେ ଭୁବନେଶ୍ଵରରୁ ଗୋପାଳପୁର, ଜୟପୁରରୁ ବାଲେଶ୍ଵର, ମୟୂରଭଞ୍ଜରୁ ମାଲକାନଗିରି ପର୍ଯ୍ୟନ୍ତ ବିଜେପିର ଜୟଯାତ୍ରା ଚାଲିବ । ଡବଲ ଇଞ୍ଜିନ ସରକାର ହେବ । ଯେମିତି ଛତିଶଗଡ଼କୁ ବାତ୍ୟା ଆସିଗଲାଣି, ସେମିତି ଆଉ 2 ମାସ ପରେ ଭୁବନେଶ୍ଵର ସମେତ ଓଡ଼ିଶା ସାରା ବାତ୍ୟା ବ୍ୟାପିବ ଏବଂ କମଳ ଫୁଟିବ । ଇଂରେଜର 300 ବର୍ଷ ଶାସନ ଭଳି ଓଡ଼ିଶାରେ 30 ବର୍ଷ ଶାସନ ପରିବର୍ତ୍ତନ ହେବ । 5ରୁ 7 ବର୍ଷ ହେଲା ବିଜେଡିରେ ସବୁ ନେତା ରୁନ୍ଧି ହେବା ବଢ଼ି ଯାଇଛି । ବିଜେଡିରେ ଏବେ କାର୍ବନ ମନୋକ୍ସାଇଡ୍‌ ବଢ଼ି ଯାଇଛି । ବହୁ ଯୋଜନା ଚାଲିଛି । କିନ୍ତୁ ଅମୃତ ହାଣ୍ଡିରେ ବିଷ ପଡ଼ିଲା ଭଳି ସ୍ଥିତି ହୋଇଛି । ଦୀପ ଲିଭିଲା ବେଳେ ଜୋରରେ ଜଳେ । ଲୋକମାନେ ଯୋଜନାକୁ ଗ୍ରହଣ କରୁଛନ୍ତି, ହେଲେ ନିଜକୁ ପଚାରୁଛନ୍ତି କେତେ ଦିନ ମାଗଣା ଖାଇବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.