ETV Bharat / politics

ନାମାଙ୍କନ ଭରିଲେ ବଣାଇ ଏବଂ ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ - Odisha Assembly Election 2024

author img

By ETV Bharat Odisha Team

Published : May 2, 2024, 5:48 PM IST

Updated : May 2, 2024, 6:04 PM IST

Odisha Assembly Election
Odisha Assembly Election(Etv Bharat)

Odisha Assembly Election: ଆଜି ବଣାଇ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସିପିଆଇଏମର ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ଏବଂ ବୀରମିତ୍ରପୁର ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ତିର୍କୀ । ଅଧିକ ପଢ଼ନ୍ତୁ

Odisha Assembly Election (Etv Bharat)

ରାଉରକେଲା: ଦେଶରେ ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ଆରମ୍ଭ ହୋଇଯାଇଛି । ସେହିକ୍ରମରେ ଆମ ରାଜ୍ୟରେ ଆସନ୍ତା ମେ ମାସ 13 ତାରିଖରୁ ମତଦାନ ଆରମ୍ଭ ହେବାକୁ ଯାଉଛି । ତେବେ ଆସନ୍ତା ମେ ମାସ 20 ତାରିଖରେ ସୁନ୍ଦରଗଡ଼ ଜିଲ୍ଲାରେ ହେବାକୁ ଯାଉଛି ମତଦାନ । ଯାହା ପାଇଁ ଜିଲ୍ଲାରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ସେହି କ୍ରମରେ ଆଜି ବଣାଇରେ CPIMର ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ନାମାଙ୍କନ ଭରିଛନ୍ତି। ଅନ୍ୟପଟେ ବୀରମିତ୍ରପୁର ପାଇଁ ସ୍ୱାଧୀନ ଭାବରେ ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ତିର୍କୀ ତାଙ୍କ ନାମାଙ୍କନ ଭରିଛନ୍ତି ।

ଆଜି ବଣାଇରେ ବିଶାଳ ଶୋଭାଯାତ୍ରା କରି ଉପଜିଲ୍ଲାପାଳ ଅଫିସଠାରେ ନିଜ ପାଟପଟୁଆର ସହିତ ନିର୍ବାଚନ ପାଇଁ ନାମାଙ୍କନ ଭରିଥିଲେ ଲକ୍ଷ୍ମଣ ମୁଣ୍ଡା । ପ୍ରଚଣ୍ଡ ରୌଦ୍ର ତାପ ଥିବା ସତ୍ତ୍ବେ ବଣାଇର ବାବା ବାଣେଶ୍ଵର ମନ୍ଦିର ପ୍ରାଙ୍ଗଣରୁ ଲକ୍ଷ୍ମଣ ତାଙ୍କ ସମର୍ଥକଙ୍କ ସହିତ ପାରମ୍ପାରିକ ନୃତ୍ୟ ବାଦ୍ୟ ତାଳେ ତାଳେ ଓ ନାଲି ରଙ୍ଗର ପୋଷାକ ଏବଂ ନାଲି ଝଣ୍ଡା ଧରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଥିଲା। ତାଙ୍କ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟକ ସମର୍ଥକ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

ତେବେ ନାମାଙ୍କନ ଭରିବା ପରେ ବଣାଇ ଆରଡିଡି ବହୁମୁଖି ଖେଳ ପଡିଆରେ ଦଳ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା। ତେବେ ଚଳିତ ବର୍ଷ CPIM ସହିତ କଂଗ୍ରେସ, ଜେଏମଏମ ଏବଂ ଆମ ଆଦମୀ ପାର୍ଟିର ମେଣ୍ଟ ହୋଇଥିବା ବିଧାୟକ ପ୍ରାର୍ଥୀ ମଞ୍ଚରେ ପ୍ରକାଶ କରି ଥିଲେ। ସେହିକ୍ରମରେ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ CPIM ପକ୍ଷରୁ ସମର୍ଥନ ମିଳିବ। ତେବେ ବିଧାନସଭା ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ତାଙ୍କ ମତ ପ୍ରକାଶ କରି କହିଛନ୍ତି, "ଆଜିର ଶୋଭାଯାତ୍ରାକୁ ଦେଖି ମୋର କେହି ପ୍ରତିଦ୍ବନ୍ଦୀ ନଥିବା ଏବଂ ଚତୁର୍ଥ ଥର ପାଇଁ ବଣେଇରେ ସିପିଆଇଏମ ବିଧାନସଭା ଆସନ ଗ୍ରହଣ କରିବ।"

ଏହା ମଧ୍ୟ ପଢ଼ନ୍ତୁ.. ପୁରୀରୁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ - Arup Pattanik Files Nomination

ଅନ୍ୟପକ୍ଷରେ ଆଜି ରାଉରକେଲାଠାରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ଲକ୍ଷ୍ମଣ ତିର୍କୀ ମଧ୍ୟ ପାନପୋଷ ITDAରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏଥର ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ଲାଗି ଲକ୍ଷ୍ମଣ ତିର୍କୀ ସ୍ୱାଧୀନ ଭାବରେ ବିଧାୟକ ପ୍ରାର୍ଥୀ ପାଇଁ ନାମଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଭରିବା ପରେ ସେ କହିଛନ୍ତି ଯେ ପୂର୍ବରୁ ଯେତେ ମଧ୍ୟ ବିଧାୟକ ରହିଛନ୍ତି ସେମାନେ କେହି ଲୋକଙ୍କ ପାଇଁ କାର୍ଯ୍ୟ କରି ନାହାନ୍ତି । କେବେ ଲୋକଙ୍କ ପାଖରେ ଛିଡା ହୋଇ ନାହାନ୍ତି । ଯାହା ପାଇଁ ଲୋକଙ୍କ ଇଚ୍ଛା କ୍ରମେ ମୁଁ ବିଧାୟକ ପାଇଁ ଛିଡ଼ା ହୋଇଛି । ବିଧାୟକ ପ୍ରାର୍ଥୀ ହେବା ସହ ଲୋକଙ୍କ ସମର୍ଥନ ମିଳିବ ବୋଲି ସେ ତାଙ୍କର ଦୃଢ଼ ବିଶ୍ଵାସ ରଖିଛନ୍ତି । ବିରମିତ୍ରପୁରରେ ବିଜୟ ହେଲେ ସେ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated :May 2, 2024, 6:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.