ETV Bharat / politics

ମୋକିମଙ୍କ ବିସ୍ଫୋରକ ବୟାନ, 'କଂଗ୍ରେସରେ ମିଶିବା ପାଇଁ ଟଚ୍‌ରେ ଅଛନ୍ତି ବିଜେଡିର ହେଭିୱେଟ୍'

author img

By ETV Bharat Odisha Team

Published : Feb 2, 2024, 10:04 PM IST

Mishran Parba: ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ ଅନେକ କର୍ମୀ । ବାହୁଡିଲେ ଦଳ ଛାଡ଼ି ଯାଇଥିବା ନେତା । ବିଜେଡିର ବରିଷ୍ଠ ନେତା କଂଗ୍ରେସରେ ମିଶିବା ପାଇଁ ଯୋଗାଯୋଗରେ ଥିବା କହିଛନ୍ତି ମୋକିମ । ଅଧିକ ପଢନ୍ତୁ

କଂଗ୍ରେସର ମିଶ୍ରଣ ପର୍ବ
କଂଗ୍ରେସର ମିଶ୍ରଣ ପର୍ବ
କଂଗ୍ରେସର ମିଶ୍ରଣ ପର୍ବ

ଭୁବନେଶ୍ବର: ଘର ବାହୁଡ଼ିଲେ କଂଗ୍ରେସ ନେତା। ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ ଅନେକ କର୍ମୀ। କୌଣସି କାରଣରୁ ଦଳ ଛାଡି ଯାଇଥିବା କଂଗ୍ରେସ ନେତାମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ଅଜୟ କୁମାର। ଏହି ଅବସରରେ ବିଧାୟକ ମହମ୍ମଦ ମୋକିମ ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି, "କଂଗ୍ରେସରେ ମିଶିବା ପାଇଁ ଟଚ୍‌ରେ ଅଛନ୍ତି ବିଜେଡିର ବହୁ ବଡ଼ ବଡ଼ ନେତା ।"

ପ୍ରଦେଶ କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର କହିଛନ୍ତି, "ଓଡ଼ିଶାକୁ ମିଶିକି ଲୁଟିଛନ୍ତି ଅଶ୍ୱିନୀ, ପାଣ୍ଡିଆନ, ପ୍ରଭାକରଣ । ବିଜେପି 40 ଜଣ ଚୋର ମିଶିକି ଅଛନ୍ତି । ଦଳ ଛାଡି ଯାଇଥିବା ନେତାଙ୍କୁ ଆମେ ଦଳକୁ ସ୍ବାଗତ କରୁଛୁ ।" ଅନ୍ୟ ଦଳକୁ ଯାଇଥିବା ପୂର୍ବତନ କଂଗ୍ରେସ ନେତାଙ୍କୁ ପୁଣି କଂଗ୍ରେସକୁ ଫେରିବାକୁ ନିବେଦନ କରିଛନ୍ତି ଅଜୟ କୁମାର। ଆଜି ଏକ ମିଶ୍ରଣ ପର୍ବରେ ପୁଣି ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଭାରୀ ଅଜୟ କୁମାର। ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି ଅଜୟ । ସେ କହିଛନ୍ତି, "ବିଜେଡି ବିଜେପି ଏକ। କଂଗ୍ରେସ ହିଁ ଓଡ଼ିଶାରେ ବିରୋଧୀ ଦଳ।"

ଏହା ବି ପଢନ୍ତୁ...ଆଗକୁ ଓଡ଼ିଶାରେ ଅରେଞ୍ଜ ଲହର ଆସିବାକୁ ଯାଉଛି: ପ୍ରଦୀପ ପାଣିଗ୍ରାହୀ

ଏହା ବି ପଢନ୍ତୁ...2024 ଫାଇଟ୍: କାହାର ହେବ ଜୟଦେବ ବିଧାନସଭା ? ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାରେ ଅନେକ ଆଶାୟୀ

ସେପଟେ ମୋଦିଙ୍କ ଓଡ଼ିଶା ଗସ୍ତ ନେଇ କଂଗ୍ରେସ ପ୍ରଭାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ପେପରଲେସ ବଜେଟ୍, ଯୁବକ ବେରୋଜଗାର, ମଣିପୁରରେ ଅଶାନ୍ତି, ପ୍ରଧାନମନ୍ତ୍ରୀ ହୋପ ଲେସ୍। ପ୍ରଧାନମନ୍ତ୍ରୀ ନବୀନଙ୍କ ଘରେ ରହିଯାଆନ୍ତୁ 4 ଦିନ। ବିଜେଡି ବିଜେପି ଏକ।" ଏହାରି ଭିତରେ ମହମ୍ମଦ ମୋକିମ ଦେଇଥିବା ବିସ୍ଫୋରକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସରେ ମିଶିବା ପାଇଁ ବିଜେଡିର ହେଭିୱେଟ୍ ଯୋଗାଯୋଗରେ ଥିବା କହିଛନ୍ତି ମୋକିମ । " ରାଜନୈତିକ ପଟ ପରିବର୍ତ୍ତନ ହେବ। ୩-୪ ଦିନରେ ମିଶ୍ରଣ ପର୍ବ ହେବ, ସମୟକୁ ଅପେକ୍ଷା କରନ୍ତୁ। ପ୍ରଭାରୀ ଅଜୟ କୁମାର ଆସିଲା ପରେ ଓଡ଼ିଶାରେ ନୂଆ ବାତାବରଣ ସୃଷ୍ଟି ହୋଇଛି। ନାଡୀ ଚିପି ଜାଣିପାରିବେ ପ୍ରଭାରୀ । କଂଗ୍ରେସରେ ଜୀବନ ଅଛି ପୁଣି ବଞ୍ଚିପାରିବ । ଓଡ଼ିଶାରେ ତାମିଲ ଶାସନ ଚାଲିଛି। ତାମିଲ କଲଚର ହଟାଇବା ପାଇଁ କଂଗ୍ରେସର ଏହି କାର୍ଯ୍ୟକ୍ରମ।"

ଇଟିଭି ଭାରତ, ଭୁବନେଶ୍ବେର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.