ETV Bharat / politics

ନବୀନ ନିବାସରେ ନବୀନଙ୍କ ନବରଙ୍ଗପୁରର ନୀଳ ନକ୍ସା - Bjd Meeting At Naveen Niwas

Bjd Meeting At Naveen Niwas: ନବୀନ ନିବାସରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ରୋଡ ମ୍ୟାପ ପ୍ରସ୍ତୁତ । ଯୋଗ ଦେଲେ ଜିଲ୍ଲାର ବହୁ ପୁରୁଖା ନେତା । ଅଧିକ ପଢନ୍ତୁ

ନବୀନ ନିବାସରେ ନବୀନଙ୍କ ନବରଙ୍ଗପୁରର ନୀଳ ନକ୍ସା

author img

By ETV Bharat Odisha Team

Published : Mar 21, 2024, 6:29 AM IST

ନବୀନ ନିବାସରେ ନବୀନଙ୍କ ନବରଙ୍ଗପୁରର ନୀଳ ନକ୍ସା

ଭୁବନେଶ୍ବର: ନବୀନ ନିବାସରେ ଜାରି ରହିଛି ଟିକେଟ କସରତ । ଗତକାଲି (ବୁଧବାର) ସନ୍ଧ୍ୟାରେ ନବୀନ ନିବାସରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରକୁ ନେଇ ସମୀକ୍ଷା ହେଉଛି । ଏଥିପାଇଁ ନବୀନ ନିବାସରେ ପହଞ୍ଚିଥିଲେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ଜଣଙ୍କ ପରେ ଜଣେ ନେତା । ସବୁ ନିର୍ବାଚନ ମଣ୍ଡଳୀରେ ଦଳ କିପରି ଜିତିବ ସେ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ନବୀନ ନିବାସରେ ଗତକାଲି(ବୁଧବାର) ଅନୁଷ୍ଠିତ ହୋଇଛି ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ବୈଠକ । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଡାକରା ପାଇ ନବୀନ ନିବାସରେ ପହଞ୍ଚିଥିଲେ ଜଣେ ପରେ ଜଣେ ନେତା । ପର୍ଯ୍ୟବେକ୍ଷକଙ୍କ ସହ ବର୍ତ୍ତମାନ ଓ ପୂର୍ବତନ ସାଂସଦ ଓ ବିଧାୟକ ହୋଇଥିଲେ ବୈଠକରେ ସାମିଲ ।

ନବରଙ୍ଗପୁର ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଇଶ୍ବର ପାଣିଗ୍ରାହୀ, ମାଲକାନଗିରିର ବିଜେଡି ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନବରଙ୍ଗପୁର ସାଂସଦ ରମେଶ ମାଝୀ, ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଦୀପ ମାଝୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ଉମରକୋଟର ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ବିଜେଡି ନେତା ମାନସ ମାଡକାମି, ଚନ୍ଦ୍ର ଶେଖର ମାଝି ପ୍ରମୁଖ ନବୀନ ନିବାସରେ ପହଞ୍ଚିଲେ ।

ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୭ ବିଧାନସଭା କ୍ଷେତ୍ରର ହେଉଛି ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା । ଗତ ନିର୍ବାଚନରେ ସଂସଦୀୟ କ୍ଷେତ୍ରର ଦୁଇଟି ଆସନ ବିଜେପି ଖାତାକୁ ଯାଇଥିଲା । ବିଜେପି ଉମରକୋଟ ଓ ମାଲକାନଗିରି ବିଧାନସଭା ଆସନ ହାତେଇବାକୁ ସକ୍ଷମ ହୋଇଥିଲା । ଉମରକୋଟରୁ ନିତ୍ୟାନନ୍ଦ ଗଣ୍ଡ, ମାଲକାନଗିରିରୁ ଆଦିତ୍ୟ ମାଢୀ ବିଜୟ ହୋଇ ବିଧାନସଭା ଆସିଥିଲେ । ସଂସଦୀୟ କ୍ଷେତ୍ର ସାଙ୍ଗକୁ ସମସ୍ତ ବିଧାନସଭା କ୍ଷେତ୍ର ପାଇଁ ରଣନୀତି ପ୍ରସ୍ତୁତ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢନ୍ତୁ .....ବିଜେଡିର ମିଶନ କୋରାପୁଟ; ନେତା ଓ ପର୍ଯ୍ୟବେକ୍ଷକଙ୍କୁ ମନ୍ତ୍ର ଦେଲେ ନବୀନ

ବୈଠକ ପରେ ନବରଙ୍ଗପୁର ବିଜେଡି ପର୍ଯ୍ୟବେକ୍ଷକ ଇଶ୍ବର ପାଣିଗ୍ରାହୀ କହିଛନ୍ତି," ନବରଙ୍ଗପୁର ଲୋକସଭା କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ୫T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସମୀକ୍ଷା କରିଛନ୍ତି । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ସହ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଙ୍ଗଠନ କିଭଳି ଭାବେ ମଜବୁତ ଓ ସୁଦୃଢ଼ ହେବ ସେ ନେଇ ଆଲୋଚନା ହୋଇଛି । ସେହିପରି ଆସନ୍ତା ନିର୍ବାଚନରେ ଦଳ କିଭଳି ଭାବେ ସବୁ ନିର୍ବାଚନ ମଣ୍ଡଳୀରେ ଜିତିବ ସେ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ମିଳିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.