ETV Bharat / politics

ଦିଲ୍ଲୀ ଗଲେ ମନମୋହନ, ଖୁବଶୀଘ୍ର ଆସିବ ଓଡ଼ିଶା ବିଧାନସଭା ପ୍ରାର୍ଥୀ ତାଲିକା - BJP CEC meeting - BJP CEC MEETING

BJP CEC Meeting: କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଯୋଗଦେବାକୁ ଦିଲ୍ଲୀ ଗଲେ ମନମୋହନ । ଦିନ କି ଦୁଇ ଦିନ ଭିତରେ ଓଡ଼ିଶା ବିଧାନସଭା ଆସନ ପାଇଁ ଘୋଷଣା ହୋଇପାରେ ପ୍ରାର୍ଥୀ ତାଲିକା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 28, 2024, 1:34 PM IST

Updated : Mar 28, 2024, 2:20 PM IST

ଦିଲ୍ଲୀ ଗଲେ ମନମୋହନ, ଖୁବଶୀଘ୍ର ଆସିବ ଓଡ଼ିଶା ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆଜି ଦିଲ୍ଲୀରେ ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ବୈଠକ ସରିଲା ପରେ ଘୋଷଣା ହୋଇପାରେ ଓଡ଼ିଶାର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା । ପାଖାପାଖି ୧୦୦ ଆସନ ପାଇଁ ଯୋଦ୍ଧା ଘୋଷଣା କରିପାରେ ବିଜେପି । ବିଧାନସଭା ଓ ବାକି ଥିବା ଲୋକସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଦିଲ୍ଲୀ ଯାଇଛନ୍ତି । ତାଙ୍କ ସହ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ବି ଦିଲ୍ଲୀ ଯାଇଛନ୍ତି । ଆସନ୍ତାକାଲି (ଶୁକ୍ରବାର) ଭିତରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଏନେଇ ବରିଷ୍ଠ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଦିନେ କି ଦୁଇ ଦିନ ଭିତରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ସବୁ ଆସନ ଉପରେ ତର୍ଜନା ଓ ସମୀକ୍ଷା ସରିଛି । କେବଳ କେନ୍ଦ୍ରୀୟ ନିର୍ବାଚନ କମିଟିର ମୋହର ବାଜିବା ପରେ ବାକି ଅଛି । ସର୍ଭେ ରିପୋର୍ଟ, ଗ୍ରାଉଣ୍ଡ ସ୍ଥିତିକୁ ଆଧାର କରି ୧୦୦ ପ୍ରତିଶତ ବିଜୟ ସମ୍ଭାବନାକୁ ଆଖି ଆଗରେ ରଖି ପ୍ରାର୍ଥୀ ଘୋଷଣା କରିବ ବିଜେପି । ସବୁଠୁ ଭଲ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯିବ । ସେହି ଅନୁସାରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେଉଛି । କେନ୍ଦ୍ରରେ ୪୦୦ ପାର୍ ଟାର୍ଗେଟ୍ ଏବଂ ଓଡ଼ିଶାରେ ସରକାର ଗଠନର ଟାର୍ଗେଟ ନେଇ ଭାରତୀୟ ଜନତା ପାର୍ଟି ଚାଲିବ ।

ଏହା ମଧ୍ୟ ପଢନ୍ତୁ: ୨୪ ରଣ ପାଇଁ ବିଜେଡି ଯୋଦ୍ଧା ତୟାର: ସୁପ୍ରିମୋଙ୍କୁ ଦେଲେ ଧନ୍ୟବାଦ, ଝୁମିଲେ ସମର୍ଥକ - BJD Candidates Reaction

ଗତକାଲି ବିଜେଡି ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛି । ଏହାକୁ ନେଇ ବିଜେପି କହିଛି, ପ୍ରଥମ ଥର ପାଇଁ ବିଜେଡ଼ି ମନରେ ହାରିବାର ଡର ପଶିଛି । ତେଣୁ ଅନେକ ଜାଗାରେ ବାଧ୍ୟ ବାଧକତାରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡ଼ି । ଯେଉଁମାନଙ୍କୁ ଦିନେ ଦାଗୀ ବୋଲି କହି ତାଙ୍କ ଦଳରୁ ଏବଂ ସରକାରରୁ ଦୂରେଇ ଦେଇଥିଲେ, ସେମାନଙ୍କୁ ବାଧ୍ୟ ହୋଇ ଆଉଥରେ ଦଳ ତରଫରୁ ପ୍ରତିନିଧିତ୍ଵ କରିବା ପାଇଁ ସୁଯୋଗ ଦେଇଛନ୍ତି । ତେଣୁ ସେ ଡରର ପ୍ରତିଫଳନ ନିର୍ବାଚନରେ ଦେଖିବାକୁ ମିଳିବ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 28, 2024, 2:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.