ETV Bharat / politics

ବହିଷ୍କାର ପରେ ତାତିଲେ ମାନସ, କହିଲେ ବିଜେଡି ସହ ଡିଲ୍‌ କରିଥିଲେ ପିସିସି ସଭାପତି ଓ ପ୍ରଭାରୀ - Manas Choudhury Press Meet

author img

By ETV Bharat Odisha Team

Published : Jun 7, 2024, 10:56 PM IST

Manas Choudhury Press Meet: ଦଳରୁ ବହିଷ୍କୃତ ହେବା ପରେ କଂଗ୍ରେସର ଗୋହି ଖୋଳିଲେ ମାନସ ଚୌଧୁରୀ । କହିଲେ ବିଜେଡି ସହ ଡିଲ୍‌ କରିଥିଲେ ପିସିସି ସଭାପତି ଓ ପ୍ରଭାରୀ । ସମ୍ବଲପୁରରେ ବବି ଦାସଙ୍କୁ ଜିତାଇବା ପାଇଁ ଶରତ ନେଇଛନ୍ତି ୩ କୋଟି । ଅଧିକ ପଢ଼ନ୍ତୁ

Manas Choudhury Press Meet
Manas Choudhury Press Meet (ETV Bharat Odisha)

ଭୁବନେଶ୍ବର: ତେଜିଲା କଂଗ୍ରେସ କନ୍ଦଳ । ଦଳରୁ ବହିଷ୍କାର ପରେ ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି ଓ ପ୍ରଭାରୀ ଅଜୟ କୁମାରଙ୍କ ଉପରେ ବର୍ଷିଲେ ମାନସ ଚୌଧୁରୀ । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର ନେଇ ଆଜି ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛି ପିସିସି । ଏହାପରେ ଦଳର ଗୋହି ଖୋଳିଛନ୍ତି ମାନସ । ପ୍ରଭାରୀ ଅଜୟ କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ କରି ସାମ୍ବାଦିକ ସମ୍ମିଳନୀରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମାନସ । ଏପରିକି ପିସିସି ସଭାପତି ଏବଂ ପ୍ରଭାରୀ ବିଜେଡି ସହ ସାଲିସ କରିଥିବା ଭଳି ଅଭିଯୋଗ କରିଛନ୍ତି ମାନସ ଚୌଧୁରୀ ।

ମାନସ କହିଛନ୍ତି, "ଆଜି ଦିନ ୩ଟାରେ ଏକ ଚିଠି ପାଇଲି, ମୁଁ ପାର୍ଟିରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛି । ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ । ମୁଁ ବିଶୃଙ୍ଖଳିତ କାର୍ଯ୍ୟ କରିଛି ନା ଯେଉଁମାନେ ମୋତେ ଏ ଚିଠି ଦେଇଛନ୍ତି ସେମାନେ କରିଛନ୍ତି ? ମୁଁ ଜଣେ ଏଆଇସିସି ସଦସ୍ୟ । ମୋତେ ସୋ-କଜ୍‌ ନୋଟିସ ଦିଆଯାଇନାହିଁ । ମୋ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମାନଙ୍କର ଅଧିକାର ନାହିଁ । କଂଗ୍ରେସ ଦଳ କାହା ପୈତୃକ ସମ୍ପତ୍ତି ନୁହେଁ । ମୋର ବି କଂଗ୍ରେସରେ ଅବଦାନ ରହିଛି । ମୋତେ କେହି କଂଗ୍ରେସରୁ ଅଲଗା କରି ପାରିବେ ନାହିଁ । ମୁଁ ସତ କହିବାରୁ ମୋ ବିରୋଧରେ ଆକ୍ସନ ନିଆଯାଇଛି । ୧ ତାରିଖରେ ମୁଁ AICC ସଭାପତି, ରାହୁଲ ଗାନ୍ଧୀ ଓ କେସି ବେଣୁଗୋପାଳଙ୍କୁ ମେଲ ଯୋଗେ ଜଣାଇଥିଲି କାହିଁକି ହାରିଲା କଂଗ୍ରେସ । ଯାହାକୁ ନେଇ ଅଜୟ କୁମାର ଓ ଶରତ ପଟ୍ଟନାୟକ ମୋ ବିରୋଧରେ ଲାଗି ଏଭଳି ଆକ୍ସନ ନେଇଛନ୍ତି ।"

ମାନସ ଆହୁରି କହିଛନ୍ତି, "ଆମେ ୪୦ ବିଧାୟକ ଜିତି ଥାଆନ୍ତୁ । ମାତ୍ର ୧୪ରେ ରହିଲୁ । ଏଥିପାଇଁ ଦାୟୀ ଶରତ ପଟ୍ଟନାୟକ ଓ ଅଜୟ କୁମାର । ଏମାନେ BJD ସହିତ ଡିଲ୍‌ କରିଥିଲେ । ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କ ପାଇଁ ଆସିଥିବା ଟଙ୍କାକୁ ନକଲ ଦସ୍ତଖତ କରି ନିଜେ ହଡ଼ପ କରିଛନ୍ତି । ଯାହାକୁ ନେଇ ମୁଁ ପ୍ରତିବାଦ କରିଛି । କିଛି କିଛି ପ୍ରାର୍ଥୀଙ୍କୁ ଅଳ୍ପ ଟଙ୍କା ଦେଇ ବାକି ଅର୍ଥ ଏହି ଦୁଇ ନେତା ହଡ଼ପ କରିଛନ୍ତି । କିଛି ପ୍ରାର୍ଥୀଙ୍କ ଠାରୁ ଟଙ୍କା ନେଇ ଖାଇଛନ୍ତି । କିଛି ଟିକଟ ଖଣି ମାଫିଆଙ୍କ ଦ୍ଵାରା ବଣ୍ଟା ଯାଇଛି । ସମ୍ବଲପୁର ଟିକଟ ବଦଳା ଗଲା କାହିଁକି ? ତା'ର କାରଣ ହେଉଛି ବବି ଦାସଙ୍କୁ ଜିତାଇବା ଲାଗି ଶରତ ପଟ୍ଟନାୟକ ୩ କୋଟି ନେଇଛନ୍ତି । ଫରେଷ୍ଟ ପାର୍କ ପଛପଟ ଘରୁ ହୋଇଥିଲା ଡିଲ୍‌ । ବିଜେଡି ସହିତ ଡିଲ୍‌ କରିଥିଲେ ଏମାନେ । ଶରତ ପଟ୍ଟନାୟକ ବହୁତ ଲୋକଙ୍କଠାରୁ ଚାନ୍ଦା ଆଣିଛନ୍ତି । ଦଳ ହାରିଲା, ସେ କାହିଁକି ଇସ୍ତଫା ଦେଉନାହାନ୍ତି ? କାରଣ ସତ ସାମ୍ନାକୁ ଆସିବ । ମୁଁ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ଅର୍ଥ ମାଗିବାରୁ ମୋତେ କୁହାଗଲା ଦଳ ବିରୋଧୀ ।"

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସରୁ ମାନସ ଚୌଧୁରୀ ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ- Manas choudhury Expelled

ଦଳର ଶୋଚନୀୟ ପରାଜୟ ପାଇଁ ପ୍ରଭାରୀ ଅଜୟ କୁମାରଙ୍କୁ ଦାୟୀ କରି ମଧ୍ୟ ବର୍ଷିଛନ୍ତି ମାନସ । ସେ କହିଛନ୍ତି, "ଏଠାରେ ଭୋଟ ଚାଲୁଥିବା ବେଳେ ବାହାର ରାଜ୍ୟରେ ଘୋଡାରେ ବସି ବୁଲୁଥିଲେ ଅଜୟ କୁମାର । ବୁଲେଟରେ ବସି ଘୁରୁଥିଲେ । ତ୍ରିପୁରାରେ ମାଡ ଖାଇଛନ୍ତି । ସତ କହିବା ଯଦି ଦଳ ବିରୋଧୀ ତାହେଲେ ମୁଁ କରିଛି । ୧୪୭ଜଣ ପ୍ରାର୍ଥୀଙ୍କୁ ଟିକଟ ଦେଲେ, ହେଲେ କାହାକୁ ଦଳ ପାଣ୍ଠି ଦେଲାନାହିଁ । ଏହାର ପ୍ରତିବାଦ କରିବାରୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ । ଦଳ ପକ୍ଷରୁ ଯାହା ପାଣ୍ଠି ଆସିଲା ତାକୁ ପ୍ରଭାରୀ ଅଜୟ କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକ ମିଳିମିଶି ହଡପ କରିଛନ୍ତି । ଦଳର ଏଭଳି ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତି ଏବଂ ଅଜୟ କୁମାର ଦାୟୀ । ସବୁଠି କାର୍ଯ୍ୟକ୍ରମ ହୋଇଛି, ମୁଁ ମୋ ହାତରୁ ଖର୍ଚ୍ଚ କରିଛି । ମୋତେ କେହି ଟଙ୍କାଟିଏ ଦେଇ ନାହାଁନ୍ତି ।" ତେବେ ନିର୍ବାଚନର କିଛିଦିନ ପୂର୍ବରୁ ଥମିଯାଇଥିବା ଅନ୍ତଃକନ୍ଦଳ କଂଗ୍ରେସର ପୁରୁଣା ରୋଗ । ଏବେ ନିର୍ବାଚନ ସରିବା କ୍ଷଣି ଦଳରେ ପୁଣି ଏଭଳି କନ୍ଦଳ ଆରମ୍ଭ ହେଲାଣି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.