ETV Bharat / politics

'ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୋଦି କରିବେ ନିର୍ବାଚନ ସମୀକ୍ଷା ବୈଠକ' - BJP Meeting - BJP MEETING

PM Modi Meeting: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ । ରାଜ୍ୟ ବିଜେପିର ଶୀର୍ଷ ସ୍ତରୀୟ ନେତା ଏବଂ କେନ୍ଦ୍ରୀୟ ନେତାମାନେ ମଧ୍ୟ ଉପସ୍ଥିତ ରହିବେ । ଅଧିକ ପଢନ୍ତୁ

BJP Meeting
BJP Meeting (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 5:29 PM IST

BJP Meeting (ETV Bharat Odisha)

ଭୁବନେଶ୍ବର: ଆଜି ଓଡ଼ିଶା ଆସିବେ ମୋଦି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ କରିବେ ସମୀକ୍ଷା ବୈଠକ । ରାଜ୍ୟ ବିଜେପି ଏବଂ ଓଡ଼ିଶା ଦାୟିତ୍ଵରେ ଥିବା କେନ୍ଦ୍ରୀୟ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦି ସ୍ଵତନ୍ତ୍ର ବିମାନ ଯୋଗେ ସନ୍ଧ୍ୟା ୬ଟା୩୦ ମିନିଟରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧାସଳଖ ପ୍ରଧାନମନ୍ତ୍ରୀ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୋଦି ଦଳୀୟ ନେତାଙ୍କ ସହିତ ଆଲୋଚନା କରିବେ । ୨୪ ନିର୍ବାଚନରେ ଦଳର ରଣନୀତି ଗ୍ରାଉଣ୍ଡର କିପରି କାର୍ଯ୍ୟକାରୀ ହେଉଛି । ବିଶେଷ କରି ନିର୍ବାଚନ ପରିଚାଳନା ଉପରେ ଦଳୀୟ ନେତାଙ୍କ ସହ ସିଧା ସଳଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ରାଜ୍ୟ ବିଜେପିର ଶୀର୍ଷ ସ୍ତରୀୟ ନେତା ଏବଂ କେନ୍ଦ୍ରୀୟ ବିଜେପିର ଶୀର୍ଷ ସ୍ତରୀୟ ନେତା ଉପସ୍ଥିତ ରହିବେ ।

ଓଡ଼ିଶାରେ ବିଜେପି ପକ୍ଷରୁ ନିର୍ବାଚନ ପରିଚାଳନା ଦାୟିତ୍ଵରେ ଥିବା କେନ୍ଦ୍ରୀୟ ନେତାଙ୍କ ସହ ମଧ୍ୟ ମୋଦି ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ସ୍ଥିତି ସମୀକ୍ଷା କରିବେ । ଏହି ବୈଠକ ପରେ ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ପୁରୀ ଗସ୍ତରେ ଯିବେ ମୋଦି । ସେଠାରେ ମେଗା ରୋଡ ସୋ' କରି ଦଳ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଏହାପରେ ଅନୁଗୋଳ ଏବଂ କଟକରେ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମୋଦି ।

ଏହା ବି ପଢନ୍ତୁ...କଟକରେ ମୋଦିଙ୍କ ସୁରକ୍ଷା ପାଇଁ 30 ପ୍ଲାଟୁନ ଫୋର୍ସ, SPG କଲେ ସମୀକ୍ଷା - SECURITY ARRANGEMENT FOR PM VISIT

ସୂଚନା ଅନୁସାରେ, ଚଳିତ ମାସରେ ଦୁଇ ଥର ଓଡ଼ିଶା ଆସିଛନ୍ତି ମୋଦି । ମେ’ ୬ରେ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ମୋଦି । ଗୋଟିଏ ଦିନରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇ ଦୁଇଟି ବିଶାଳ ଜନସଭା କରିଥିଲେ ପ୍ରଧାନମନ୍ତ୍ରୀ । ମେ’ ୧୦ରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ମେ’ ୧୦ରେ ଭୁବନେଶ୍ୱରରେ ରୋଡ୍‌ ସୋ’ କରିବା ପରେ ୧୧ରେ ୩ଟି ବିଶାଳ ଜନସଭା କରିଥିଲେ । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭାରେ ସମ୍ବୋଧିତ କରିଥିଲେ ମୋଦି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଦି ପ୍ରଥମ ଥର ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସୁଛନ୍ତି ଏବଂ ଶୀର୍ଷ ନେତୃତ୍ଵ ମାନଙ୍କ ସହିତ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.