ETV Bharat / politics

ନବୀନ ଗଡରେ ଫୁଟିଲା ପଦ୍ମ, ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ସହ ଲୋକସଭାରେ ବିଜେପିର ଐତିହାସିକ ବିଜୟ ! - Odisha lok sabha elections result - ODISHA LOK SABHA ELECTIONS RESULT

Odisha Lok Sabha Elections Results 2024: ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ସହ ସରକାର ସହ ଲୋକସଭାରେ ବିଜେପିର ଐତିହାସିକ ବିଜୟ । 21 ରୁ 20 ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ । ରାଜ୍ୟର ମ୍ୟାଜିକ ନମ୍ବର ଉପରେ ବିଜେପିର ବିଧାନସଭା ସଂଖ୍ୟା । କେବଳ ଔପଚାରିକ ଘୋଷଣା ବାକି । ଅଧିକ ପଢନ୍ତୁ

ନବୀନ ଗଡରେ ଫୁଟିଲା ପଦ୍ମ, ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ସହ ସରକାର ସହ ଲୋକସଭାରେ ବିଜେପିର ଐତିହାସିକ ବିଜୟ
ନବୀନ ଗଡରେ ଫୁଟିଲା ପଦ୍ମ, ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ସହ ସରକାର ସହ ଲୋକସଭାରେ ବିଜେପିର ଐତିହାସିକ ବିଜୟ (ETV Bharat Odisha)
author img

By ETV Bharat Odisha Team

Published : Jun 4, 2024, 5:11 PM IST

ହାଇଦ୍ରାବାଦ: ଓଡିଶାରେ ଭାଙ୍ଗିଲା ଗତ 24ବର୍ଷର ରାଜନୈତିକ ପରମ୍ପରା । ଦୀର୍ଘ ଅଢେଇ ଦଶନ୍ଧି ଧରି ରାଜ୍ୟରେ ଶାସନରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିରବଚ୍ଛିନ ବିଜୟଧାରାରେ ଲାଗିଲା ରୋକ । ଯାହା ଏକାଧିକ ଜାତୀୟ ଗଣମାଧ୍ୟମ ନିଜ ଏକଜିଟ ପୋଲରେ ଦର୍ଶାଇଥିଲେ, ଆଶ୍ଚର୍ଯ୍ୟଜନକ ଭାବେ ତାହା ବାସ୍ତବରେ ପରିଣତ ହେବାକୁ ଯାଉଛି । ଉତ୍ତର ଭାରତୀୟ ରାଜ୍ୟ ପରି ଓଡିଶାରେ ମଧ୍ୟ ଫୁଟିବାକୁ ଯାଉଛି ପଦ୍ମ । ହେବାକୁ ଯାଉଛି ଡବଲ ଇଞ୍ଜିନ ସରକାର । ଏବେ ସୁଦ୍ଧା ଆନୁଷ୍ଠାନିକ ଭାବେ ନିିର୍ବାଚନ କମିଶନଙ୍କ ଫଳାଫଳ ଘୋଷଣା ବାକି ଥିବା ବେଳେ ରାଜ୍ୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବାର ଚିତ୍ର କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି ।

ନବୀନ ଗଡରେ ଫୁଟିଲା ପଦ୍ମ, ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ସହ ଲୋକସଭାରେ ବିଜେପିର ଐତିହାସିକ ବିଜୟ
ନବୀନ ଗଡରେ ଫୁଟିଲା ପଦ୍ମ, ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ସହ ଲୋକସଭାରେ ବିଜେପିର ଐତିହାସିକ ବିଜୟ (ETV Bharat Odisha)

ଏହା ସହ ରାଜ୍ୟର 21 ଲୋକସଭା ଆସନରେ ମଧ୍ୟ ଭାରତୀୟ ଜନତା ପାର୍ଟି ଶାସକ ଦଳ ବିଜେଡିକୁ ଧୂଳି ଚଟାଇ ବୃହତ୍ତ ବଜୟ ହାସଲ କରିବାକୁ ଯାଉଛି । ବିଜେପି ପ୍ରାର୍ଥୀମାନେ ପ୍ରାୟ 18 ରୁ 20 ଆସନରେ ଭଲ ବ୍ୟବଧାନରେ ଆଗରେ ରହିଛନ୍ତି । ଆଉ ଅଳ୍ପ କିଛି ରାଉଣ୍ଡ ଗଣତି ବାକି ଥିବା ବେଳେ ଏହି ଟ୍ରେଣ୍ଡ ବିଜୟ ଧାରାରେ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ରାଜ୍ୟର 21 ଆସନରୁ କେବଳ ଯାଜପୁରରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଆଗରେ ରହିଛନ୍ତି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ, ସେ ବିଜେପି ପ୍ରାର୍ଥୀ ରବିନ୍ଦ୍ର ଜେନାଙ୍କୁ ପରାସ୍ତ କରିପାରନ୍ତି । ସେହିପରି ଗତଥର କଂଗ୍ରେସ ଦଖଲରେ ଥିବା ଏକମାତ୍ର ଆସନ କୋରାପୁଟରେ ମଧ୍ୟ ଏଥର କଂଗ୍ରେସ ପ୍ରାର୍ଥୀ ତଥା ସାଂସଦ ସପ୍ତିଗିରି ଉଲକା ଆଗରେ ରହିଛନ୍ତି । ବ୍ୟବଧାନ ଓ ଗଣତି ପର୍ଯ୍ୟାୟକୁ ଦେଖିଲେ, ସେ ମଧ୍ୟ ବିଜୟ ଲାଭ କରିପାରନ୍ତି । ମୁକାବିଲା ଦୃଷ୍ଟିରୁ ସର୍ବାଧିକ ଚର୍ଚ୍ଚାରେ ଥିବା ସମ୍ବଲପୁରରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ (ବବି) ପରାଜୟର ନିକଟବର୍ତ୍ତୀ ହୋଇଛନ୍ତି । ଲକ୍ଷାଧିକ ଭୋଟ ବ୍ୟବଧାନରେ ଧର୍ମେନ୍ଦ୍ର ବବିଙ୍କ ଠାରୁ ଆଗରେ ରହିଥିବା ବେଳେ ଆଉ କିଛି ପର୍ଯ୍ୟାୟର ଗଣତି ବାକି ଅଛି । ତେଣୁ ଏଠାରେ ମଧ୍ୟ ଧର୍ମେନ୍ଦ୍ରଙ୍କ ବିଜୟରେ କେବଳ ଔପଚାରିକ ମୋହର ଲାଗିବା ବାକି ଅଛି ।

ଏହା ମଧ୍ୟ ପଢନ୍ତୁ :- ଜନାଦେଶ 2024: ଓଡିଶାରେ ଫୁଟିଲା ପଦ୍ମ ! ଆଗେଇ ଚାଲିଛି ବିଜେପି, ଦୁର୍ବଳ ହେଉଛି ବିଜେଡି - odisha Lok sabha Assembly results

କେନ୍ଦ୍ରାପଡାର ଚର୍ଚ୍ଚିତ ଆସନ କେନ୍ଦ୍ରାପଡାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଠାରୁ ଆଗରେ ଅଛନ୍ତି । ସେହିପରି ଉତ୍ତର ଓଡିଶାର ବାଲେଶ୍ବରରେ ବିଜେପି ପ୍ରାର୍ଥୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଠାରୁ ବେଶ ଭଲ ବ୍ୟବଧାନରେ ଆଗରେ ରହିଛନ୍ତି । ବଲାଙ୍ଗୀରରେ ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ, ବରଗଡରୁ ପ୍ରଦୀପ ପୁରୋହିତ, କଳାହାଣ୍ଡିରୁ ମାଳବିକା ଦେବୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, ଢେଙ୍କାନାଳରୁ ରୁଦ୍ର ପାଣି, ମୟୂରଭଞ୍ଜରୁ ନବ ମାଝୀ, ନବରଙ୍ଗପୁରରୁ ବଳଭଦ୍ର ମାଝୀ ପ୍ରମୁଖ ଆଗରେ ରହିଛନ୍ତି ।

ତେବେ ଆନୁଷ୍ଠାନିକ ଘୋଷଣା ବାକି ଥିଲେ ସୁଦ୍ଧା ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଜେପି ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଦଳ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ବେଳେ ଲୋକସଭାରେ ମଧ୍ୟ ଐତିହାସିକ ବିଜୟ ହାସଲ କରିବାକୁ ଯାଉଛି । ଏହା ପୂର୍ବରୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ସଭାରେ 4 ତାରିଖ ବିଜେଡି ସରକାରର ଏକ୍ସପାଏରୀ ଡେଟ ଓ 10 ତାରିଖରେ ଜଣେ ଓଡିଆ ଓଡିଶାର ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଘୋଷଣା କରିସାରିଛନ୍ତି । ଏବେ ଫଳାଫଳ ପରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.