ETV Bharat / politics

ଏଥର ଦିଲ୍ଲୀ ଦରବାରରେ ଓଡିଶାକୁ ପ୍ରତିନିଧିତ୍ବ କରିବେ 4 ମହିଳା, ଜାଣନ୍ତୁ କେଉଁ ଦଳ କେତେ ମହିଳାଙ୍କୁ ଦେଇଥିଲା ଟିକଟ୍‌ - lok sabha election 2024 results

author img

By ETV Bharat Odisha Team

Published : Jun 6, 2024, 3:44 PM IST

Updated : Jun 6, 2024, 3:53 PM IST

Lok Sabha Election Results 2024: ଏଥର ଦିଲ୍ଲୀ ଦରବାରରେ ଓଡିଶାକୁ ପ୍ରତିନିଧିତ୍ବ କରିବେ 4 ମହିଳା । ଜାଣନ୍ତୁ କିଏ କେତେ ମହିଳାଙ୍କୁ ଦେଇଥିଲା ଟିକଟ । ଅଧିକ ପଢନ୍ତୁ

ଏଥର ଦିଲ୍ଲୀ ଦରବାରରେ ଓଡିଶାକୁ ପ୍ରତିନିଧିତ୍ବ କରିବେ 4 ମହିଳା, ଜାଣନ୍ତୁ କିଏ କେତେ ମହିଳାଙ୍କୁ ଦେଇଥିଲା ଟିକେଟ
ଏଥର ଦିଲ୍ଲୀ ଦରବାରରେ ଓଡିଶାକୁ ପ୍ରତିନିଧିତ୍ବ କରିବେ 4 ମହିଳା, ଜାଣନ୍ତୁ କିଏ କେତେ ମହିଳାଙ୍କୁ ଦେଇଥିଲା ଟିକେଟ (ETV Bharat Odisha)

ହାଇଦ୍ରାବାଦ: ଏଥର ସାଧାରଣ ଓ ବିଧାନସଭା ନିର୍ବାଚନ ଫଳାଫଳ ଓଡିଶାକୁ ଆଶ୍ଚର୍ଯ୍ୟ କରିଦେଇଛି । 24 ବର୍ଷ ପରେ ରାଜ୍ୟ କ୍ଷମତା ପରିବର୍ତ୍ତନ ଦେଖିଛି । ରାଜ୍ୟରେ ପ୍ରଥମ ଥର ବିଜେପି ଏକକ ସଂଖ୍ୟାଗରିଷ୍ଠତାର ସହ ସରକାର ଗଠନ କରିବାକୁ ଯାଉଥିବା ବେଳେ ଲୋକସଭାରେ ମଧ୍ୟ ଐତିହାସିକ ଓ ସରକାଳୀନ ରେକର୍ଡ ସଂଖ୍ୟକ ଜନାଦେଶ ପାଇଛି । ମୋଟ 21 ଆସନରୁ 20ଟି ବିଜେପି ଖାତାକୁ ଯାଇଥିବା ବେଳେ ଶାସକ ବିଜେଡି ଖାତା ଖୋଲିପାରିନି । ଗତଥର ମାତ୍ର ଗୋଟିଏ ଆସନରେ ଜିତିଥିବା କଂଗ୍ରେସ ଏଥର ମଧ୍ୟ ସେହି ଆସନରେ ବିଜୟ ପୁନରାବୃତ୍ତି କରି ସମ୍ମାନ ରକ୍ଷା କରିବାରେ ସଫଳ ହୋଇଛି । ମାତ୍ର ଦୀର୍ଘ ଅଢେଇ ଦଶନ୍ଧି ଧରି ଶାସନରେ ଥିବା ‘ବିଜୁ ଜନତା ଦଳ’ ଏଥର ସଂସଦରେ ପ୍ରତିନିଧିତ୍ବ ହରାଇଛି । ଦଳ ସମସ୍ତ ଆସନରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି । ରାଜ୍ୟରେ ଶାସନରେ ବିଜେଡି ରାଜ୍ୟରୁ ଶାସନରୁ ହଟିବା ସହ ଜାତୀୟ ସଦନରେ ମଧ୍ୟ ପ୍ରତିନିଧିତ୍ବ ହରାଇଛି ।

ଗତଥର ରାଜ୍ୟର 7ଜଣ ମହିଳା ସାଂସଦ ଭାବେ ନିର୍ବାଚିତ ହୋଇ ଦିଲ୍ଲୀରେ ରାଜ୍ୟକୁ ପ୍ରତିନିଧିତ୍ବ କରିଥିଲେ । ସେମାନଙ୍କ ମଧ୍ୟରୁ ଶାସକ ବିଜେଡିର 5ଜଣ ଓ ବିଜେପିର 2ଜଣ ସଦସ୍ୟା ଥିଲେ । ହେଲେ ଏଥର ବିଜେପିର 20 ଓ କଂଗ୍ରେସର ଜଣେ ସାଂସଦ ନିର୍ବାଚିତ ହୋଇଛନ୍ତି । 4ଜଣ ମହିଳା ବିଜେପି ଟିକଟରେ ସଂସଦ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ 2ଜଣ ପଶ୍ଚିମ-ଓଡିଶାର ରାଜପରିବାର ସଦସ୍ୟା ହୋଇଥିବା ବେଳେ ଅନ୍ୟଜଣେ ପୂର୍ବତନ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ । ସେହିପରି ଅନ୍ୟ ଚତୁର୍ଥ ମହିଳା ହେଉଛନ୍ତି ପ୍ରଥମ ଥରର ସାଂସଦ । ତେବେ ଏଥର 4ଜଣ ଓଡିଆ ମହିଳା ଦିଲ୍ଲୀ ଦରବାରରେ ରାଜ୍ୟକୁ ପ୍ରତିନିଧିତ୍ବ କରିବେ । ଭୁବନେଶ୍ବରରୁ ଅପରାଜିତା ଷଡଙ୍ଗୀ, ଆସିକାରୁ ଅନୀତା ଶୁଭଦର୍ଶିନୀ, ବଲାଙ୍ଗୀରରୁ ସଙ୍ଗୀତା ସିଂହଦେଓ ଓ କଳାହାଣ୍ଡିରୁ ମାଳବିକା ଦେବୀ ବିଜେପି ଟିକେଟରେ ସାଂସଦ ନିର୍ବାଚିତ ହୋଇଛନ୍ତି ।

ଅପରାଜିତା ଷଡଙ୍ଗୀ (ଭୁବନେଶ୍ବର) :-

ଏଥର ଦିଲ୍ଲୀ ଦରବାରରେ ଓଡିଶାକୁ ପ୍ରତିନିଧିତ୍ବ କରିବେ 4 ମହିଳା
ଏଥର ଦିଲ୍ଲୀ ଦରବାରରେ ଓଡିଶାକୁ ପ୍ରତିନିଧିତ୍ବ କରିବେ 4 ମହିଳା (ETV Bharat Odisha)

ଭାରତୀୟ ପ୍ରଶାସନିକ ସେବାରୁ 11ବର୍ଷ ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଇ ଭାରତୀୟ ଜନତା ପାର୍ଟିରୁ ରାଜନୀତି ଆରମ୍ଭ କରିଥିବା ଅପରାଜିତା ଗତଥର (2019)ରେ ଭୁବନେଶ୍ବର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏଥର ମଧ୍ୟ ଦଳ ତାଙ୍କୁ ପୁଣି ସେଠାରୁ ହିଁ ଟିକଟ ଦେଇଥିଲା । ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ କଡା ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ମଧ୍ୟ ଦ୍ବିତୀୟ ଥର ପାଇଁ ନିଜ ବିଜୟ ନିଶ୍ଚିତ କରିପାରିଛନ୍ତି ଅପରାଜିତା । ଅପରାଜିତା ମୋଟ 5,12,519 ଭୋଟ ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ 35,152 ଖଣ୍ଡ ଭୋଟ ବ୍ୟବଧାନର ପରାସ୍ତ କରିଛନ୍ତି । ଏଥର ତାଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ପ୍ରଶାସନିକ ଅଧିକାରୀ ଭାବେ ବେଶ ଚର୍ଚ୍ଚାରେ ରହିଥିବା ଅପରାଜିତା ରାଜନୀତିରେ ମଧ୍ୟ ଆରମ୍ଭରୁ ଚର୍ଚ୍ଚାରେ ଅଛନ୍ତି । ଏବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ନେଇ ବିଜେପି କ୍ୟାମ୍ପରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏଥିରେ ମଧ୍ୟ ଅପରାଜିତାଙ୍କୁ ଗଣାଯାଉଛି ।

ଅନୀତା ସୁଭଦର୍ଶିନୀ: (ଆସିକା)

1998 ମସିହାରୁ କ୍ରମାଗତ ବିଜେଡିର ଗଡ଼ ଭାବେ ରହିଆସିଥିବା ଗଞ୍ଜାମ ଜିଲ୍ଲାର ଏହି ଆସନରେ ବିଜେପି ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀ ନିର୍ବାଚିତ ହୋଇଛନ୍ତି । ସେ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ପ୍ରାୟ 1 ଲକ୍ଷ (99,974) ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ଦକ୍ଷିଣ ଓଡିଶାର ଏକ ବିଶିଷ୍ଟ ରାଜନୈତିକ ପରିବାରରୁ ଆସନ୍ତି ଅନୀତା । ସେ ହେଉଛନ୍ତି, 90 ଦଶକରେ ରାଜ୍ୟର ଆଗଧାଡିର ରାଜନେତା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ କନ୍ୟା । ବୃତ୍ତିରେ ଶିକ୍ଷାବିତ ଓ ଆଇନଜୀବୀ ଥିବା ଅନୀତା ଏଥର ବିଜେଡି ଗଡରୁ ବିଜେପି ଟିକଟରେ ଦିଲ୍ଲୀ ଦରବାର ପହଞ୍ଚିଛନ୍ତି ।

ମାଳବିକା ଦେବୀ (କଳାହାଣ୍ଡି):-

ଦକ୍ଷିଣ ଓଡିଶାର ଅନ୍ୟତମ ଚର୍ଚ୍ଚିତ ଆସନ କଳାହାଣ୍ଡିରେ ବିଜୟୀ ହୋଇଛନ୍ତି ସ୍ଥାନୀୟ ରାଜପରିବାର ସଦସ୍ୟା ମାଳବିକା ଦେବୀ ବିଜେପି । ମାଳବିକା 5,44,303 ଖଣ୍ଡ ଭୋଟ ପାଇ 1,33,813 ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ପରାସ୍ତ କରିଛନ୍ତି । ମାଳବିକା ହେଉଛନ୍ତି କଳାହାଣ୍ଡିର ରାଜା ଅର୍କକେଶରୀ ଦେଓଙ୍କ ପତ୍ନୀ । ସ୍ବାମୀ ଅର୍କ କେଶରୀ ମଧ୍ୟ 2014ରେ ଏହି ଆସନରୁ ଭାରତୀୟ ଜନତା ପାର୍ଟି ଟିକଟରେ କଂଗ୍ରେସ ଭେଟେରାନ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କୁ ପରାସ୍ତ କରି ସାଂସଦ ନିର୍ବାଚିତ ହୋଇଥିଲେ । 2019ରେ ଏହି ଆସନରୁ ବିଜେପି ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଥର ଟିକେଟ ପୁଣି ରାଜପରିବାରକୁ ଫେରିଥିଲା ।

ସଙ୍ଗୀତା ସିଂହଦେଓ (ବଲାଙ୍ଗୀର):-

ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସଂସଦୀୟ କ୍ଷେତ୍ର ବଲାଙ୍ଗୀରରେ ମଧ୍ୟ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ବିଜୟୀ ହୋଇଛନ୍ତି । ଚଳିତଥର ନବନିର୍ବାଚିତ ମହିଳା ସାଂସଦଙ୍କ ମଧ୍ୟରେ ସର୍ବାଧିକ ଅନୁଭବୀ ଓ ଏକାଧିକ ଥରର ସାଂସଦ ହେଉଛନ୍ତି ସଙ୍ଗୀତା । ଚଳିତଥରକୁ ମିଶାଇ ସେ ମୋଟ 5 ଥର ସାଂସଦ ଭାବେ ନିର୍ବାଚିତ ହେବାର ରେକର୍ଡ କରିଛନ୍ତି । ସଙ୍ଗୀତା 6,17,744 ଭୋଟ ପାଇ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ 1,32,664 ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ସେ 2019ରେ ମଧ୍ୟ ନିଜ ଦିଅର ତଥା ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କୁ ପରାସ୍ତ କରିଥିଲେ । ଏଥର ପୁଣି ବିଜୟ ଧାରା ଦୋହରାଇବାରେ ସଫଳ ହୋଇଛନ୍ତି ସଙ୍ଗୀତା ।

ଏଥର କେତେ ମହିଳା ପ୍ରାର୍ଥୀ ଦେଇଥିଲେ କେଉଁ ଦଳ :-

‘ଏନଡିଏ’ ମେଣ୍ଟର ନେତୃତ୍ବକାରୀ ଦଳ ବିଜେପି ମୋଟ 543 ସଂସଦୀୟ ଆସନରୁ ଏଥର 446 ଆସନରେ ପ୍ରାର୍ଥୀ ଦେଇଥିଲା । ଅବଶିଷ୍ଟ ଆସନ ମେଣ୍ଟ ସହଯୋଗୀ ଦଳଗୁଡିକ ଖାତାକୁ ଯାଇଥିଲା । ତେବେ ବିଜେପି ଏଥର ମୋଟ 69 ମହିଳା ପ୍ରାର୍ଥୀଙ୍କୁ ସାଂସଦ ଟିକେଟ୍‌ ଦେଇଥିଲା । ଯାହା ମୋଟ ଅନୁପାତର ପ୍ରାୟ 15 ପ୍ରତିଶତ ମାତ୍ର । ସେହିପରି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏଥର 328 ଆସନରେ ଲଢି ମୋଟ 13 ପ୍ରତିଶତ ବା 45 ମହିଳାଙ୍କୁ ଟିକଟ୍‌ ଦେଇଥିଲା । ଅନ୍ୟପଟେ ଓଡିଶାରେ ବିଜେଡି ନିଜ ପ୍ରତିଶ୍ରୁତି ଅନୁସାରେ, 21 ଆସନରେ 33 ପ୍ରତିଶତ ସଂରକ୍ଷଣ ଆଧାରରେ ମହିଳାଙ୍କୁ ଟିକଟ କରିଥିଲା । ଦଳ 7ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସମସ୍ତେ ପରାଜିତ ହୋଇଥିଲେ । ବିଜେପି 4 ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଓ ସମସ୍ତେ ବିଜୟୀ ହୋଇଛନ୍ତି ।

ସାଧାରଣ ନିର୍ବାଚନ ପୂର୍ବରୁ ପାରିତ ହୋଇଥିଲା ‘ମହିଳା ସଂରକ୍ଷଣ ବିଲ’:

ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ କେନ୍ଦ୍ରରେ ବିଜେପି ସରକାର ପାରିତ କରିଥିଲେ ‘ମହିଳା ସଂରକ୍ଷଣ ବିଲ୍‌’ । ନୂତନ ସଂସଦ ଭବନ ପ୍ରବେଶ ପରେ ଏହା ଥିଲା ସ୍ବତନ୍ତ୍ର ଅଧିବେଶନର ପ୍ରଥମ ବିଲ୍‌ । ଯାହାର ନାମ ରଖାଯାଇଥିଲା ‘ନାରୀଶକ୍ତି ବନ୍ଦନ ଅଧିୟନିୟମ’ । ଏହାର ଉଦ୍ଦେଶ୍ୟ ଥିଲା ଭାରତୀୟ ରାଜନୀତି ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମହିଳା ସଶକ୍ତିକରଣ ଓ ସେମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା । ସର୍ବୋଚ୍ଚ ବ୍ୟବସ୍ଥାପିକାର ନିର୍ବାଚିତ ସଦନ ‘ଲୋକସଭା’ ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନରେ ମୋଟ ଆସନର ପ୍ରାୟ 33 ପ୍ରତିଶତ ଆସନ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା । ହେଲେ ଏହାକୁ ଏପର୍ଯ୍ୟନ୍ତ ଲାଗୁ କରାଯାଇ ପାରିନାହିଁ ।

ଏହା ମଧ୍ୟ ପଢନ୍ତୁ :- 21ରୁ 20 ପୋଛି ନେଲା ବିଜେପି, ଗୋଟିଏ କ୍ଲିକ୍‌ରେ ଜାଣନ୍ତୁ କେଉଁ ଆସନରେ କେତେ ଭୋଟ ବ୍ୟବଧାନରେ କିଏ ଜିତିଲେ - odisha lok sabha election results 2024

ପ୍ରଥମେ ଜନଗଣନା ଓ ପରେ ହେବାକୁ ଥିବା ନିର୍ବାଚନ ମଣ୍ଡଳୀ ପୁନଃସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ଏହାକୁ ଲାଗୁ କରାଯିବ । ଏହା ପ୍ରାୟତଃ ପରବର୍ତ୍ତୀ ତଥା 2029 ସାଧାରଣ ନିର୍ବାଚନରେ କାର୍ଯ୍ୟକାରୀ ହୋଇପାରେ ବୋଲି ଆଶା କରାଯାଉଛି । ଏହାକୁ ସେତେବେଳେ ବିଭିନ୍ନ ଦଳ ସମର୍ଥନ କରିଥିଲେ । ଏହି ସମର୍ଥନ କରିବା ଧାରାରେ ଆଗରେ ଥିଲା ନବୀନ ପଟ୍ଟନାୟକଙ୍କ ବିଜେଡି । ପୂର୍ବରୁ ମଧ୍ୟ ଏହି କଥା ଉଠାଇ ସାରିଥିବା ବିଜେଡି ଦିଲ୍ଲୀରେ ଏହାକୁ ଖୋଲା ସମର୍ଥନ କରିଥିଲା । ହେଲେ ଏଥର ଉଭୟ ବିଧାନସଭା ଓ ଲୋକସଭାରେ 33 ପ୍ରତିଶତ ମହିଳାଙ୍କୁ ଟିକଟ ଦେଇଥିବା ବିଜେଡି ରାଜ୍ୟରେ କ୍ଷମତା ହରାଇବା ସହ ଲୋକସଭାରେ ମଧ୍ୟ ଶୂନ୍ୟ ପ୍ରତିନିଧିତ୍ବ ପାଇ ନିରାଶ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 6, 2024, 3:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.