ETV Bharat / politics

ଭୋଟ ନେଇ ଭୁଲି ଯାଉଛନ୍ତି ନେତା, ଏଥର ଗ୍ରାମରେ ପ୍ରଚାର ନିଷେଧ କଲେ ଗ୍ରାମବାସୀ - Lok Sabha election 2024

author img

By ETV Bharat Odisha Team

Published : May 11, 2024, 11:33 AM IST

Lok Sabha election 2024: ନିର୍ବାଚନ ପରେ ଦେଖା ମିଳୁନଥିବାରୁ ନେତାଙ୍କୁ ନିର୍ବାଚନୀ ପ୍ରଚାର ପାଇଁ ଗ୍ରାମରେ ପ୍ରବେଶ ବାରଣ କଲେ ଗ୍ରାମବାସୀ । ବୈଠକ ପରେ ଲଗାଇଲେ ନିଷେଧାଦେଶ ବ୍ୟାନର । ଅଧିକ ପଢନ୍ତୁ

ଭୋଟ ନେଇ ଭୁଲି ଯାଉଛନ୍ତି ନେତା, ଏଥର ଗ୍ରାମରେ ପ୍ରଚାର ନିଷେଧ କଲେ ଗ୍ରାମବାସୀ
ଭୋଟ ନେଇ ଭୁଲି ଯାଉଛନ୍ତି ନେତା, ଏଥର ଗ୍ରାମରେ ପ୍ରଚାର ନିଷେଧ କଲେ ଗ୍ରାମବାସୀ (Pic-ETV Bharat Odisha)
ଭୋଟ ନେଇ ଭୁଲି ଯାଉଛନ୍ତି ନେତା, ଏଥର ଗ୍ରାମରେ ପ୍ରଚାର ନିଷେଧ କଲେ ଗ୍ରାମବାସୀ (video-ETV Bharat, Odisha)

ରାୟଗଡ଼ା: ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇ ଭୋଟ ନେଉଛନ୍ତି । ହେଲେ ନିର୍ବାଚନ ସରିବା ପରେ ନେତାଙ୍କ ଦେଖା ମିଳୁନାହିଁ । ସେମାନେ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିବା ଦିଗରେ କୌଣସି ତତ୍ପରତା ପ୍ରକାଶ କରୁନାହାନ୍ତି । ବାରମ୍ବାର ନିର୍ବାଚନ ହେଉଛି, ହେଲେ ଗ୍ରାମର ମୌଳିକ ସମସ୍ୟା ବର୍ତ୍ତମାନ ସୁଦ୍ଧା ସମାଧାନ ହୋଇ ପାରିଲାନାହିଁ । ହେଲେ ଏଥର ସେମାନେ ନିର୍ବାଚନୀ ପ୍ରଚାର ପାଇଁ ନେତାଙ୍କୁ ଆଉ ଗ୍ରାମରେ ପୁରାଇ ଦେବେ ନାହିଁ କିମ୍ବା କୌଣସି ରାଜନୈତିକ ଦଳର ପ୍ରଚାରରେ ସାମିଲ ମଧ୍ୟ ହେବେନାହିଁ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କାହ୍ନୁଗୁଡ଼ା ଗ୍ରାମବାସୀ ଏଥର ଏହି ନିଷ୍ପତ୍ତି ସହ ବିଭିନ୍ନ ରାଜନୈତିକ ଦଳ ଓ ନେତାଙ୍କୁ ଚେତାବନୀ ଦେଇଛନ୍ତି ।

ଏନେଇ ଗତକାଲି (ଶୁକ୍ରବାର) ଗ୍ରାମବାସୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେମାନଙ୍କର ଅଭିଯୋଗ, ନେତାମାନେ ଗାଁକୁ ଆସି ପ୍ରଚାର କରିବା ବଦଳରେ ଭାଇ ଭାଇ, ବନ୍ଧୁ ପରିଜନଙ୍କ ମଧ୍ୟରେ ଝଗଡ଼ା କରାଉଛନ୍ତି । ତେଣୁ ଗାଁର ପ୍ରବେଶ ପଥ ସମ୍ମୁଖରେ ଏକ ବଡ଼ ବ୍ୟାନର ଲଗେଇ ନେତାଙ୍କୁ କାହ୍ନୁଗୁଡ଼ା ମନା ବୋଲି ଉଲ୍ଲେଖ କରାଯାଇଛି । ଉକ୍ତ ବ୍ୟାନରରେ ‘ଆମ ଗ୍ରାମରେ ରାଜନୈତିକ ଦଳର ପ୍ରଚାର ମନା’ ବୋଲି ଉଲ୍ଲେଖ କରାଯାଇଛି । ତେବେ ସାମ୍ବିଧାନିକ ଅଧିକାରକୁ ସମ୍ମାନ ଦେଇ ସେମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ମତଦାନ କରିବେ । ସ୍ବାଧୀନ ମତଦାନ ଅଧିକାରକୁ ସୁନିଶ୍ଚିତ କରି ଭୋଟ ଦେବେ । ମାତ୍ର ନେତାଙ୍କ ଦ୍ବାରା ପ୍ରଲୋଭିତ ହେବେନାହିଁ କିମ୍ବା ଗ୍ରାମରେ ପ୍ରଚାର କରାଇ ଦେବେନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରଣପୁରରେ ରାଜନାଥଙ୍କ ଋଣହୁଙ୍କାର: ବିଜେଡି ଓ କଂଗ୍ରେସକୁ କଲେ ଟାର୍ଗେଟ, ସମ୍ବିତ-ସୁରମାଙ୍କ ପାଇଁ ମାଗିଲେ ଭୋଟ - RAJNATH SINGH IN ODISHA

ସୂଚନା ଥାଉକି, କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାହ୍ନୁଗୁଡ଼ା ଗାଁରେ ୧୮୦ ପରିବାରରେ ପ୍ରାୟ ଏକ ହଜାରରୁ ଅଧିକ ଲୋକେ ବସବାସ କରନ୍ତି । ପାହାଡ ପର୍ବତ ଘେରା ଏହି ଗାଁରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ । ଗ୍ରାମବାସୀ ନେତା, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ନିକଟକୁ ବାରମ୍ବାର ଦୌଡ଼ିଛନ୍ତି, ମାତ୍ର କେହି ଶୁଣି ନାହାନ୍ତି । ପ୍ରତି ନିର୍ବାଚନ ସମୟରେ ପ୍ରଚାର ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା ଓ ପ୍ରାର୍ଥୀମାନେ ଗାଁକୁ ଆସି ମାଳମାଳ ପ୍ରତିଶ୍ରୁତି ଦିଅନ୍ତି । ଗ୍ରାମବାସୀଙ୍କୁ ଭାଗ ଭାଗ କରି ମଦ, ମାଂସ, ଟଙ୍କା ଦେଇ ଝଗଡ଼ା ସୃଷ୍ଟି କରାଇଥାନ୍ତି । କିନ୍ତୁ ନିର୍ବାଚନ ସରିବା ପରେ ଆଉ କାହାରି ଦେଖା ମିଳିନଥାଏ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଦୀର୍ଘ ବର୍ଷ ଧରି ପ୍ରତାଡିତ ହେବା ପରେ ଚଳିତଥର ସେମାନେ କୌଣସି ରାଜନୈତିକ ଦଳର ନେତା, ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଗ୍ରାମରେ ପ୍ରବେଶ କରି ନିର୍ବାଚନୀ ପ୍ରଚାର କରାଇ ଦେବେନି ବୋଲି ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ ହୋଇଥିବା ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.