ETV Bharat / politics

ନବରଙ୍ଗପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - PM MODI NABARANGPUR VISIT - PM MODI NABARANGPUR VISIT

PM MODI NABARANGPUR VISIT: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତରେ ଆସୁଛନ୍ତି । ଫୋକସରେ ବ୍ରହ୍ମପୁର, ଆସିକା, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡି ସଂସଦୀୟ କ୍ଷେତ୍ର । ଅଧିକ ପଢନ୍ତୁ

ନବରଙ୍ଗପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
ନବରଙ୍ଗପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି (ETV BHARAT ODISHA)
author img

By ETV Bharat Odisha Team

Published : May 5, 2024, 4:21 PM IST

Updated : May 5, 2024, 4:53 PM IST

ନବରଙ୍ଗପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି (ETV BHARAT ODISHA)

ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ତାରିଖରେ ଆସୁଛନ୍ତି ଓଡ଼ିଶା, ଏହା ଓଡ଼ିଶାରେ ତାଙ୍କର ପ୍ରଥମ ନିର୍ବାଚନୀ ସଭା । ଏହା ପୂର୍ବରୁ ଫେବ୍ରୁଆରି ୩ରେ ସମ୍ବଲପୁର ଏବଂ ମାର୍ଚ୍ଚ ୫ରେ ସେ ଆସିଥିଲେ । ସେଠାରେ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ଉତ୍ସବରେ ସାମିଲ ହୋଇଥିଲେ, ଜନସମାବେଶରେ ଉଦ୍‌ବୋଧନ ଦେଇଥିଲେ । ତାହା ସରକାରୀ କାର୍ଯ୍ୟକ୍ରମ ହୋଇଥିବାବେଳେ ଏବେ ନିର୍ବାଚନୀ ମାହୋଲରେ ଆସୁଛନ୍ତି ଓଡ଼ିଶା ମୋଦି । ନବରଙ୍ଗପୁରରେ ମୋଦିଙ୍କ ଗସ୍ତ ପାଇଁ ନିକଟସ୍ଥ ଚିଲିଲି ଗ୍ରାମର ପଡିଆରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏହି ସଭାରେ ନବରଙ୍ଗପୁର ଓ କୋରାପୁଟ ଲୋକସଭାର ବିଜେପି ପ୍ରାର୍ଥୀ ସହ ୧୪ଟି ବିଧାନସଭା ପ୍ରାର୍ଥୀଙ୍କ ଭୋଟ ମାଗିବେ ମୋଦି ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡ଼ିବ ମେ' ୧୩ରେ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ସହ ୨୮ ବିଧାନସଭା କ୍ଷେତ୍ରରେ ହେବ ଭୋଟ୍ ଗ୍ରହଣ । ଏହି ପରିପ୍ରେକ୍ଷୀରେ ନିର୍ବାଚନୀ ମାହୋଲକୁ ଆହୁରି ସରଗରମ କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଚାରର ମୂଳବିନ୍ଦୁ କ'ଣ ରହିବ ତାହାକୁ ନେଇ ଚର୍ଚ୍ଚା ଧରିଛି । ଓଡ଼ିଶାର ଅସ୍ମିତା ଏବେ ସଂକଟରେ । ଏହି ପ୍ରସଙ୍ଗକୁ ନେଇ ସେ ସରକାରଙ୍କୁ ଘେରିବା ଏକ ପ୍ରକାର ନିଶ୍ଚିତ । ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ସୋନପୁର ଗସ୍ତ ଏବଂ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁର ଆମ୍ବପୁଆ ସଭାରେ ରାଜ୍ୟ ସରକାରଙ୍କୁ କଡ଼ା ସ୍ୱରରେ ଭର୍ସନା କରିସାରିଛନ୍ତି ।

ଓଡ଼ିଶାରେ ମୋଦି ଲହର ଜୋର ଧରିଛି । ମୋଦିଙ୍କ ଗସ୍ତକୁ ନେଇ ଭାଜପା ନେତା ଓ କର୍ମୀ ବେଶ୍ ଉତ୍ସାହିତ । ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁରରେ 10.30ରେ ଏକ ଜନସଭା କରିବା ପରେ ନବରଙ୍ଗପୁର ଗସ୍ତ କରିବେ । ମଧ୍ୟାହ୍ନ 12.30ରେ ନବରଙ୍ଗପୁର ପହଞ୍ଚି ଚିକିଲି ପଡିଆଠାରେ ଜନସଭାକୁ ସମ୍ବୋଧିତ କରିବେ । ଏହି ଗସ୍ତ ସମୟରେ ସେ ବ୍ରହ୍ମପୁର, ଆସିକା, କନ୍ଧମାଳ,ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡି ସଂସଦୀୟ କ୍ଷେତ୍ରକୁ ଫୋକସ୍‌ରେ ରହିବ ।

ଏହା ମଧ୍ୟ ପଢନ୍ତୁ......ମୋଦିଙ୍କ ଫୋକସରେ ଓଡିଶା: ଗୋଟିଏ ସପ୍ତାହରେ 2 ଥର ଗସ୍ତ, ରୋଡ ସୋ’ ଓ ପ୍ରଚାର କରିବେ - PM MODI ODISHA VISIT

ନବରଙ୍ଗପୁର ଲୋକସଭା 1999 ଓ 2004ରେ ପ୍ରଥମେ ବିଜେପି ହାତକୁ ଯାଇଥିଲା ପରେ କଂଗ୍ରେସ ଓ ବର୍ତ୍ତମାନ ବିଜେଡି ହାତରେ ଅଛି । 2019 ନିର୍ବାଚନରେ ୭ଟି ଲୋକସଭାରୁ ଉମରକୋଟ ବିଧାନସଭା ମଣ୍ଡଳୀ ମାତ୍ର ଗୋଟିଏରେ ବିଜୟୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ କିନ୍ତୁ ବିଜେପି ଫୋକେସରେ ସମ୍ପୂର୍ଣ୍ଣ ଦକ୍ଷିଣ ଓଡିଶା । ତେଣୁ ମୋଦିଙ୍କ ଗସ୍ତ ବେଶ୍ ମହତ୍ତ୍ବ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଭୋଟରଙ୍କ ଉପରେ ପ୍ରଭାବ ପକାଇବ ବୋଲି ରାଜନୈତିକ ସମୀକ୍ଷକ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : May 5, 2024, 4:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.