ETV Bharat / politics

ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ମୋଦିଙ୍କ ବିଶାଳ ରୋଡ ସୋ’, ଜନସମୁଦ୍ର ପାଲଟିଲା ବଡଦାଣ୍ଡ - PURI PM ROAD SHOW

author img

By ETV Bharat Odisha Team

Published : May 20, 2024, 1:04 PM IST

Modi Road Show: ମହାପ୍ରଭୁଙ୍କୁ ଦର୍ଶନ କରି ବିଶାଳ ରୋଡ଼ ସୋ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ କୌଳିକ ପଣ୍ଡା । ମୋଦିଙ୍କ ଝଲକ ପାଇଁ ହଜାର ହଜାର ଲୋକଙ୍କ ଭିଡ ।

Modi Road Show
Modi Road Show (ETV Bharat Odisha)
ମୋଦିଙ୍କ ବିଶାଳ ରୋଡ ସୋ (ETV Bharat Odisha)

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । କଡ଼ା ସୁରକ୍ଷା ମଧ୍ଯରେ ସକାଳ 7 ଟାରେ ପୁରୀ ତାଳବଣିଆ ହେଲିପ୍ୟାଡରେ ଅବତରଣ ପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମୋଦି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଗାଡ଼ିରୁ ଓହ୍ଲାଇ ପ୍ରଥମେ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ । ପରେ ସେବାୟତମାନେ ପ୍ରଧାନମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ସ୍ଵାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିରକୁ ପ୍ରଵେଶ ପୂର୍ବରୁ ଅରୁଣସ୍ତମ୍ଭ ନିକଟରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଦୀପ ଜାଳିଥିଲେ । ପରେ ଶ୍ରୀମନ୍ଦିର ଗର୍ଭ ଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥଲେ । ଶ୍ରୀମନ୍ଦିର ପାର୍ଶ୍ଵ ଦେବାଦେବୀ ମନ୍ଦିର ବୁଲି ଦର୍ଶନ କରିବା ସହ ଶ୍ରୀମନ୍ଦିରରେ ବେଢ଼ା ପରିକ୍ରମା କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ କୌଳିକ ପଣ୍ଡା ରଘୁନାଥ ଗୋଛିକାର ପ୍ରଧାନମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମହାପ୍ରସାଦ, ଜଗନ୍ନାଥଙ୍କ ଫଟୋ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ତେବେ ସେ ଆଉ ଥରେ ଯଦି ମହାପ୍ରଭୁଙ୍କ କୃପାରୁ ପ୍ରଧାନମନ୍ତ୍ରୀ ହୁଅନ୍ତି ସେ ଖୁବ ଶୀଘ୍ର ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିବେ ବୋଲି ପ୍ରଧାନମନ୍ତ୍ରୀ କହିଥିବା କହିଛନ୍ତି ରଘୁନାଥ ଗୋଛିକାର । ଅନ୍ୟପଟେ ଦଇତାପତି ସେବକ ଭବାନୀ ଦାସ ମହାପାତ୍ର କହିଛନ୍ତି,"ପ୍ରଧାନମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିବା ସମୟରେ ବେଶ୍ ଭାବବିହ୍ଵଳ ହୋଇଯାଇଥିଲେ । ଦୀର୍ଘ 8 ବର୍ଷ ବ୍ୟବଧାନରେ ସେ ମହାପ୍ରଭୁଙ୍କ ନିକଟକୁ ଆସିଥିବାରୁ ନିଜକୁ ମୋଦି ବେଶ ଭାଗ୍ୟଶାଳୀ ମନେ କରିଥିଲେ ବୋଲି କହିଛନ୍ତି ଦଇତାପତି ।

ଏହାମଧ୍ୟ ପଢନ୍ତୁ.. ପୁରୀରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ', ଜନସମୁଦ୍ର ପାଲଟିଲା ବଡଦାଣ୍ଡ - PM Modi Roadshow

ମୋଦି ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ସିଂହଦ୍ଵାର ନିକଟ ବ୍ୟାରିକେଡରେ ହଜାର ହଜାର ଲୋକଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଦେଖି ଉପସ୍ଥିତ ଜନତା ମୋଦି ମୋଦି ନାରାରେ କମ୍ପିଥିଲେ । ପରେ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀମନ୍ଦିର ସିଂହଦ୍ଵାରରୁ ଚାଲି ଚାଲି ବଡ଼ଦାଣ୍ଡର ମରିଚିକୋଟ ଛକ ଯିବା ସହ ଲୋକଙ୍କୁ ହାତ ହଲାଇଥିଲେ । ଏହାପରେ ମରିଚିକୋଟ ଛକରୁ ମେଡ଼ିକାଲ ଛକ ଯାଏ ଏକ ବିଶାଳ ରୋଡ଼ ସୋ କରାଯାଇଥିଲା । ଏଥିରେ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ଅନ୍ୟ ବିଧାନସଭା ପ୍ରାର୍ଥୀମାନେ ସାମିଲ ହୋଇଥିଲେ । ରୋଡ ସୋରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ପ୍ରଧାନମନ୍ତ୍ରୀ ।

ଏନେଇ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି," ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ମୋଦିଙ୍କ ଉପରେ ରହିଛି । ପ୍ରଧାନମନ୍ତ୍ରୀ ସବୁବେଳେ ଗରିବଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଚାଲିଛନ୍ତି । ଯିଏ ଗରିବଙ୍କ ସହିତ ରହିଛି ତା ଉପରେ ମହାପ୍ରଭୁଙ୍କ ଆଶୀର୍ବାଦ ରହିଥାଏ । ଏଣୁ ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଗାମୀ ନିର୍ବାଚନରେ ଦେଶ ଓ ରାଜ୍ଯରେ ବିଜେପି ସରକାର ଗଠନ ହେବ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.