ETV Bharat / politics

ମୋଦିଙ୍କ ଫୋକସରେ ଓଡ଼ିଶା; ଆଜି ଭୁବନେଶ୍ୱରରେ କରିବେ ମେଗା ରୋଡ ସୋ' - PM Modi roadshow

PM Modi To Hold Roadshow In Bhubaneswar: ବିଜେପି ଫୋକସରେ ଭୁବନେଶ୍ବର ଲୋକସଭା ଆସନ । ହାଇଭୋଲଟେଜ ପ୍ରଚାରରେ କମ୍ପିବ ରାଜଧାନୀ । ଆଜି ରାଜଧାନୀ ରାଜରାସ୍ତାରେ ମେଗା ରୋଡ ସୋ' କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 10, 2024, 10:47 AM IST

Narendra Modi
Narendra Modi (@narendramodi)

ଭୁବନେଶ୍ୱର: ଆଜି ହେବ ହାଇଭୋଲଟେଜ ପ୍ରଚାର । ରାଜଧାନୀରେ ମେଗା ରୋଡ ସୋ' କରିବେ ପ୍ରଧାନମନ୍ତ୍ରୀ । 'ମୋଦି ହୈ ତୋ ମୁମକିନ', 'ଫିର ଏକବାର ମୋଦି ସରକାର' ନାରାରେ କମ୍ପିବ ରାଜଧାନୀର ରାଜରାସ୍ତା । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ଥିବାବେଳେ ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟାରେ ସେ ଭୁବନେଶ୍ୱରରେ ରୋଡ ସୋ' କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଭୁବନେଶ୍ବର ଲୋକସଭା ଆସନରେ ପୁଣିଥରେ ବାଜିମାତ କରିବାକୁ ବିଜେପି ଲକ୍ଷ୍ୟ ରଖିଛି । ଏହାକୁ ଦୃଷ୍ଟିରେ ରଖି ଆଜି ରାଜଧାନୀରେ ମେଗା ରୋଡ ସୋ' କରିବେ ପ୍ରଧାନମନ୍ତ୍ରୀ । ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ଆଜି ରାତି 8ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ' କରିବେ । ରାଜଧାନୀବାସୀ ଦେଖିବେ ମୋଦିଙ୍କ ମେଗା ରୋଡ ସୋ' । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ବିଜେପି କର୍ମୀ ବେଶ ଉତ୍ସାହିତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆଜି ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ ସୋ': କମିଶନରେଟ୍ ପୋଲିସର ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା, ଜାଣନ୍ତୁ କେଉଁ ଅଞ୍ଚଳରେ ନୋ ଜୋନ - Security Arrangements For PM Modi

ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ରାଜ୍ୟ ବିଜେପି ମୁଖ୍ୟାଳୟ ଅଭିମୁଖେ ବାହାରିବେ ମୋଦି । ସେଠାରେ ପହଞ୍ଚିବା ପରେ 8ଟା 30ରୁ ରୋଡ ସୋ' ଆରମ୍ଭ କରିବେ । ମାଷ୍ଟରକ୍ୟାଣ୍ଟିନ, ରାମ ମନ୍ଦିର ଛକ, ବିଏମସି ଅଫିସ, କେନ୍ଦ୍ରୀୟ ବିଦ୍ୟାଳୟ, ମହର୍ଷି କଲେଜ ଛକ, ବାୟାବାବା ମଠ ଛକ, ରୂପାଲି ଛକ ଓ ରମାଦେବୀ ବିଶ୍ବବିଦ୍ୟାଳୟ ଦେଇ ବାଣୀବିହାରରେ ରାତି 9ଟା 30ରେ ରୋଡ ସୋ' ଶେଷ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ସିଧା ରାଜଭବନ ଅଭିମୁଖେ ଯିବେ ।

ସୁରକ୍ଷା ବ୍ୟବସ୍ଥା କଡାକଡି: ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ଲୁ ବୁକ୍ ସୁରକ୍ଷା କରାଯାଇଛି । ବିଜେପି ପାର୍ଟି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ଶୋଭାଯାତ୍ରା ହେବାକୁ ଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ । ଜନପଥରେ ଲାଗିଛି ସିସିଟିଭି । ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି । ଏହି ନିୟମ ଅନୁଯାୟୀ ଅପରାହ୍ନ ୨ଟାରୁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାରରେ ଯାତାୟତ ବନ୍ଦ ରହିବ । ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ଅପରାହ୍ନ ୪ଟାରୁ ରାଲି ସରିବା ପର୍ଯ୍ୟନ୍ତ ବନ୍ଦ ରହିବ ।

ଆସନ୍ତାକାଲି 3 ଜିଲ୍ଲାରେ ପ୍ରଚାର କରିବେ ମୋଦି: ଶନିବାର କନ୍ଧମାଳ, ବଲାଙ୍ଗୀର ଓ ବରଗଡ ଗସ୍ତ କରି ପ୍ରଚାର କରିବେ ମୋଦି । ସକାଳ 9ଟା 30ରେ କନ୍ଧମାଳର ଫୁଲବାଣୀ ଷ୍ଟାଡିୟମରେ ଏକ ଜନସଭାରେ ସାମିଲ ହେବେ । ପରେ ଦିନ 11ଟା ସମୟରେ ବଲାଙ୍ଗୀର ଓ 1ଟା 30ରେ ବରଗଡରେ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗ ଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.