ETV Bharat / politics

ଫୁଲବାଣୀରେ ଗର୍ଜିଲେ ମୋଦି: ରତ୍ନଭଣ୍ଡାର ଚାବି ହଜିବାଠୁ..ନବୀନଙ୍କୁ ଜିଲ୍ଲା ନାମ ଲେଖିବାକୁ ଦେଲେ ଆହ୍ବାନ - PM MODI TARGET BJD GOVT

author img

By ETV Bharat Odisha Team

Published : May 11, 2024, 2:15 PM IST

PM MODI TARGETS BJD GOVT: ଫୁଲବାଣୀରେ ଗର୍ଜିଲେ ମୋଦି । ରତ୍ନଭଣ୍ଡାର ଚାବି ହଜିଲା କେମିତି କଲେ ପ୍ରଶ୍ନ । ନବୀନଙ୍କୁ ଜିଲ୍ଲା ନାମ ଓ ମୁଖ୍ୟାଳୟ ଲେଖିବାକୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ

ଫୁଲବାଣୀରେ ଗର୍ଜିଲେ ମୋଦି
ଫୁଲବାଣୀରେ ଗର୍ଜିଲେ ମୋଦି (PIC-ETV Bharat Odisha)

ଫୁଲବାଣୀ: ଗତକାଲି (ଶୁକ୍ରବାର)ଠାରୁ ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ଶୀର୍ଷ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସଂଧ୍ୟାରେ ରାଜଧାନୀ ଭୁବନେଶ୍ବରରେ ରୋଡ ଶୋ’ କରିବା ପରେ ଆଜି ଦକ୍ଷିଣ ଓଡିଶାରେ ମାରାଥନ ପ୍ରଚାରରେ ବିଜେଡି ସରକାରକୁ କଡା ଟାର୍ଗେଟ କରିଛନ୍ତି । ଓଡିଶାର ଅସ୍ମିତା ବିପଦରେ ଥିବା କଥା କହି ଝଡ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କନ୍ଧମାଳ ଫୁଲବାଣୀରେ ଆଜି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏକାଧିକ ସ୍ପର୍ଶକାତର ପ୍ରସଙ୍ଗ ଉଠାଇଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇ ବିଜେଡି ସରକାରକୁ ଘେରିଛନ୍ତି । ଚାବି ଗଲା କୁଆଡେ, ପ୍ରଶ୍ନ ଉଠିବା ପରେ ନକଲି ଚାବି କେମିତି ଆସିଲା । ଏହି ନକଲି ଚାବି କି’ଏ ତିଆରି କରିଥିଲା, ଏହାକୁ କେମିତି ବ୍ୟବହାର କରାଯାଉଥିଲା ବୋଲି ପ୍ରଧାନମନ୍ତ୍ରୀ ଶାଣିତ ପ୍ରଶ୍ନ ସହ ‘ଜଗନ୍ନାଥ ସଂସ୍କୃତି’ କଥା କହୁଥିବା ନବୀନ ସରକାରକୁ ଟାର୍ଗେଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ‘‘ରତ୍ନ ଭଣ୍ଡାରର ଚାବି ନବୀନ ସରକାର ସମ୍ଭାଳି ପାରୁନାହାନ୍ତି । ଚାବି କେମିତି ହଜିଲା ? ପ୍ରଶ୍ନ ଉଠିବା ପରେ ସରକାର ନକଲି ଚାବି ମିଳିଥିବା କଥା କହିଲେ । ହେଲେ ଏହି ନକଲି ଚାବି କାହିଁକି ତିଆରି ହୋଇଥିଲା ? ନକଲି ଚାବିରେ କେହି ରତ୍ନଭଣ୍ଡାର ଖୋଲୁ ନଥିଲେ ତ ? ସେଥିରେ ଥିବା ମହାପ୍ରଭୁଙ୍କ ଅଳଙ୍କାର କେହି ଅନ୍ୟତ୍ର ନେଉନଥିଲେ ତ ? ଚାବି ହଜିବା ଠାରୁ ମଧ୍ୟ ନକଲି ଚାବି ଠାବ ହେବା ଅଧିକ ଗମ୍ଭୀର ବିଷୟ । ଏହାର ତଦନ୍ତ ପାଇଁ ଏକ କମିଶନ ମଧ୍ୟ ଗଠନ ହେଲା । କିନ୍ତୁ କମିଶନ ରିପୋର୍ଟ ସାର୍ବଜନୀନ କରାଗଲାନି । ରାଜ୍ୟ ସରକାର କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି ? ରାଜ୍ୟରେ ବିଜେପି ସରକାର ଗଠନ କଲେ ରତ୍ନଭଣ୍ଡାର ଖୋଲିବ ।’’

ଏହା ମଧ୍ୟ ପଢନ୍ତୁ :- ଫୁଲବାଣୀରେ ସମାବେଶକୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Live - Modi in Kandhamal

କେବଳ ଏହି ଶ୍ରୀମନ୍ଦିରର ପ୍ରସଙ୍ଗ ନୁହେଁ ବରଂ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶାସନିକ ଦକ୍ଷତା ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମୋଦି । ନବୀନ ବିନା ପେପରରେ ଓଡିଶାର ସମସ୍ତ ଜିଲ୍ଲା ଓ ସମସ୍ତ ସଦର ମହକୁମାର ନାମ କରିପାରିବେ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି । କହିଛନ୍ତି, ନବୀନବାବୁଙ୍କୁ ଯେକୌଣସି ସ୍ଥାନରେ ଛିଡ଼ା କରି କାଗଜ ନଦେଖି ରାଜ୍ୟର ଜିଲ୍ଲାଗୁଡ଼ିକର ନାଁ ଏବଂ ସେଗୁଡ଼ିକର ମୁଖ୍ୟାଳୟର ନାମ କହିବାକୁ କୁହନ୍ତୁ । ଯେଉଁ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଜିଲ୍ଲାଗୁଡ଼ିକର ନାଁ କାଗଜ ନଦେଖି କହିପାରିବେ ନାହିଁ, ସେ ଲୋକଙ୍କ ଦୁଃଖ କେମିତି ବୁଝିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

କନ୍ଧମାଳ ଫଲୁବାଣୀରେ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାର ଉପରେ ବର୍ଷିବା ପରେ ମୋଦି ବଲାଙ୍ଗିରରେ ପହଞ୍ଚିଛନ୍ତି । ସେଠାରେ ମଧ୍ୟ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ମୋଦି । ଗତକାଲି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପାର୍ଟିର ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ଛକ ପର୍ଯ୍ୟନ୍ତ ବିଶାଳ ରୋଡ ଶୋ’ କରିଥିଲେ । ମୋଦିଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ସାମିଲ ହୋଇଥିଲେ । ଗତକାଲି ରାଜଭବନରେ ରାତ୍ରିଯାପନ କରିଥିବା ପ୍ରଧାନମନ୍ତ୍ରୀ ଆଜି କନ୍ଧମାଳ, ବଲାଙ୍ଗିର ଓ ବରଗଡରେ ମାରଥାନ ପ୍ରଚାର ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.