ଭୁବନେଶ୍ୱର: ଉତ୍ସାହିତ ଭୋଟର । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ବେଳେ ଦିନ 11 ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ ହୋଇଛି । ଝାରସୁଗୁଡାରେ ସର୍ବାଧିକ ୨୫.୩୨ ମତଦାନ ହୋଇଥିବା ବେଳେ ବଲାଙ୍ଗୀରରେ ସର୍ବନିମ୍ନ ୧୭.୧୬ ପ୍ରତିଶତ ଭୋଟ ପଡିଛି । ସୁନ୍ଦରଗଡ଼ ଜିଲ୍ଲା ବଣେଇରେ ସର୍ବାଧିକ 35 ପ୍ରତିଶତ ଭୋଟିଂ ହୋଇଛି । ସେହିଭଳି ଝାରସୁଗୁଡାରେ 25 ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ବେଳେ ରାଉରକେଲାରେ 19 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।
ରାଜ୍ୟରେ ସୁରୁଖୁରରେ ଚାଲିଛି ଭୋଟିଂ । ଭୋଟରମାନେ ବେଶ ଉତ୍ସାହର ସହ ନିଜର ମତସାବ୍ୟସ୍ତ କରୁଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଦିନ ୧୧ଟା ସୁଦ୍ଧା ୧.୦୭ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ସିଇଓ ନିକୁଞ୍ଜ ବିହାରୀ ଧଳ କହିଛନ୍ତି । ଆଉମଧ୍ୟ ଝାରସୁଗୁଡାରେ ସର୍ବାଧିକ ୨୫.୩୨ ମତଦାନ ହୋଇଥିବା ବେଳେ ବଲାଙ୍ଗୀରରେ ସର୍ବନିମ୍ନ ୧୭.୧୬ ପ୍ରତିଶତ ଭୋଟ ପଡିଛି । ସୁନ୍ଦରଗଡ଼ ଜିଲ୍ଲା ବଣେଇରେ ସର୍ବାଧିକ 35 ପ୍ରତିଶତ ଭୋଟିଂ ହୋଇଛି ।
ଝାରସୁଗୁଡା ଏବଂ ବ୍ରଜରାଜନଗର ଭଳି ଶିଳ୍ପାଞ୍ଚଳରେ ଭଲ ମତଦାନ ହେଉଥିବାର ସଂଖ୍ୟା ଆସୁଛି । ଝାରସୁଗୁଡାରେ 25.52 ପ୍ରତିଶତ ମତଦାନ ହୋଇଥିବା ବେଳେ ଝାରସୁଗୁଡାରେ 25 ପ୍ରତିଶତରୁ ଅଧିକ ମତଦାନ ହୋଇଛି । ରାଉରକେଲାରେ 19 ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ବେଳେ ରଘୁନାଥପାଲ୍ଲୀରେ 23 ପ୍ରତିଶତ ଭୋଟ ପଡିଛି । ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ମଧ୍ୟ ଭଲ ଭୋଟିଂ ଟ୍ରେଣ୍ଡ ଦେଖିବାକୁ ମିଳିଛି । ବୀରମିତ୍ରପୁରରେ ଦିନ ୧୧ଟା ସୁଦ୍ଧା 24 ପ୍ରତିଶତ ମତଦାନ ହୋଇଛି । ବଲାଙ୍ଗୀରରେ ସର୍ବନିମ୍ନ ୧୭.୧୬ ପ୍ରତିଶତ ମତଦାନ ହୋଇଛି । ଭୋଟରମାନଙ୍କ ଭିତରେ ଆଗ୍ରହ ଉତ୍ସାହ ରହିଛି । ସବୁ ବର୍ଗର ଭୋଟର ଆସି ଭୋଟ ଦେଉଛନ୍ତି ବୋଲି ସିଇଓ କହିଛନ୍ତି ।
ଅନ୍ୟପଟେ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ସମସ୍ତଙ୍କୁ ଭୋଟ ଦେବାକୁ ଆହ୍ୱାନ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ 75 ପ୍ରତିଶତ ଭୋଟ ମତଦାନ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି ।
ଅନ୍ୟପଟେ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି, " ଆଜି ସକାଳୁ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଚାଲିଛି । କୌଣସି ସ୍ଥାନରେ ଗଣ୍ଡଗୋଳର ଖବର ନାହିଁ । 6ଟି ନକ୍ସଲ ପ୍ରବଣ ଅଞ୍ଚଳରେ ଭଲରେ ଭୋଟ ଚାଲିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ଅଛି ।" ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା କ୍ଷେତ୍ର ଏବଂ ୩୫ଟି ବିଧାନସଭା ମଣ୍ଡଳୀରେ ମତଦାନ ହେଉଛି ।
ଇଟିଭି ଭାରତ, ଭୁବନେଶ୍ୱର