ETV Bharat / politics

ମୋଦି ସବୁବେଳେ ମିଛ କୁହନ୍ତି, ତାଙ୍କ କଥା କେହି ବିଶ୍ବାସ କରନ୍ତୁ ନାହିଁ: କଂଗ୍ରେସ - Ajoy Kumar Criticized Modi

author img

By ETV Bharat Odisha Team

Published : May 28, 2024, 11:06 PM IST

Ajoy Kumar Criticized PM Modi: ଖବର ସରବରାହ ସଂସ୍ଥା ANIକୁ ସାକ୍ଷାତକାର ଦେଇ କଂଗ୍ରେସକୁ ଟାର୍ଗେଟର ଜବାବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଲେ ପିସିସି ପ୍ରଭାରୀ ଡଃ ଅଜୟ କୁମାର । କହିଲେ ଇଭିଏମ୍‌ ନମ୍ବର, ମେସିନ ଖୋଲିବା ଏବଂ ଗଣତି ସମୟ ସମାନ ନରହିଲେ ଜାଣିବେ ଗଣତନ୍ତ୍ରର ହତ୍ୟା ହୋଇଛି । ଅଧିକ ପଢ଼ନ୍ତୁ

Ajoy Kumar Criticized PM Modi
Ajoy Kumar Criticized PM Modi (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଓଡ଼ିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ନିର୍ବାଚନ ପୂର୍ବରୁ ରାଜନୈତିକ ବୟାନବାଜି ବୃଦ୍ଧି ପାଇଛି । ବିଜେଡି ଓ ବିଜେପି ମଧ୍ୟରେ ସମାଲୋଚନା ବ୍ୟକ୍ତିଗତ ସ୍ତରକୁ ଚାଲିଯାଇଛି । ଏହାରି ଭିତରେ ଖବର ସରବରାହ ସଂସ୍ଥା ANIକୁ ସାକ୍ଷାତକାର ଦେଇ ପୁଣି ବିଜେଡି ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପରିକି କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ମୁସଲିମ ଲିଗ୍‌ର ଛାପ ରହିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ସେପଟେ ଏହି ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେଡି ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ।

ମଙ୍ଗଳବାର ଖବର ସରବରାହ ସଂସ୍ଥା ANI ସହ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି, "୧୦ ଜୁନରେ ଓଡ଼ିଶାରେ ବିଜେପିର ସରକାର ଶପଥ ନେବ । ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବେ । ଓଡ଼ିଶାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦୀ ହୋଇ ଅଛନ୍ତି । ଏଥର ଓଡ଼ିଶାର ସରକାର ବଦଳିବାକୁ ଯାଉଛି । ୪ ଜୁନରେ ଓଡିଶାରେ ବିଜେଡି ସରକାରର ଶେଷ ଦିନ ହେବ । ଦୀର୍ଘ ୨୫ ବର୍ଷ ହେବ ଓଡ଼ିଶାରେ କୌଣସି ବିକାଶ ହୋଇନାହିଁ । ଏକ ନିର୍ଦ୍ଦିଷ୍ଟ କଠୋରୀ ସରକାରକୁ ପଙ୍ଗୁ କରିଦେଇଛନ୍ତି । ଯଦି ଓଡିଶା ତା' ଭିତରୁ ବାହାରିବ, ତାହେଲେ ଓଡ଼ିଶାର ଦ୍ରୁତ ବିକାଶ ହେବ । ଏହା ଓଡ଼ିଶାର ଅସ୍ମିତାର ପ୍ରଶ୍ନ । ଓଡିଶା ସାରା ଦେଶରେ ଖଣିଜ ସମ୍ପଦଭରା ରାଜ୍ୟ, ହେଲେ ଦେଶରେ ଓଡିଶା ଏକ ଗରିବ ରାଜ୍ୟ । କେବଳ ଓଡିଶା ସରକାର ହିଁ ଏଥିପାଇଁ ଦାୟୀ । ଓଡିଶାବାସୀ ତାଙ୍କ ହକ ପାଇବା ଆବଶ୍ୟକ ଅଛି ।"

ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କେବଳ ବିଜେଡି ସରକାରକୁ ଟାର୍ଗେଟ କରିନଥିଲେ, ଚିରାଚରିତ ଭାବେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ । କଂଗ୍ରେସର ଶେଷ ସମୟ ଆସୁଛି ବୋଲି କହିବା ସହିତ କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ମୁସଲିମ ଲିଗ୍‌ର ଛାପ ରହିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ତେବେ ମୋଦିଙ୍କୁ ଏହାର ଜବାବ ଦେଇଛି କଂଗ୍ରେସ । ଆଜି ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡଃ ଅଜୟ କୁମାର ଏହି ପ୍ରସଙ୍ଗରେ ମୋଦିଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, "ମୋଦି ଯାହା କୁହନ୍ତି, ତାହା କରନ୍ତି ନାହିଁ । ଜୁନ ୪ ତାରିଖରେ ଯେତେବେଳେ ଭୋଟ ଗଣତି ଆରମ୍ଭ ହେବ, ସେତେବେଳେ ଇଭିଏମ୍‌ ନମ୍ବର, ମେସିନ ଖୋଲିବା ଏବଂ ଗଣତି ସମୟ ଯାଞ୍ଚ କରିବାକୁ ହେବ । ଯଦି ସମାନ ନହୁଏ, ତାହେଲେ ଜାଣିବେ ଗଣତନ୍ତ୍ରର ହତ୍ୟା କରାଯାଇଛି । ମୋଦି ସବୁବେଳେ ମିଛ କୁହନ୍ତି, ତେଣୁ ତାଙ୍କ କଥାକୁ କେହି ବିଶ୍ବାସ କରନ୍ତୁ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...‘ଓଡିଶାରେ କବଜାରେ ପୁରା ଶାସନ ବ୍ୟବସ୍ଥା; ଜୁନ 4 ବିଜେଡିର ଏକ୍ସପାଏରୀ, 10ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ' - PM Modi interview to ANI

ସେପଟେ ବିଜେଡି ମଧ୍ୟ ସମାନ ପ୍ରସଙ୍ଗରେ ମୋଦିଙ୍କୁ କାଉଣ୍ଟର କରିଛି । ବିଜେଡି ନେତା ଭିକେ ପାଣ୍ଡିଆନ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶାବାସୀ । ବାହାର ରାଜ୍ୟର ନେତା, କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ କରି ଗାଳି ଗୁଲଜ କରୁଛନ୍ତି । ଯାହାକୁ ଓଡ଼ିଶାବାସୀ ପସନ୍ଦ କରୁନାହାନ୍ତି । ମିଶନଶକ୍ତିକୁ ବନ୍ଦ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି । ବିଜେପି ସରକାରକୁ ଆସିଲେ ମିଶନଶକ୍ତି ବନ୍ଦ କରିବ । BSKY ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି । ମାଗଣା ବିଦ୍ୟୁତ୍‌ ଘୋଷଣା ପରେ ବିଜେପିକୁ କରେଣ୍ଟ ଲାଗିଛି । LPG ଗ୍ୟାସ ପରି ବିଜେପିର ସୋଲାର ବିଦ୍ୟୁତ୍‌ ଘୋଷଣା ଏକ ବଡ ଜୁମଲା । ଏମ୍‌ଏସ୍‌ପି ବୃଦ୍ଧି କେନ୍ଦ୍ର ବିଚାରାଧୀନ ହୋଇଥିଲେ ବି ୧୦ ବର୍ଷ ଧରି ଚାଷୀଙ୍କ କଥା ଚିନ୍ତା କରିନଥିଲା । ୧୫ ଲକ୍ଷ ଆକାଉଣ୍ଟକୁ ଦେବା ନେଇ ଘୋଷଣା ପରି ଏହା ବିଜେପିର ଆଉ ଏକ ଜୁମଲା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.