ETV Bharat / politics

ନବରଙ୍ଗପୁର ରାଜନୀତି; ବଙ୍ଗାଳୀ ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ - Lok Sabha Election 2024

Bengali voters key for Nabarangpur outcome: ନବରଙ୍ଗପୁର ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି ବଙ୍ଗୀୟ ଭୋଟର । ଦିନକ ପରେ ନବରଙ୍ଗପୁର ଲୋକସଭା ଓ ଉମରକୋଟ ବିଧାନସଭା ଆସନରେ ମତଦାନ ଥିବାବେଳେ ଏହି ଅଞ୍ଚଳରେ ପ୍ରାୟ ୮୦ ହଜାର ବଙ୍ଗୀୟ ଭୋଟର ରହୁଥିବା ଅନୁମାନ କରାଯାଉଛି । ତେବେ ନିର୍ବାଚନକୁ ନେଇ କେମିତି ରହିଛି ବଙ୍ଗୀୟ ଭୋଟରଙ୍କ ମୁଡ୍ ? ପରଖିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି

ନବରଙ୍ଗପୁର ରାଜନୀତି; ବଙ୍ଗାଳୀ ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ
ନବରଙ୍ଗପୁର ରାଜନୀତି; ବଙ୍ଗାଳୀ ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ (ETV Bharat Odisha)
author img

By ETV Bharat Odisha Team

Published : May 11, 2024, 10:50 AM IST

Updated : May 11, 2024, 6:02 PM IST

ବଙ୍ଗାଳୀ ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ (ETV Bharat Odisha)

ନବରଙ୍ଗପୁର: ଦିନକ ପରେ ନବରଙ୍ଗପୁର ଲୋକସଭା ଓ ଉମରକୋଟ ବିଧାନସଭା ଆସନରେ ପଡିବ ଭୋଟ । ପ୍ରଥମ ପର୍ଯ୍ୟାୟରେ ଏହି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ତେବେ ଏଥର ନବରଙ୍ଗପୁର ନିର୍ବାଚନରେ ବଙ୍ଗୀୟ ଭୋଟରଙ୍କ ନିର୍ଣ୍ଣାୟକ ଭୂମିକା ରହିବ । କାରଣ ଆଦିବାସୀ ଅଧ୍ଯୁଷିତ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ଝରିଗାଁ ନିର୍ବାଚନ ମଣ୍ଡଳୀରେ ବଙ୍ଗୀୟ ଭୋଟରଙ୍କ ଦବଦବା ରହିଛି । ଏହି ଅଞ୍ଚଳରେ ପ୍ରାୟ ୮୦ ହଜାର ବଙ୍ଗୀୟ ଭୋଟର ରହୁଥିବା ଅନୁମାନ କରାଯାଉଛି । ତେଣୁ ଏହି ଭୋଟରଙ୍କ ଉପରେ ଏବେ ନଜର ରଖିଛି ବିଜେପି ଓ ବିଜେଡି । ବଙ୍ଗୀୟ ଭୋଟ ହାତେଇବା ପାଇଁ ଗତ ପଞ୍ଚାୟତ ନିର୍ବାଚନରୁ ଉଭୟ ଦଳ ରଣକୌଶଳ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ କିଛି ଦିନ ପୂର୍ବେ କେନ୍ଦ୍ରମନ୍ତ୍ରୀ ଶାନ୍ତୁନୁ ଠାକୁର ରାଇଘର ଗସ୍ତ କରି ବିଜେପିର ଏକ ଜନସଭାରେ ବଙ୍ଗୀୟ ଭୋଟରଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାର ଉମରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ ବ୍ଲକର ୧୩ଟି, ଉମରକୋଟ ସହର ଓ ରାଇଘର ବ୍ଲକର ୩୦ଟି ଗାଁ ଏଭଳି ମୋଟ ୪୩ଟି ଗାଁରେ ବସବାସ କରୁଛନ୍ତି ବଙ୍ଗୀୟ ଭୋଟର । କେବଳ ଉମରକୋଟ ନିର୍ବାଚନ ମଣ୍ଡଳୀରେ ଏହି ଭୋଟରଙ୍କ ସଂଖ୍ୟା ପ୍ରାୟ ୫୫ ହଜାର ରହିଛି । ଝରିଗାଁ ନିର୍ବାଚନ ମଣ୍ଡଳୀର ୧୭ଟି ଗାଁରେ ପ୍ରାୟ ୨୫ ହଜାର ବଙ୍ଗୀୟ ଭୋଟର ରହୁଛନ୍ତି । ଉମରକୋଟ ନିର୍ବାଚନ ମଣ୍ଡଳୀରେ ମୋଟ ୧ଲକ୍ଷ ୯୬ହଜାର ୧୯୦ଜଣ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ବଙ୍ଗୀୟ ଭୋଟର ସଂଖ୍ୟା ପ୍ରାୟ ୫୫ ହଜାର । କହିବାକୁ ଗଲେ ମୋଟ ଭୋଟରଙ୍କର ଏହା ପ୍ରାୟ ୨୫ ପ୍ରତିଶତ ।

ଏହା ମଧ୍ୟ ପଢନ୍ତୁ: ବିଜେଡି ଖୁଡ଼ୀଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସିଆ ପୁତୁରା, ଫାଇଦା ଖୋଜୁଛି ବିଜେପି - Odisha Assembly Election 2024

ଉମରକୋଟ, ରାଇଘର ଓ ଝରିଗାଁ ବ୍ଳକର ୬୦ଟି ଗାଁରେ ଏମାନେ ବସବାସ କରିଆସୁଛନ୍ତି । ତେବେ ସେମାନଙ୍କର ବିଭିନ୍ନ ସମସ୍ୟା ରହିଛି । ବିଶେଷ କରି ବଙ୍ଗାଳୀ ଭାଷାରେ ଶିକ୍ଷାଦାନ ପାଇଁ ସେମାନେ ଦାବି କରିଆସୁଛନ୍ତି । ଏପ ରିସ୍ଥଳେ ଆଗାମୀ ନିର୍ବାଚନରେ ବଙ୍ଗୀୟ ଭୋଟରଙ୍କୁ ହାତେଇବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ କି ପ୍ରକାର ରଣନୀତି ଆପଣାଇବେ ଏବଂ କେଉଁ ଦଳ ସଫଳତା ପାଇବ ତାହା ଦେଖିବା ରହିଲା । ତେବେ ଆସନ୍ତା ନିର୍ବାଚନକୁ ନେଇ ବଙ୍ଗୀୟ ଭୋଟରଙ୍କ ମୁଡ୍ ପରଖିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : May 11, 2024, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.