ETV Bharat / politics

ଯାଜପୁରରେ ଜେପି ନଡ୍ଡାଙ୍କ ଜୋରଦାର ପ୍ରଚାର - JP Nadda In Jajpur - JP NADDA IN JAJPUR

JP Nadda In Jajpur: ଯାଜପୁରରେ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଜେଡି ଉପରେ ବର୍ଷିଛନ୍ତି ନଡ୍ଡା । ପଢନ୍ତୁ ପୁରା ଖବର ।

JP Nadda
JP Nadda (ETV Bharat Odisha)
author img

By ETV Bharat Odisha Team

Published : May 24, 2024, 9:27 AM IST

ଯାଜପୁର: ଜିଲ୍ଲାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏହାସହ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ସୂଚନା ଅନୁସାରେ, ଆଜି ଅପରାହ୍ନ 3ଟା 20 ସମୟରେ ବଡଚଣାରେ ପହଞ୍ଚି ନିର୍ବାଚନୀ ପ୍ରଚାରକରିଛନ୍ତି ନଡ୍ଡା। ସେ ଭଦ୍ରକରୁ ଆସି ବଡଚଣା ମହୋତ୍ସବ ପଡିଆରେ ହେଲିପ୍ୟାଡରେ ଓହ୍ଲାଇଥିଲେ। ଏଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଜନତାଙ୍କୁ ଉଦବୋଧନ ଦେଇଥିଲେ।

JP Nadda (ETV Bharat Odisha)

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବଡଚଣା ବିଧାନସଭା କ୍ଷେତ୍ରର ବ୍ଲକ୍ ଅଫିସ ନିକଟ ମହୋତ୍ସବ ପଡ଼ିଆରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ହିତ ସାଧନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ତାଙ୍କ ହାତମୁଠାକୁ ମଜବୁତ କରିବାକୁ ହେବ। ତାଙ୍କ ଦ୍ବାରା ଯାଜପୁର ଓ ଓଡ଼ିଶା ସମେତ ଦେଶର ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି। ଅନେକ କିଛି କାର୍ଯ୍ୟ କରିବାକୁ ବାକି ଅଛି।" ସେ ଯାଜପୁରରେ କେନ୍ଦ୍ର ସରକାରଙ୍କ ବହୁମୁଖୀ ଯୋଜନା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଡବଲ ଇଞ୍ଜିନ ସରକାର ଗଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ ଓ ଲୋକସଭା ପ୍ରାର୍ଥୀ ରବିନ୍ଦ୍ର ନାରାୟଣ ବେହେରାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ।

ଏହା ବି ପଢନ୍ତୁ...କେନ୍ଦୁଝରରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ପାଣ୍ଡିଆନ ଓ ସନାତନଙ୍କୁ କଲେ ଟାର୍ଗେଟ - Assam CM Slam VK Pandian

ଏହା ବି ପଢନ୍ତୁ...ପୁରୀରେ ପ୍ରଚାର କଲେ କଣ୍ଠଶିଳ୍ପୀ କୈଳାଶ ଖେର, ସର୍ବସାଧାରଣରେ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ସମ୍ବିତ - Bjp Campaign In Puri

ନଡ୍ଡା ଆହୁରି କହିଛନ୍ତି, "ନବୀନ ଓଡ଼ିଶା ବାସୀଙ୍କ ପ୍ରତି ବହୁତ ଅନ୍ୟାୟ କରିଛନ୍ତି। ଏଥର ନିର୍ବାଚନରେ ଓଡ଼ିଶାବାସୀ ଏହାର ଜବାବ ଦେବେ। ଏଠାରେ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଯିଏ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରାଇ ଦିଅନ୍ତି ନାହିଁ। ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କୁ ତଳେ ବସାଇ ନିଜେ ଉପରେ ବସନ୍ତି। ସେଠାରେ ଶାସନ ବ୍ୟବସ୍ଥା କିପରି ଚାଲିଥିବ ତାହା ଓଡ଼ିଶାବାସୀ ଭଲଭାବେ ବୁଝି ସାରିଛନ୍ତି। ଆଉ ଏଣିକି ଓଡ଼ିଶାରେ ତାମିଲ ଶାସନ ଚାଲିବ ନାହିଁ। ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଓଡ଼ିଶାବାସୀ ନିର୍ବାଚନରେ ନିଶ୍ଚିତ ରୂପେ ଭୋଟରେ ପ୍ରମାଣିତ କରିବେ।" ତେବେ ଏହି ସଭାରେ ପ୍ରାର୍ଥୀମାନଙ୍କ ସହ ବହୁ ଦଳୀୟ ନେତୃତ୍ୱ ସାମିଲ ଥିଲେ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.