ETV Bharat / politics

ଜୁମଲାବାଜି ସରକାର ବିରୋଧରେ ଦେଶରେ ଇଣ୍ଡିଆ ମେଣ୍ଟର ଲହର ରହିଛି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ - jharkhand CM Exclusive

author img

By ETV Bharat Odisha Team

Published : May 28, 2024, 1:26 PM IST

Updated : May 28, 2024, 2:14 PM IST

Champai Soren's exclusive interview: ନିର୍ବାଚନୀ ମାହୋଲ ଭିତରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ବିଭିନ୍ନ ପ୍ରସଙ୍ଗରେ ବୟାନ ରଖିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଚଳିତ ନିର୍ବାଚନରେ ଇଣ୍ଡିଆ ଗଠବନ୍ଧନର ବିଜୟ ନେଇ ଦାବି କରିବା ସହିତ ବିଜେପିର ଜୁମଲାବାଜା ବିରୋଧରେ ସାରା ଦେଶରେ ମହାମେଣ୍ଟର ଲହର ରହିଥିବା କହିଛନ୍ତି । ଅଧିକ ପଢନ୍ତୁ

ଜୁମଲାବାଜି ସରକାର ବିରୋଧରେ ଦେଶରେ ଇଣ୍ଡିଆ ମେଣ୍ଟର ଲହର ରହିଛି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ
ଜୁମଲାବାଜି ସରକାର ବିରୋଧରେ ଦେଶରେ ଇଣ୍ଡିଆ ମେଣ୍ଟର ଲହର ରହିଛି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ (ETV Bharat Odisha)

ରାଞ୍ଚି: ଏବେ ଦେଶରେ ଚାଲିଛି ଲୋକସଭା ନିର୍ବାଚନ । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ୪୦୦ ପାର୍ ନାରା ଦେଉଥିବାବେଳେ ସେପଟେ ଏଥର କେନ୍ଦ୍ରରୁ ମୋଦି ସରକାରକୁ ହଟାଇବାକୁ ଦମ୍ଭୋକ୍ତି କରୁଛି ଇଣ୍ଡିଆ ମେଣ୍ଟ । ଏହି ସରଗରମ ରାଜନୈତିକ ମାହୋଲ ମଧ୍ୟରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଭାଜପା ସରକାର, ବିରୋଧୀ ମେଣ୍ଟ, ଏବଂ ଏହାର ପ୍ରଧାନମନ୍ତ୍ରୀ ଚେହେରା ପ୍ରସଙ୍ଗରେ ବଡ଼ ବୟାନ ରଖିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ମୋଦି ସରକାରର ୧୦ ବର୍ଷ କାର୍ଯ୍ୟକୁ ଲୋକେ ଦେଖିସାରିଲେଣି । ଏ ସରକାର କେବଳ ଜୁମଲାବାଜି କରିଆସୁଛି । ଏହା ବିରୋଧରେ ଏବେ ସାରା ଦେଶରେ ଇଣ୍ଡିଆ ମେଣ୍ଟର ଲହର ରହିଛି । ଏଥର ନିଶ୍ଚୟ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବ ବୋଲି ଦାବି କରିଛନ୍ତି ଚମ୍ପାଇ ।

ଦେଶରୁ କେମିତି ଗରିବୀ ହଟିଲା ? ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଦରଦାମ, ଦୁର୍ନୀତି, ଓବିସି ସଂରକ୍ଷଣ ପ୍ରଭୃତି ପ୍ରସଙ୍ଗକୁ ନେଇ ବିଜେପି ଉପରେ ବର୍ଷିଛନ୍ତି । ଦେଶରେ ଗରିବୀ ହ୍ରାସ ଓ ମଜଭୁତ ଭାରତୀୟ ଅର୍ଥବ୍ୟବସ୍ଥା ସମ୍ପର୍କିତ ବିଜେପିର ବିକାଶ ନାରା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ମୋଦି ସରକାର ଆଜି ବି ୮୦ କୋଟି ଲୋକଙ୍କୁ ୫ କେଜି ରାସନ ଦେଉଛି ଏବଂ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ରାସନ ଦେବା କଥା କହୁଛି । ତା' ହେଲେ ଦେଶରେ କେମିତି ଗରିବୀ କମିଲା ? ଗରୀବଙ୍କ ପାଇଁ ଏ ସରକାର କିଛି କରିନି ବରଂ କିଛି ମୁଷ୍ଟିମେୟ ପୁଞ୍ଜିପତିଙ୍କ ସ୍ବାର୍ଥରେ କାମ କରୁଛି । ସେମାନଙ୍କ ଉନ୍ନତି ହେଉଛି ।

ଏହା ମଧ୍ୟ ପଢନ୍ତୁ: ‘ଓଡିଶାରେ କବଜାରେ ପୁରା ଶାସନ ବ୍ୟବସ୍ଥା; ଜୁନ 4 ବିଜେଡିର ଏକ୍ସପାଏରୀ, 10ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ' - PM Modi Interview To ANI

ଜେଏମଏମର ଜଣେ ବିଧାୟକ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମାନ୍ତରଳ ନେତା ଭାବି ଭୋଟ ଦେବା ପାଇଁ କହିବା ପ୍ରସଙ୍ଗରେ ଚମ୍ପାଇ କହିଛନ୍ତି, କିଛି ଲୋକ କ'ଣ କହୁଛନ୍ତି, ଜଣେ ଦୁଇ ଜଣ କେଉଁ କଥା କହୁଛନ୍ତି, ଏହିଭଳି ପ୍ରଶ୍ନର ଜବାବ ଦେବା ଠିକ୍ ନୁହେଁ । କଳ୍ପନା ସୋରେନ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢୁ ନାହାନ୍ତି । ଗାଣ୍ଡେୟ ସିଟକୁ ପୂର୍ବରୁ ଖାଲି କରିବା ପ୍ରସଙ୍ଗ ଦଳୀୟ ରଣନୀତିର ଅଂଶ । ଆମେ ଆମର ରଣନୀତିକୁ ସାର୍ବଜନୀନ କରିପାରିବୁ ନାହିଁ ।

ଇଣ୍ଡିଆ ମେଣ୍ଟର ପିଏମ ଚେହେରା କିଏ ? ଇଣ୍ଡିଆ ମେଣ୍ଟ ଜିତିଲେ କିଏ ପ୍ରଧାନମନ୍ତ୍ରୀ ହେବ ପ୍ରଶ୍ନରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଉପରେ ମେଣ୍ଟ ନିଷ୍ପତ୍ତି ନେବ । ଏଥିପାଇଁ ବ୍ୟସ୍ତ ହେବା କିଛି ଦରକାର ନାହିଁ । ଏଥିସହ ବିଜେପିର ୪୦୦ ପାର୍ ନାରାକୁ ନେଇ ସେ କହିଛନ୍ତି, ବିଜେପି କେଉଁ ଆଧାରରେ ୪୦୦ରୁ ଅଧିକ ସିଟ୍ ଜିତିବାର ଦାବି କରୁଛି ଆମେ ବୁଝିପାରୁନୁ । ଯଦି ଏମିତି କଥା ତା'ହେଲେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ବିଭିନ୍ନ ଜାଗାରେ ରାତି କାଟିବାକୁ ପଡୁଛି । ୨୦୧୯ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବେଳେ ବି ବିଜେପି ୬୫ ଆସନର ଦାବି କରୁଥିଲା । ହେଲେ ମାତ୍ର ୨୫ଟି ଆସନରେ ସୀମିତ ରହିଥିଲା । ତେଣୁ ବିଜେପିକୁ ଆଉ ଲୋକେ ବୁଝିବା ବାକି ନାହିଁ ।

ଝାଡଖଣ୍ଡର ୧୪ ଆସନରେ ମେଣ୍ଟ ଜିତିବା ଦାବି: ଇଣ୍ଡିଆ ମେଣ୍ଟ ଏକ ମୁଦ୍ଦା ଏବଂ ଭାବନାକୁ ନେଇ ମଇଦାନକୁ ଓହ୍ଲାଇଛି । ବେରୋଜଗାର ଓ ମହିଳାଙ୍କ ବିକାଶ ପାଇଁ ଅନେକ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ଜୁମଲା ସାବ୍ୟସ୍ତ ହୋଇସାରିଛି । ଏହାକୁ ଜନତା ବୁଝି ସାରିଛନ୍ତି । ଯାହାର ଫାଇଦା ଇଣ୍ଡିଆ ମେଣ୍ଟକୁ ହେବ । ଆମ ସରକାର କରିଥିବା ଜନକଲ୍ୟାଣକରୀ କାର୍ଯ୍ୟକୁ ନେଇ ଭୋଟ ମାଗୁଛି । ଏଥର ଝାଡଖଣ୍ଡର ସମସ୍ତ ୧୪ଟି ଯାକ ଆସନରେ ଇଣ୍ଡିଆ ମେଣ୍ଟ ବିଜୟୀ ହେବା ସହ କେନ୍ଦ୍ରର ମେଣ୍ଟ ସରକାର ଗଠନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 28, 2024, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.