ETV Bharat / politics

‘କଟକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର କୌଣସି ପ୍ରଭାବ ପଡିବ ନାହିଁ’ - Modi visit in cuttack

author img

By ETV Bharat Odisha Team

Published : May 21, 2024, 10:24 AM IST

Mohammed Moquim reaction on pm Modi cuttack visit : ପ୍ରଧାନମନ୍ତ୍ରୀଙ୍କ କଟକ କାର୍ଯ୍ୟକ୍ରମ ନେଇ ମୋକିମଙ୍କ ପ୍ରତିକ୍ରିୟା । କହିଲେ, ମୋଦି ହୁଅନ୍ତୁ କି ନବୀନ, କଟକରେ କାହାର ପ୍ରଭାବ ପଡିବନାହିଁ । ସୋଫିଆ ହିଁ ବିଧାୟକ ହେବେ । ଅଧିକ ପଢନ୍ତୁ

‘କଟକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କୌଣସି ପ୍ରଭାବ ପକାଇବ ନାହିଁ ’
‘କଟକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କୌଣସି ପ୍ରଭାବ ପକାଇବ ନାହିଁ ’ (ETV Bharat Odisha)

କଟକ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରେ ରୋଡ ସୋ’ କରିବା ସହ ଅନୁଗୋଳ ଓ କଟକରେ ସିରିଜ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । ରାଜ୍ୟରେ ଆସନ୍ତା 10ତାରିଖରେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ଦମ୍ଭୋକ୍ତି ସହ ଭୋଟ ମାଗିଛନ୍ତି ମୋଦି । ହେଲେ ବିଜେପିର ଶୀର୍ଷ ଚେହେରା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତର କୌଣସି ପ୍ରଭାବ କଟକରେ ପଡିବନାହିଁ ବୋଲି କହିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ । କେବଳ ମୋଦି ନୁହନ୍ତି, ବରଂ ମୁଖ୍ୟମନ୍ତ୍ରୀ ନବୀନ କିମ୍ବା ଅନ୍ୟ କେହି ନେତା ଆସି କଟକରେ ପ୍ରଚାର କଲେ ମଧ୍ୟ କୌଣସି ପ୍ରଭାବ ପଡିବନାହିଁ । କଟକବାସୀ ବୁଦ୍ଧିଜୀବୀ । ସେମାନେ କଂଗ୍ରେସ ସହ ଅଛନ୍ତି । ଏଥର କଂଗ୍ରେସ ପ୍ରାର୍ଥୀ ତଥା ଝିଅ ସୋଫିଆ ଫିର୍ଦ୍ଦୋସ ବିଧାୟିକା ଭାବେ ନିଶ୍ଚିତ ନିର୍ବାଚିତ ହେବେ ବୋଲି ମୋକିମ ଆଶାବ୍ୟକ୍ତ କରିଛନ୍ତି ।

ଗତକାଲି ସଂଧ୍ୟାରେ କଟକ ବିଭିନ୍ନ ସାହିଗଳିରେ ପ୍ରଚାର କରିଛନ୍ତି ମୋକିମ ଓ ଝିଅ ସୋଫିଆ । ‘ଇଟିଭି ଭାରତ’କୁ ପ୍ରତିକ୍ରିୟା ଦେଇ ମୋକିମ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ଅମିତ ଶାହ ମଧ୍ୟ କଟକ ଆସି ରୋଡ ସୋ’ କରିସାରିଛନ୍ତି । ପାଣ୍ଡିଆନ ମଧ୍ୟ ଆସି ନିର୍ବାଚନୀ ସଭା କରିସାରିଛନ୍ତି । ଏବେ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଚାରରେ ଆସିବାକୁ ଯାଉଛନ୍ତି । ହେଲେ ଏହି ସମସ୍ତଙ୍କ ଗସ୍ତ କଟକରେ ପ୍ରଭାବ ପକାଇବ ନାହିଁ । ଲୋକେ କଂଗ୍ରେସ ସହ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସଭାର କେଇ ଘଣ୍ଟା ପରେ ଲୋକେ ତାଙ୍କ ପ୍ରଚାରରେ ମଧ୍ୟ ବିପୁଳ ସଂଖ୍ୟାରେ ସାମିଲ ହୋଇଛନ୍ତି । ଏହା ଦର୍ଶାଉଛି ଯେ, କଟକରେ କଂଗ୍ରେସ ସହ ଲୋକଙ୍କ ସମର୍ଥନ ରହିଛି । ଏଥର ସୋଫିଆ ନିଶ୍ଚୟ ବିଧାୟିକା ଭାବେ ନିର୍ବାଚିତ ହେବେ ।

ଏହା ବି ପଢନ୍ତୁ : ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟକୁ ନେଇ ଭାରତରେ ଦିନିକିଆ ଶୋକ, ଜାତୀୟ ପତାକା ଅର୍ଦ୍ଧନମିତ - Iran President Death

ଏକ ଘୋଟାଲା ମାମଲାରେ ଦଣ୍ଡାଦେଶ ପାଇଥିବା ମୋକିମ ସୁପ୍ରିମକୋର୍ଟରୁ ବେଲ ପାଇଛନ୍ତି । ମାତ୍ର ତାଙ୍କ ଦଣ୍ଡାଦେଶ ଉପରେ ସର୍ବୋଚ୍ଚକୋର୍ଟ କୌଣସି ରହିତାଦେଶ ଜାରି କରିନଥିବାରୁ ସେ ଏଥର ନିର୍ବାଚନ ଲଢି ପାରିନାହାନ୍ତି । ତାଙ୍କ ସ୍ଥାନରେ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ କଂଗ୍ରେସ ଟିକଟ ଦେଇଛି । ବାରବାଟୀ ଆସନରେ ମୋକିମଙ୍କର ଲୋକପ୍ରିୟତା ରହିଥିବା କାରଣରୁ ଝିଅଙ୍କ ବଜୟ ସମ୍ଭାବନା ମଧ୍ୟ ରହିଛି । ହେଲେ ନବାଗତା ସୋଫିଆଙ୍କୁ ବିଜେପି ପ୍ରାର୍ଥୀ ତଥା ଜଣାଶୁଣା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଟକ୍କର ଦେଉଛନ୍ତି । ବିଜେଡି ପକ୍ଷରୁ ପ୍ରକାଶ ବେହେରା ପ୍ରାର୍ଥୀ ହୋଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.