ETV Bharat / politics

ବିଜେଡିର ଆଚରଣ ବିଧି ଉଲ୍ଲଂଘନ ! ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ହେଉନଥିବା କହିଲା ବିଜେପି - PARALAKHEMUNDI CONSTITUENCY - PARALAKHEMUNDI CONSTITUENCY

Congress And BJP Complain Against BJD: ବିଜେଡି ପାଇଁ ଜିଲ୍ଲା ପ୍ରଶାସନ କାମ କରୁଥିବା ନେଇ ଅଭିଯୋଗ କରିଛନ୍ତି କଂଗ୍ରେସ ଓ ବିଜେପି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ କିଛି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ବିଜେପି କରିଛି ଅଭିଯୋଗ । ଅଧିକ ପଢନ୍ତୁ

Congress and BJP Complain Against BJD
Congress and BJP Complain Against BJD (ETV Bharat Odisha)
author img

By ETV Bharat Odisha Team

Published : May 9, 2024, 9:18 AM IST

Congress and BJP Complain Against BJD (ETV Bharat Odisha)

ପାରଳାଖେମୁଣ୍ଡି: ବିଜେଡି ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ବିଜେଡି ଇସାରାରେ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରୁଛି ବୋଲି ଅଭିଯୋଗ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଉ 4 ଦିନ ଥିବାବେଳେ ଗଜପତି ଜିଲ୍ଲା ପ୍ରଶାସନ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ କାମ କରୁଥିବା ଅଭିଯୋଗ କରି ସ୍ୱଚ୍ଛ ଅବାଧ ନିର୍ବାଚନ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବିଧାୟକ ତଥା ବିଜେପି ପ୍ରାର୍ଥୀ ।

ଏହି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବ୍ଲକରେ ଅନେକ କିଛି ସରକାରୀ କର୍ମଚାରୀ ବିଜେଡି ପାଇଁ ଖୁଲମଖୁଲା କାମ କରୁଛନ୍ତି । ତାହାକୁ ନେଇ ଫଟୋ ପ୍ରମାଣ ସହ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ କିଛି କାର୍ଯ୍ୟାନୁଷ୍ଠାନ ହେଉନଥିବା ବିଜେପି ଅଭିଯୋଗ ଆଣିଛି । ତେଣୁ ସ୍ୱଚ୍ଛ ନିର୍ବାଚନ ପାଇଁ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନ ଓ ଭାରତୀୟ କମିଶନଙ୍କୁ ଚିଠି ଲେଖିଛନ୍ତି ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ସଭାପତି କେ. ନାରାୟଣ ରାଓ । ସେହିପରି ଯୋଗାଣ ବିଭାଗର ଡିଲରମାନେ ମଧ୍ୟ ବିଜେଡି ପାଇଁ କାମ କରୁଛନ୍ତି ବୋଲି କହିଛନ୍ତି ବିଧାୟକ ।

ଏହା ମଧ୍ୟ ପଢନ୍ତୁ... ଗଜପତିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କଲେ ପାଣ୍ଡିଆନ - Naveen CAMPAIGN IN GAJAPATI

କଂଗ୍ରେସ ପକ୍ଷରୁ ମଧ୍ୟ ସେହି ସମାନ ଅଭିଯୋଗ ହୋଇଛି । କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ପ୍ରଶାସନ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ କାମ କରୁଛି, ତେଣୁ ସ୍ୱଚ୍ଛ ଅବାଧ ନିର୍ବାଚନ ନେଇ ପ୍ରଶ୍ନ ଉଠାଇଛନ୍ତି । ସରକାରୀ କର୍ମଚାରୀ ବିଜେଡି ପାଇଁ ଖୁଲମଖୁଲା କାମ କରୁଥିବା ବେଳେ ଜିଲ୍ଲାପାଳ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ବରଂ ସହଯୋଗ କରିବା ଭଳି ମନେ ହେଉଥିବା କହିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ଜିଲ୍ଲାପାଳ ଦାୟୀ ରହିବେ କି ବୋଲି ପ୍ରଶ୍ନ କରିଛନ୍ତି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା । ନିଜେ ଜିଲ୍ଲାର ଇଲେକ୍ସନ ଅଫିସର୍ ଦାୟିତ୍ଵରେ ରହି ଏଭଳି ଆଚରଣକୁ ସେ ନିନ୍ଦା ମଧ୍ୟ କରିଛନ୍ତି ।

ଏଭଳି ସ୍ଥିତିକୁ ନେଇ କଣ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ନେଇ ସାଧାରଣରେ ମଧ୍ୟ ପ୍ରଶ୍ନ ଉଠୁଛି । ଏମିତିକି ମଙ୍ଗଳବାର ମନ୍ତ୍ରୀ ଅତନୁ ସବ୍ୟସାଚୀ ଘଣ୍ଟାଏ ପାଇଁ ହେଲିକେପ୍ଟରରେ ଯୋଗେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ଓହ୍ଲାଇଥିଲେ ଓ ଚାଲିଯାଇଥିଲେ । ତେବେ କିଛି ବିଜେଡି କର୍ମକର୍ତ୍ତା ସେଠାରେ ପହଞ୍ଚିଥିଲେ । ଦୁଇଟି ବ୍ୟାଗ୍ ହେଲିକେପ୍ଟରରେ ରଖାଯାଉଥିବା ଭିଜୁଆଲ ଭାଇରାଲ ହୋଇଥିଲା । ତେବେ ସେ କେଉଁ କାରଣରୁ ଏଠାକୁ ଆସିଥିଲେ ଓ କାହା ଅନୁମତିରେ ଆସିଥିଲେ ତାହାକୁ ନେଇ ପ୍ରଶ୍ନ ମଧ୍ୟ କରାଯାଇଥିବା ବେଳେ ଏନେଇ କାହାରି ପାଖରେ କିଛି ଖବର ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ଦୁଇଟି ବ୍ୟାଗକୁ ନେଇ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.