ETV Bharat / politics

କଂଗ୍ରେସ ଛାଡି BJPରେ ମିଶିଲେ ବକ୍ସର ବିଜେନ୍ଦର ସିଂ - Boxer Vijender Singh Joins BJP

author img

By ETV Bharat Odisha Team

Published : Apr 3, 2024, 8:39 PM IST

Boxer Vijender Singh Quits Congress, Joins BJP: ହାତ ଛାଡି ପଦ୍ମ ଧରିଲେ ବକ୍ସର ବିଜେନ୍ଦର ସିଂ । 2019ରେ କଂଗ୍ରେସ ଟିକେଟରେ ଦିଲ୍ଲୀ-ଦକ୍ଷିଣ ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ ବିଜେନ୍ଦର । ଅଧିକ ପଢନ୍ତୁ

କଂଗ୍ରେସ ଛାଡି ବିଜେପିରେ ମିଶିଲେ ବକ୍ସର ବିଜେନ୍ଦର ସିଂ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିବା ଜାରି ରଖିଛନ୍ତି । ଏହାରି ମଧ୍ୟରେ ବିଭିନ୍ନ ଦଳର ନେତା ଦଳବଦଳ କରିବା ପ୍ରକ୍ରିୟା ମଧ୍ୟ ଜାରି ରହିଛି । ତେବେ ବିଭିନ୍ନ ଦଳର ନେତାମାନେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବାର ଧାରା ମଧ୍ୟ ଜାରି ରହିଛି । ଆଜି ଏହାରି ମଧ୍ୟରେ ଅଲମ୍ପିକ ବିଜେତା ତଥା ଜଣାଶୁଣା ବକ୍ସର ବିଜେନ୍ଦର ସିଂ ଆଜି କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । 2019 ରେ କଂଗ୍ରେସ ଟିକେଟରେ ସାଧାରଣ ନିର୍ବାଚନ ଲଢି ବିଜେନ୍ଦର ପରାଜିତ ହୋଇଥିଲେ । ଦଳ ତାଙ୍କୁ ଦକ୍ଷିଣ-ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ହେଲେ ସେ ନିର୍ବାଚନରେ ପରାଜିତ ହୋଇଥିଲେ । ଆଜି ସେ ବିଜେପିରେ ସାମିଲ ହେବା ସହ ବିଜେପି ଟିକେଟରେ ନିର୍ବାଚନ ଲଢିବା ମଧ୍ୟ ଏକପ୍ରକାର ସ୍ପଷ୍ଟ ହୋଇଛି । ପରବର୍ତ୍ତୀ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ପ୍ରାର୍ଥୀ ଭାବେ ପ୍ରକାଶ ପାଇବାରେ ।

ଆଜି ଅପରାହ୍ନରେ ସେ ବିଜେପି ମୁଖ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେ ଅନ୍ୟ ନେତାମାନେ ତାଙ୍କୁ ସ୍ବାଗତ କରିବା ସହ ଦଳୀୟ ଉତ୍ତରୀୟ ପିନ୍ଧାଇଥିଲେ । ପ୍ରତିକ୍ରିୟାରେ ବିଜେନ୍ଦର କହିଛନ୍ତି, ସେ ବିଜେପିରେ ସାମିଲ ହୋଇ ଦେଶର ପ୍ରଗତିରେ ଅଂଶଗ୍ରହଣ କରିବାକୁ ଚହାନ୍ତି । ସେ କ୍ରୀଡାବିତଙ୍କ ପାଇଁ କାମ କରିବା ଉପରେ ପ୍ରାଧାନ୍ୟ ଦେବେ । ତେବେ ଏହି ଜଣାଶୁଣା ବକ୍ସରଙ୍କୁ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ମଧ୍ୟ ସକ୍ରିୟତାର ସହ ଅଂଶଗ୍ରହଣ ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ତେଲେଙ୍ଗନାର ଏକ କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ, 5 ମୃତ ଆଶଙ୍କା - Blast At Factory In Telangana

ତେବେ ଚଳିତ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଘୋଷଣା ପ୍ରକ୍ରିୟାରେ ଅନ୍ୟ ଦଳଙ୍କ ତୂଳନାରେ ଭାରତୀୟ ଜନତା ପାର୍ଟି ଆଗରେ ରହିଛି । ଦଳ ଏପର୍ଯ୍ୟନ୍ତ 4ଶହରୁ ଅଧିକ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଦଳ ଏଥର ଏକାକୀ 370 ଓ ଏନଡିଏ ମେଣ୍ଟର ସହଯୋଗୀ ଦଳଙ୍କ ସଂଖ୍ୟା ମିଶାଇ 4ଶହ ପାର କରିବାର ଲକ୍ଷ୍ୟ ରଖିଛି । ଦଳର ସବୁଠୁ ବଡ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବପରି ନିଜ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ବାରାଣାସୀରୁ ନିର୍ବାଚନ ଲଢୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଶାହ ଗୁଜୁରାଟର ଗାନ୍ଧୀନଗର ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଦେଶରେ ମୋଟ 7ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବ । ବିଜେପି ପୂର୍ବାପେକ୍ଷା ଅଧିକ ଆସନ ସହ କେନ୍ଦ୍ରରେ କ୍ଷମତା ବଜାୟ ରଖିବାକୁ ଦୃଢୋକ୍ତି ପ୍ରକାଶ କରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.