ETV Bharat / politics

ଶକ୍ତ ହେଉଛି ଜୟଦେବ ବିଜେପି, ପଦ୍ମ ଧରିଲେ ଶତାଧିକ ବିଜେଡି କର୍ମୀ - BJP Joining program in Jayadev - BJP JOINING PROGRAM IN JAYADEV

BJP Joining program : ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନମାଳୀପୁରରେ ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ । ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଶତାଧିକ କର୍ମୀ । ଅଧିକ ପଢନ୍ତୁ

BJP Joining program
BJP Joining program (ETV Bharat Odisha)
author img

By ETV Bharat Odisha Team

Published : May 18, 2024, 9:25 AM IST

BJP Joining program (ETV Bharat Odisha)

ନିଆଳି : ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଥିଲେ ମଧ୍ୟ ଏବେବି ବିଭିନ୍ନ ଦଳରେ ମିଶାଣ ଏବଂ ଫେଡାଣ ପର୍ବ ଜାରି ରହିଛି । ଶୁକ୍ରବାର ରାତିରେ ବିଜେପି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନମାଳୀପୁର କଲେଜ ପଡ଼ିଆରେ ଏକ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ କର୍ମୀ ।

ଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ଉପକଣ୍ଠ ଜୟଦେବ ବିଧାନସଭା ଆସନରେ ରାଜନୀତି ପାଣିପାଗ ଗୋଳିଆ ପରିସ୍ଥିତିରେ । ଜୟଦେବରେ କିଏ ପିନ୍ଧିବ ବିଜୟୀ ମୁକୁଟ ? ତାହା ଭୋଟର ନିଷ୍ପତ୍ତି ନେବେ । ଭୋଟ ହାତେଇବା ପ୍ରୟାସରେ ଲାଗିପଡିଛନ୍ତି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ । ବିଭିନ୍ନ ମୁଦ୍ଦାକୁ ନେଇ ଲୋକମାନଙ୍କ ନିକଟରେ ପହଞ୍ଚାଉଛନ୍ତି ପ୍ରାର୍ଥୀ । ପ୍ରଚାର, ଶୋଭାଯାତ୍ରା ମଧ୍ୟ ଜୋରଦାର ରହିଛି ।

ଏହାମଧ୍ୟ ପଢନ୍ତୁ.. ଜୟଦେବରେ ବିଜେପିର ରଣନୀତି, ମୋଦିଙ୍କ ଗ୍ୟାରେଣ୍ଟି ଆଧାରରେ ଏକାଠି ଲଢିବ ଦଳ - Jayadev Assembly Constituency

ଏହା ମଧ୍ୟରେ ଖୋର୍ଦ୍ଧା ବନମାଳୀପୁର କଲେଜ ପଡ଼ିଆରେ ବିଜେପିର ଏକ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୟଦେବ ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲି ଯୋଗଦେଇ ନିଜ ପାଇଁ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଅନ୍ୟପଟେ ଏହି ମିଶ୍ରଣ ପର୍ବରେ ଦେଉଳଧରପୁର, ଆମଣାକୁଦ, ଭାପୁର ଏବଂ ଆଖପାଖ ଅଞ୍ଚଳର ଅନେକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଅରବିନ୍ଦ ଢ଼ାଲି । ବିଜେଡି ଛାଡି ବିଜେପିରେ ସାମିଲ ହେବା ଦ୍ବାରା ବିଜେପିର ଶକ୍ତି ବୃଦ୍ଧି ହୋଇଛି ବୋଲି କହିଛନ୍ତି ଅରବିନ୍ଦ ।

ଏହାମଧ୍ୟ ପଢନ୍ତୁ.. ହଜାର ହଜାର ସମର୍ଥକଙ୍କ ସହ ଅପରାଜିତାଙ୍କ ରୋଡ ସୋ' - Aparajita Sarangi Road Show

ଅରବିନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶା ଏବଂ ଦେଶରେ ଡବଲ ଇଞ୍ଜିନ ସରକାର ହେବ ଏବଂ ଜୟଦେବରେ ଦୁଇଟି ପଦ୍ମ ଫୁଟିବ । ଗୋଟିଏ ସାଂସଦ ଆଉ ଗୋଟିଏ ବିଧାୟକ ପ୍ରାର୍ଥୀଙ୍କୁ ଜୟଦେବ ଭୋଟର ଭୋଟ ଦେଇ ନିର୍ବାଚିତ କରିବେ । ଓଡିଶାରେ ବିଜେପିର ଓଡିଆ ଲୋକ ମୁଖ୍ୟମନ୍ତ୍ରୀ ହେବେ ଏବଂ ମୋଦିଙ୍କ ବିକାଶ ଓଡିଶାରେ ହେବ । ଓଡିଶାର ପ୍ରଗତି ହେବ । ମହିଳାମାନଙ୍କ ପାଇଁ ମୋଦି ଅନେକ ଯୋଜନା କରିଛନ୍ତି ଏଥିରେ ମହିଳା ଲାଭବାନ ହେବେ ବୋଲି କହିଛନ୍ତି ଅରବିନ୍ଦ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.