ETV Bharat / politics

‘ଧର୍ମେନ୍ଦ୍ରଙ୍କ ବାଳୁତପଣିଆ ଯାଇନାହିଁ, ଜଗନ୍ନାଥଙ୍କ ନାମ ନେଇ ମିଛ କହୁଛନ୍ତି’ - Lenin targets Dharmendra

lok sabha election 2024: ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଲେନିନ । ବିଭିନ୍ନ ପ୍ରସଙ୍ଗରେ ମିଛ କହୁଛନ୍ତି ଧର୍ମେନ୍ଦ୍ର । ଯଦି ସାହସ ଅଛି, ପ୍ରମାଣିତ କରିବାକୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ

‘ଧର୍ମେନ୍ଦ୍ରଙ୍କ ବାଳୁତପଣିଆ ଯାଇନାହିଁ, ଜଗନ୍ନାଥଙ୍କ ନାମ ନେଇ ମିଛ କହୁଛନ୍ତି’: ବିଜେଡି
‘ଧର୍ମେନ୍ଦ୍ରଙ୍କ ବାଳୁତପଣିଆ ଯାଇନାହିଁ, ଜଗନ୍ନାଥଙ୍କ ନାମ ନେଇ ମିଛ କହୁଛନ୍ତି’: ବିଜେଡି (PIC-ETV Bharat Odisha)
author img

By ETV Bharat Odisha Team

Published : May 15, 2024, 11:23 AM IST

‘ଧର୍ମେନ୍ଦ୍ରଙ୍କ ବାଳୁତପଣିଆ ଯାଇନାହିଁ, ଜଗନ୍ନାଥଙ୍କ ନାମ ନେଇ ମିଛ କହୁଛନ୍ତି’: ବିଜେଡି (video- ETV Bharat odisha)

ସମ୍ବଲପୁର: ଚଳିତ ନିର୍ବାଚନରେ ରାଜ୍ୟରେ ସର୍ବାଧିକ ଚର୍ଚ୍ଚାରେ ରହିଛି ସମ୍ବଲପୁର ଲୋକସଭା ଆସନ । ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେଡି ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କ ମଧ୍ୟରେ ଫାଇଟ୍‌ ହେଉଛି । କେନ୍ଦ୍ର ଓ ରାଜ୍ୟରେ ଶାସନରେ ଥିବା ଉଭୟ ଦଳ ପାଇଁ ଏହି ଆସନରେ ବିଜାୟ ହାସଲ କରିବା ଏକ ସମ୍ମାନର ପ୍ରଶ୍ନ ଭାବେ ଛିଡା ହୋଇଛି । ତେବେ ନିର୍ବାଚନ ଯେତେ ପାଖଉଛି ବିଜେପି ଓ ବିଜେଡି ମଧ୍ୟରେ ଆରୋପ-ପ୍ରତ୍ୟାରୋପର ମାତ୍ରା ମଧ୍ୟ ସେତେ ବଢ଼ିବାରେ ଲାଗିଛି l ଗତକାଲି ସମ୍ବଲପୁରରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭିନ୍ନ ପ୍ରସଙ୍ଗରେ ବର୍ଷିଛନ୍ତି l ଧର୍ମେନ୍ଦ୍ର ବିଭିନ୍ନ ପ୍ରସଙ୍ଗରେ ମିଥ୍ୟା ଓ ଆଧାରହୀନ ସୂଚନା ସହ ମନ୍ତବ୍ୟ ଦେଉଛନ୍ତି । ମାତ୍ର ପାଲଟା ପ୍ରଶ୍ନ କଲେ ପ୍ରମାଣିତ କରିପାରୁନାହାନ୍ତି ବୋଲି କହିଛି ବିଜେଡି ।

ଲେନିନ କହିଛନ୍ତି "ମହାପ୍ରଭୁଙ୍କ ନାମ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ମିଛ କହୁଛନ୍ତି l ସବୁ କାମ ସେ କରିଛନ୍ତି ବୋଲି କହୁଛନ୍ତି । ନିଜେ ମିଛ କହି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ପୁଣି ତଥ୍ୟ ଦେଖିଲେ ବଚସ୍କରଙ୍କ ଦ୍ଵାରା ସତ୍ୟ ମାନୁଛନ୍ତି । ମତେ ଲାଗୁଛି ଧର୍ମେନ୍ଦ୍ରଙ୍କ ବାଳୁତପଣିଆ ଏ ପର୍ଯ୍ୟନ୍ତ ଯାଇନାହିଁ । ପରିପକ୍ଵ ହେବାକୁ ଆହୁରି ୧୦ ବର୍ଷ ଲାଗିବ । ସତ୍ତାର ଲାଳସାରେ ଧର୍ମେନ୍ଦ୍ର ଏମିତି ଭାବରେ ବୁଡି ଯାଇଛନ୍ତି ଯେ ସେ ବାରମ୍ବାର ମହାପ୍ରଭୁଙ୍କ ନାମରେ ମିଛ କହି ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ।’’

ଲେନିନ ଗତକାଲି (ମଙ୍ଗଳବାର) ପୂର୍ବାହ୍ନରେ ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ସମାଲୋଚନା କରିଛନ୍ତି । ଲେନିନ କହିଥିଲେ,‘‘ବାରମ୍ବାର ବିଗତ ୧୫ଦିନ ହେଲାଣି ଆମେ ପ୍ରଶ୍ନର ଉତ୍ତର ମାଗୁଛୁ । କିନ୍ତୁ ଧର୍ମେନ୍ଦ୍ର ଆମ ପ୍ରଶ୍ନର ଉତ୍ତର ଦେବା ଛାଡ଼ି ଅନ୍ୟ ପ୍ରସଙ୍ଗରେ ମିଛ କହୁଛନ୍ତି । କେନ୍ଦ୍ରମନ୍ତ୍ରୀ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ତହବିଲରୁ କେତେ ଟଙ୍କା ଅନୁଦାନ ଦେଇଛନ୍ତି । ମୁଁ କହୁଛି କେନ୍ଦ୍ରମନ୍ତ୍ରୀ କହୁଥିବା ୩୦ କୋଟି କଣ ତିନି କୋଟି ବି ଆସିନାହିଁ । ଏ ସମ୍ପର୍କରେ ପଚାରିଥିବା ପ୍ରଶ୍ନ ଆଜିକୁ ସାତଦିନ ହେଲାଣି l କେନ୍ଦ୍ରମନ୍ତ୍ରୀ ଉତ୍ତର ଦେଇନାଥାନ୍ତି । ବଚସ୍କରଙ୍କ ଦ୍ଵାରା ବାରମ୍ବାର ପ୍ରେସମିଟ୍ କରୁଛନ୍ତି କିନ୍ତୁ ଉତ୍ତର ଦେଉନାହାନ୍ତି । ଆମେ ତାଙ୍କୁ ଚ୍ୟାଲେଞ୍ଜ କରୁଛୁ ଏହାକୁ ପ୍ରମାଣ କରନ୍ତୁ ୩୦ କୋଟି ଦେଇଛନ୍ତି ବୋଲି ।’’

ଏହା ମଧ୍ୟ ପଢନ୍ତୁ:- ଓଡ଼ିଶାରେ ଓମ ବିର୍ଲା, ଆଜି ଆସୁଛନ୍ତି ଶାହ ଓ ନଡ୍ଡା - lok sabha election 2024

ସେହିଭଳି ଆଇଓସିଏଲରେ କେତେ ଓଡ଼ିଆ ଯୁବକଙ୍କୁ ଚାକିରି ଦେଇଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟର ‘ସିଏସଆର ଫଣ୍ଡ’ କେତେ ଦେଇଛନ୍ତି । ‘ଓଡ଼ିଆ ଅସ୍ମିତା’ କଥା କହୁଛନ୍ତି କିନ୍ତୁ ବିହାର, ମଧ୍ୟ ପ୍ରଦେଶ ପ୍ରୀତି ଅଧିକ । ନବକଳେବର ପାଇଁ କେନ୍ଦ୍ରରୁ ୫୦ କୋଟି ଦିଆଯାଇଥିବା କାଲି କହିଥିଲେ । କିନ୍ତୁ ଯେତେବେଳେ ତଥ୍ୟଭିତ୍ତିକ ପ୍ରମାଣ ଉପସ୍ଥାପନ କରାଗଲା ଆଜି ତାଙ୍କର ତିନି ଜଣ ବଚସ୍କରଙ୍କ ମାଧ୍ୟମରେ କହୁଛନ୍ତି ୧୦ କୋଟି ବୋଲି । ବଚସ୍କର ଆଜି ପ୍ରଶ୍ନ କରିଛନ୍ତି ରତ୍ନଭଣ୍ଡାର ଉପରେ, ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ । ଯେତେବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲା ହେବ । ଏହା ଜାଣିବା ପରେ ବି ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ବଚସ୍କରଙ୍କ ମାଧ୍ୟମରେ ପ୍ରଶ୍ନ କରିବା ତାଙ୍କର ବାଳୁତପଣିଆକୁ ଦର୍ଶାଉଛି ବୋଲି ଲେନିନ କହିଥିଲେ । ସମ୍ୱଲପୁରରେ ଆଇଆଇଏମକୁ ବନ୍ଦ କରି ଭୁବନେଶ୍ୱର ଗୋଠପାଟଣାରେ କରିବାକୁ କେଉଁ କେନ୍ଦ୍ରମନ୍ତ୍ରୀ ପ୍ରୟାସ କରୁଥିଲେ । ଗୋଠ ପାଟଣାରେ କାହା ନାମରେ ଜମି ରହିଛି ବୋଲି ପ୍ରଶ୍ନ କରିବା ସହ ଲେନିନ ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଶୋଚନୀୟ ପରାଜୟ ହେବ ସୁନିଶ୍ଚିତ ବୋଲି କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.