ETV Bharat / politics

ଆସାମ ମୁଖ୍ୟମନ୍ତ୍ରୀଙ୍କ ହାସ୍ୟାସ୍ପଦ ମତ ଓ ଅବାନ୍ତର କଥା ବିଜେପି ପ୍ରାର୍ଥୀଙ୍କୁ ହରାଇବ: ବିଜେଡି - Assam CM is a Political Joker - ASSAM CM IS A POLITICAL JOKER

BJD Criticized Assam CM: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ପୁଣି କଟାକ୍ଷ କଲା ବିଜେଡି । ସସ୍ମିତ କହିଲେ ହିମନ୍ତ ଓଡ଼ିଶାରେ ଯେତେ ପ୍ରଚାର କରିବେ, ସେତେ ବଡ଼ ମାର୍ଜିନରେ ବିଜେପି ପ୍ରାର୍ଥୀ ହାରିବେ । ଅଧିକ ପଢ଼ନ୍ତୁ

BJD Criticized Assam CM
BJD Criticized Assam CM (ETV Bharat Odisha)
author img

By ETV Bharat Odisha Team

Published : May 28, 2024, 8:15 PM IST

Updated : May 28, 2024, 8:31 PM IST

ଭୁବନେଶ୍ବର: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି । ବିଜେପି ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ବହୁ କେନ୍ଦ୍ରୀୟ ନେତା । ବିଭିନ୍ନ ପର୍ଯ୍ୟାୟ ପରି ଏଥର ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ବିଜେପି ପାଇଁ ପ୍ରଚାରକୁ ଜୋରଦାର କରୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ତେବେ ହିମନ୍ତଙ୍କୁ କାଉଣ୍ଟର କରି ତାଙ୍କୁ ଓଡ଼ିଶାରେ ରଖିଥିବାରୁ ବିଜେପିକୁ ଧନ୍ୟବାଦ ଜଣାଇଛି ବିଜେଡି । କାରଣ ହିମନ୍ତ ଯେତେ ପ୍ରଚାର କରିବେ, ସେତେ ବଡ଼ ମାର୍ଜିନରେ ବିଜେପି ପ୍ରାର୍ଥୀ ହାରିବେ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ହିମନ୍ତଙ୍କ ହାସ୍ୟାସ୍ପଦ ମତ ଓ ଅବାନ୍ତର କଥା ବିଜେପି ସ୍ଥିତିକୁ ଓଡ଼ିଶାବାସୀଙ୍କ ଆଖିରେ ତଳକୁ ପକାଇବା ସହ ଆହୁରି ଭୋଟ କମାଇବ ବୋଲି କହିଛନ୍ତି ସସ୍ମିତ ।

BJD Criticized Assam CM (ETV Bharat Odisha)

ସସ୍ମିତ ପାତ୍ର କହିଛନ୍ତି, "ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରାଜନୀତିରେ ଜଣେ ଜୋକର । ବିଜେପିର ଓଡିଶା ଶାଖାକୁ ଆମେ ଗତକାଲି ଅନୁରୋଧ କରିଥିଲୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଆଉ କିଛିଦିନ ରାଜ୍ୟରେ ରଖନ୍ତୁ । ବିଜେପିର ପ୍ରାର୍ଥୀଙ୍କ ଲାଗି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଉ କିଛିଦିନ ସୁଯୋଗ ଦିଅନ୍ତୁ । ଆମର ଏହି ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ବିଜେପିକୁ ଧନ୍ୟବାଦ ଜଣାଉଛୁ । ହିମନ୍ତ ବିଶ୍ବଶର୍ମାଙ୍କୁ ଆଉ କିଛିଦିନ ଓଡ଼ିଶାରେ ସେମାନେ ରଖିବେ ବୋଲି ସୂଚନା ମିଳିଛି ।"

ଏହା ମଧ୍ୟ ପଢ଼ନ୍ତୁ...ହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର ଭାବେ ପରିଚିତ: ବିଜେଡି - BJD Targets Assam CM

ସେ ଆହୁରି ମଧ୍ୟ କହିଛନ୍ତି, "ଲୋକଙ୍କ ମନରେ ଏହା ପ୍ରଶ୍ନ ଆସିବ, ଆମେ କାହିଁକି ଚାହୁଁଛୁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରାଜ୍ୟରେ ରୁହନ୍ତୁ । କାରଣ ସେ ଓଡିଶାରେ ରହିଲେ ବିଜେପିର ପ୍ରାର୍ଥୀମାନେ ବହୁଳ ଭାବେ ହାରିବେ । ସେମାନଙ୍କର ହରିବାର ବ୍ୟବଧାନ ମଧ୍ୟ ଯଥେଷ୍ଟ ମାତ୍ରାରେ ବଢିବ । ବିଜେପିର ଅନେକ ପ୍ରାର୍ଥୀ ଅମାନତ ମଧ୍ୟ ହରାଇବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓଡିଶାରେ ରହିଲେ ହିଁ ଏହା ହୋଇପାରିବ । ଆମର ଆଉ ଏକ ଅନୁରୋଧ ୩୦ ମେ' ପର୍ଯ୍ୟନ୍ତ ଆସାମ ମୁଖ୍ୟମନ୍ତ୍ରୀ ଓଡିଶାରେ ରୁହନ୍ତୁ । ଯେପର୍ଯ୍ୟନ୍ତ ପ୍ରଚାର ନସରିଛି ସେପର୍ଯ୍ୟନ୍ତ ନିୟୋଜିତ ରୁହନ୍ତୁ । ହିମନ୍ତ ବିଶ୍ବଶର୍ମାଙ୍କ ହାସ୍ୟାସ୍ପଦ ମତ ଓ ଅବନ୍ତର କଥା ବିଜେପି ପ୍ରାର୍ଥୀଙ୍କୁ ହରାଇବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : May 28, 2024, 8:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.