ETV Bharat / politics

ଓଡ଼ିଶାରେ ଉତ୍କଳର ଜଣେ ଭୂମିପୁତ୍ର ହେବ ମୁଖ୍ୟମନ୍ତ୍ରୀ: ଶାହ - Amit Shah in Sambalpur - AMIT SHAH IN SAMBALPUR

Amit Shah in Sambalpur: ସମ୍ବଲପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ କଲେ ଟାର୍ଗେଟ । କହିଲେ ଓଡ଼ିଶାରେ ୭୫ ଆସନ ଜିତି ସରକାର ଗଢ଼ିବ ବିଜେପି । ଅଧିକ ପଢ଼ନ୍ତୁ

Amit Shah in Sambalpur
Amit Shah in Sambalpur (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 9:47 PM IST

Amit Shah in Sambalpur (ETV Bharat Odisha)

ସମ୍ବଲପୁର: ସମ୍ବଲପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଚାର । ଅଇଁଠାପାଲି PHD ପଡିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଏଥର ରାଜ୍ୟରେ ବିଜେପି ସରକାର ଗଠନ କରିବ ଓ କେନ୍ଦ୍ରରେ ବିଜେପି ୪୦୦ ପାର କରିବ ବୋଲି ଦୃଢ଼ୋକ୍ତି ବାଢ଼ିଥିଲେ ଶାହ । ପଞ୍ଚମ ଚରଣ ମତଦାନ ସୁଦ୍ଧା ବିଜେପି ୩୧୦ ସିଟ୍‌ରେ ବିଜୟୀ ହୋଇ ସାରିଛି ବୋଲି ଗୃହମନ୍ତ୍ରୀ ଦମ୍ଭୋକ୍ତି ପ୍ରକାଶ କରିଥିଲେ । ଏହାସହ ଓଡିଶାରେ ବିଜେପିକୁ ୭୫ ସିଟରେ ବିଜୟୀ କରେଇବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ ଶାହ ।

ଏହି କାର୍ଯ୍ୟକ୍ରମରେ ଶାହ କହିଥିଲେ, "ପ୍ରଧାନମନ୍ତ୍ରୀ ଓଡିଶାର ଗୌରବ ବଢ଼େଇଛନ୍ତି । ଓଡ଼ିଆ ଆଦିବାସୀ ଝିଅଙ୍କୁ ମୋଦି ସରକାର ରାଷ୍ଟ୍ରପତି ପଦରେ ବସାଇଛନ୍ତି । G20 ବୈଠକରେ କୋଣାର୍କ ଚକ୍ରର ପ୍ରତିଛବି ଆଗରେ ପ୍ରଧାନମନ୍ତ୍ରୀ ବିଶ୍ବର ପ୍ରମୁଖ ନେତାଙ୍କ ସହ ହାତ ମିଳାଇ ଓଡିଶାର ଗୌରବକୁ ବଢ଼ାଇଛନ୍ତି । ପାଇକ ବିଦ୍ରୋହ ନେଇ ଏକ ଡାକ ଟିକେଟ ଓ ମୁଦ୍ରା ଜାରି କରିଛନ୍ତି ମୋଦି ସରକାର ।" ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାର ଅଛି ଓ ଓଡିଶାକୁ ସମୃଦ୍ଧ କରିବାର ଅଛି ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ଶାସନରେ ଥିବା ବିଜେଡି ସରକାରକୁ ଟାର୍ଗେଟ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଥିଲେ, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନୁହେଁ, ଏଠାରେ ବାବୁରାଜ ଚାଲିଛି । ଓଡିଶାରେ ଆଉ ଅଣଓଡ଼ିଆ ତାମିଲ ଶାସନ ଚଳିବ ନାହିଁ । ଆଗକୁ ଏହି ଉତ୍କଳ ପ୍ରଦେଶରେ ଓଡିଆ କହି ପାରୁଥିବା ଜଣେ ଉତ୍କଳର ଭୂମିପୁତ୍ର ହିଁ ମୁଖ୍ୟମନ୍ତ୍ରୀ ହେବ ।" ଏହାସହ ସେ ଶ୍ରୀମନ୍ଦିର ଚାରି ଦ୍ଵାର ନଖୋଲିବା, ରତ୍ନଭଣ୍ଡାର ଚାବି ହଜିବା ଆଦି ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ରଥଯାତ୍ରା ନକରେଇ ଦେବାକୁ ରାଜ୍ୟ ସରକାର ଷଡଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ । ସେ କହିଥିଲେ, "ଓଡିଶାରେ ଭରପୁର ପ୍ରାକୃତିକ ସମ୍ପଦ ଥାଇ ମଧ୍ୟ ଓଡିଶାର ଲୋକେ ଗରିବ । ନବୀନ ବାବୁଙ୍କ ବାବୁମାନେ ଆଜି ଖଣିଜ ସମ୍ପଦ ଲୁଟ କରୁଛନ୍ତି । ରୋଜଗାର ପାଇଁ ଓଡ଼ିଆ ଯୁବକ ଆଜି ରାଜ୍ୟ ବାହାରକୁ ପଳାୟନ କରୁଛନ୍ତି । ରାଜ୍ୟର ବିଜେଡି ସରକାର ପଶ୍ଚିମ ଓଡିଶା ପ୍ରତି ଅବହେଳା କରିଆସୁଛି ।"

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦୁଝରରେ ଶାହଙ୍କ ପ୍ରଚାର, ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ - Amit Shah Visits Kendujhar

ତେବେ ବିଜେପି ସରକାର ଆସିଲେ ଓଡିଶାର ସାମଗ୍ରିକ ବିକାଶ ହେବ ବୋଲି ଶାହ କହିଥିଲେ । ଏହା ସହିତ ବିଜେପି ସରକାର ଆସିଲେ ଚିଟ୍‌ ଫଣ୍ଡ ଠକେଇର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଲୋକଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଶାହ । ରତ୍ନ ଭଣ୍ଡାରର ଟିକିନିକ୍‌ ହିସାବ କରାଯିବ ବୋଲି କହିଛନ୍ତି ଶାହ । ଏହାସହ ସମ୍ବଲପୁରରେ ଏକ ମେଡିକାଲ କଲେଜ ସହ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ମୁଖ୍ୟତଃ ଶ୍ରମିକମାନଙ୍କ ପାଇଁ କରାଯିବ ବୋଲି ବିଜେପି ପାଇଁ ପ୍ରଚାର ସମୟରେ ଶାହ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.