ETV Bharat / politics

40 ବର୍ଷର ସଂଘର୍ଷ; ଦିନେ ଥିଲେ ଜଣେ ବିଧାୟକ, ଆଜି ‘ବିଜେଡି ଦୁର୍ଗ’ ଭାଙ୍ଗି ଗଢିଲେ ସରକାର - Odisha Election Results 2024

author img

By ETV Bharat Odisha Team

Published : Jun 5, 2024, 5:05 PM IST

Odisha Election Results 2024, know odisha bjp political journey: ଓଡ଼ିଶାରେ ନବୀନ ଯୁଗର ଅନ୍ତ କରିଛି ବିଜେପି । ଦିନେ ଗୋଟିଏ ସିଟ୍‌ ଜିତିଥିବା ବେଳେ ଆଜି ଏକାକୀ 78ଟି ସିଟ୍‌ ଜିତି ସରକାର ଗଢ଼ିବବାକୁ ଯାଉଛି ବିଜେପି । ତେବେ ଓଡ଼ିଶାରେ ବିଜେପିର 40 ବର୍ଷର ସଂଘର୍ଷ କିପରି ଥିଲା ପଢ଼ନ୍ତୁ ।

Odisha Election Results 2024
Odisha Election Results 2024 (ETV Bharat Odisha)

ଭୁବନେଶ୍ବର: ଅଭେଦ୍ୟ ବିଜେଡି ଦୁର୍ଗ ଭାଙ୍ଗିଛି ବିଜେପି । ଅପରାଜେୟ ନବୀନଙ୍କୁ ଚଖାଇଛି ପରାଜୟର ସ୍ବାଦ । ଦୀର୍ଘ 40 ବର୍ଷର ସଂଘର୍ଷପୂର୍ଣ୍ଣ ଯାତ୍ରା ପରେ 2024ରେ ଚାଖିଛି ବିଜୟର ସ୍ବାଦ । ଦିନେ ବିଧାନସଭାକୁ ଜଣେ ବିଧାୟକଙ୍କୁ ପଠାଇଥିବା ଦଳ ଆଜି ଏକାକୀ ସରକାର ଗଠନ ପାଇଁ ଯାଉଛି । 24 ବର୍ଷର ସଫଳ ଏବଂ ଲୋକପ୍ରିୟ ସରକାରଙ୍କୁ ଶାସନ ଗାଦିରୁ ହଟାଇ ଆଜି ସାରା ଦେଶରେ ଚର୍ଚ୍ଚିତ ।

ଏ ଯାତ୍ରା ହେଉଛି ରାଜ୍ୟ ବିଜେପିର । 15 ବର୍ଷ ପୂର୍ବେ ମେଣ୍ଟରୁ ଅଲଗା ହେବା ପରଠୁ ଆଉ ଶାସନକୁ ଫେରି ନଥିଲା ବିଜେପି । ତେବେ 15 ବର୍ଷର ନିରବିଚ୍ଛିନ୍ନ ଏବଂ ଅହରହ ଉଦ୍ୟମ ପରେ ଶକ୍ତିଶାଳୀ ବିଜେଡିକୁ ପରାସ୍ତ କରି ଏକାକୀ ଶାସନ ଗାଦି ମାଡି ବସିଲା ବିଜେପି । ସମଗ୍ର ଦେଶରେ ବିଜେପିର ସ୍ଥିତି ବେଶ ସୁଦୃଢ ଥିବା ବେଳେ ରାଜ୍ୟରେ ବିଜେପି ଏତେଟା ସଫଳତା ପାଇ ନଥିଲା । ଯଦିଓ କିଛି ନିର୍ବାଚନକୁ ବିଚାରକୁ ନେଲେ ଦଳ ଲୋକସଭାରେ କିଛି ଅଂଶରେ ସଫଳତା ପାଇଥିଲା ହେଲେ 2008ରେ ବିଜେଡିଠୁ ଅଲଗା ହେବା ପରେ ଆଉ ଶାସନକୁ ଫେରି ନଥିଲା କି ବିଧାନସଭାରେ ସେତେଟା ଆଖିଦୃଶିଆ ସଫଳତା ପାଇ ନଥିଲା । 1985ରେ ବିଜେପି ପ୍ରଥମ ଥର ପାଇଁ ଓଡିଶାରେ ସଫଳତା ପାଇଥିଲା । ସେହି ବର୍ଷ ପ୍ରସନ୍ନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।

ଏହା ପରେ 1990-95 ମସିହାରେ 10ମ ବିଧାନସଭା ନିର୍ବାଚନରେ ବିଜେପର ଦୁଇ ଜଣ ବିଧାୟକ ବିଜୟୀ ହୋଇଥିଲେ । ସୁନ୍ଦରଗଡ ଜିଲ୍ଲା ବଣାଇ ବିଧାନସଭାରୁ ଜୁଏଲ ଓରାମ ନିର୍ବାଚିତ ହୋଇଥିବା ବେଳେ କଳାହାଣ୍ଡି ରାଜ ପରିବାରର ସ୍ବର୍ଗତ ବିକ୍ରମ କେଶରୀ ଦେଓ ଜୁନାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ଏହାପରେ 1995 ନିର୍ବାଚନରେ ବିଜେପି ରାଜ୍ୟରେ 9ଟି ବିଧାନସଭା ମଣ୍ଡଳୀରେ ବିଜୟୀ ହୋଇଥିଲା । ଏହାପରେ 1998ରେ ରାଜ୍ୟରେ ଚମକି ଥିଲା ବିଜେପିର ଭାଗ୍ୟ । ବିଜେଡି ସହିତ ମେଣ୍ଟ କରି 2000 ଏବଂ 2004ରେ ମେଣ୍ଟ ସରକାର ଗଠନ କରିଥିଲା । ଏହି ସମୟରେ ବିଜେପିର ଯଥାକ୍ରମେ 36 ଏବଂ 32 ଜଣ ବିଧାୟକ ବିଜୟୀ ହୋଇଥିଲେ । ଏହି ଦୁଇଟି ନିର୍ବାଚନରେ ବିଜେପି ଭାଗରେ ପଡିଥିଲା ପାଖାପାଖି 70 ବିଧାନସଭା ଆସନ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ଲୋକସଭା ଆସନ ପୋଛିନେଲା ପଦ୍ମ, ଖାତା ଖୋଲିପାରିଲାନି ବିଜେଡି - LOK SABHA ELECTION RESULTS 2024

ଏହା ପରେ 2009 ନିର୍ବାଚନ ପୂର୍ବରୁ ବିଜେପି ସହିତ ସମ୍ପର୍କ ଭାଙ୍ଗିଥିଲା ବିଜେଡି । ପରେ ବିଜେଡି ଲଗାତାର 3 ଥର ସରକାର ଗଠନ କରିଥିବା ବେଳେ ବିଜେପି ନିଜର ଅସ୍ଥିତ୍ବ ବଜାୟ ରଖିବା ପାଇଁ ସଂଘର୍ଷ କରିଥିଲା । 2009ରେ ବିଜେପି 6ଟି, 2014ରେ 10ଟି ଏବଂ 2019ରେ 23ଟି ଆସନରେ ବିଜୟୀ ହୋଇଥିଲା । ତେବେ ଏଥରର ନିର୍ବାଚନରେ ବିଜେପି ଅଭୂତପୂର୍ବ ସଫଳତା ହାସଲ କରି ଏକାକୀ 78ଟି ଆସନରେ ବିଜୟୀ ହୋଇ ସରକାର କରିବାକୁ ଯାଉଛି । ଏପରିକି ଆସନ୍ତା 10 ତାରିଖରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରି ସାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.