ETV Bharat / politics

ନିମାପଡ଼ାରେ ସୁରୁଖୁରରେ ସରିଲା ମତଦାନ - Voting In Nimapara - VOTING IN NIMAPARA

Voting In Nimapara Assembly: ଶେଷ ପର୍ଯ୍ୟାୟ ମତଦାନରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ମତଦାନ ଶେଷ ହୋଇଛି । ଅଧିକ ପଢ଼ନ୍ତୁ

ନିମାପଡ଼ାରେ ସୁରୁଖୁରରେ ସରିଲା ମତଦାନ
ନିମାପଡ଼ାରେ ସୁରୁଖୁରରେ ସରିଲା ମତଦାନ (ETV Bharat Odisha)
author img

By ETV Bharat Odisha Team

Published : Jun 1, 2024, 7:52 PM IST

ନିମାପଡା: ସରିଛି ଶେଷ ପର୍ଯ୍ୟାୟ ମତଦାନ । ଶେଷ ପର୍ଯ୍ୟାୟ ନିମାପଡାରେ ମଧ୍ୟ ମତଦାନ ଅନୁଷ୍ଠିତ ହୋଇଥିଲା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟର ସେମାନଙ୍କ ମତଦାନ କରିଥିଲେ । ଭୋଟିଂ ପାଇଁ ନିମାପଡାର ୨୮୦ଟି ବୁଥରେ ମତଦାନ ଚାଲିଥିଲା । ୩୮ ସଖି ବୁଥ ହୋଇଥିବା ବେଳେ ମହିଳାମାନେ ବୁଥ ଗୁଡିକୁ ପରିଚାଳନା କରିଥିଲେ ।

ନିମାପଡ଼ାରେ ସୁରୁଖୁରରେ ସରିଲା ମତଦାନ (ETV Bharat Odisha)

ନିମାପଡା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇ ଥିବାବେଳେ ନିମାପଡ଼ା ନିର୍ବାଚନ ପରିଚାଳନା ପାଇଁ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପିଙ୍କ ସମେତ ପୋଲିସ ଅଧିକାରୀ କନେଷ୍ଟବଳ ହୋମଗାର୍ଡ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିଲେ । ମତଦାନ ପରେ ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଥିବା ବେଳେ ଗଣତନ୍ତ୍ର ମହାପର୍ବରେ ସମସ୍ତଙ୍କୁ ସାମିଲ ହେବା ପାଇଁ ଅନୁରୋଧ କରାଯାଇଥିଲା । ତେବେ ନିମାପଡାରେ ସୁରୁଖୁରରେ ମତଦାନ ସରିଥିବା ବେଳେ ଭୋଟର ମାନଙ୍କୁ ମତଦାନ ପାଇଁ ଆକୃଷ୍ଟ କରିବା ପାଇଁ ୧୭୫ ନମ୍ୱର ସଖି ବୁଥକୁ ଭିନ୍ନ ରୂପରା ସାଜସଜ୍ଜା କରାଯାଇଥିଲା ।

ସେପଟେ ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ମୁକ୍ତ, ଅବାଧ, ନିରପେକ୍ଷ ଓ ସୁରକ୍ଷିତ ନିର୍ବାଚନ ପାଇଁ ବୁଥମାନଙ୍କରେ ୱେବ କାଷ୍ଟିଂ, ମାଇକ୍ରୋ ଅବଜରଭରଙ୍କୁ ଦାୟିତ୍ୱ ଦିଆଯାଇଥିଲା । କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୧ ଜଣ ପ୍ରାର୍ଥୀ ଥିବା ବେଳେ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୩ ଜଣ ପ୍ରାର୍ଥୀ ରହିଥିଲେ । ଏହି ଦୁଇ ନିର୍ବାଚନ ମଣ୍ଡଳୀର ଭୋଟର ୫୬୦ଟି ମତଦାନ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅନ୍ତିମ ପର୍ଯ୍ୟାୟ ନିର୍ବାଚନ; ଦିନ 5ଟା ସୁଦ୍ଧା 62.46% ଭୋଟିଂ - Odisha Fourth Phase Election

ଏଥିରେ କାକଟପୁର ନିର୍ବାଚନ ମଣ୍ଡଳୀର ୨୮୦ଟି ବୁଥ ଓ ନିମାପଡା ନିର୍ବାଚନ ମଣ୍ଡଳୀର ୨୮୦ ବୁଥ ଭୋଟର ମତଦାନ କରିଛନ୍ତି । କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀରେ ମୋଟ ୯୮ଟି ବୁଥକୁ ମଡେଲ ବା ଆଦର୍ଶ ବୁଥ କରାଯାଇଥିଲା । ସେଥି ମଧ୍ୟରୁ ୭୬ ବୁଥରେ କେବଳ ମହିଳାମାନଙ୍କ ଦ୍ଵାରା ପରିଚାଳିତ ସଖି ବୁଥ ହୋଇ ଥିବା ବେଳେ ଭିନ୍ନକ୍ଷମ ପୁଲିଂ ଅଫିସରମାନଙ୍କ ଦ୍ୱାରା ୪ଟି, ଯୁବ ପୁଲିଂ ଅଫିସରମାନଙ୍କ ଦ୍ବାରା ପରିଚାଳିତ ୫ଟି, ପରିବେଷ ଉପଯୋଗୀ ବା ୮ଟି ଇକୋ ଫ୍ରଣ୍ଡଲି ଓ ୫ଟି ଥିମ ବେଶ ବୁଥ ହୋଇଥିଲା ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.