ETV Bharat / politics

ହାଜିପୁରରୁ ଲଢିବେ ଚିରାଗ, 5 ପ୍ରାର୍ଥୀ ଘୋଷଣା କଲା LJP - LJP candidates

author img

By ETV Bharat Odisha Team

Published : Mar 30, 2024, 10:43 PM IST

LJP releases list of candidates for Lok Sabha:ହାଜିପୁରରୁ ଲଢିବେ ଚିରାଗ । ଘୋଷଣା କଲେ 5 ପ୍ରାର୍ଥୀ । ଅଧିକ ପଢନ୍ତୁ

ହାଜିପୁରରୁ ଲଢିବେ ଚିରାଗ, 5 ପ୍ରାର୍ଥୀ ଘୋଷଣା କଲା LJP

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଚିରାଗ ପାଶଓ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଲାଶ) ଆଜି (ଶନିବାର) ପାଞ୍ଚ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ପାର୍ଟି ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ବାନଙ୍କ ପୁଅ ଚିରାଗ ପାସୱାନ ହାଜିପୁର ସଂସଦୀୟ କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଦଳ ଏନଡିଏ ମେଣ୍ଟର ସହଯୋଗୀ ଭାବେ ରହିଛି । ନିକଟରେ ମେଣ୍ଟରେ ଆସନ ବୁଝାମଣା ଶେଷ ହେବା ସହ ଦାଦା ପଶୁପତି ପାରସଙ୍କୁ ବାଦ ଦେଇ ‘ଏନଡିଏ’ ମେଣ୍ଟ ଚିରାଗ ପାସଓ୍ବାନଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା । ଦଳକୁ 5 ଟି ଆସନ ଛାଡିଥିଲା ଏନଡିଏ ମେଣ୍ଟ । ଆଜି ଦଳ ସମସ୍ତ 5 ଆସନରେ ପ୍ରାର୍ଥୀ ଘୋଷଣା କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯାଉଛି । ଏନଡିଏ ସରକାରର ଅଂଶ ଭାବେ ଥିବା ଏଲଜେପି ବୈଶାଲି, ହାଜିପୁର, ସମସ୍ତିପୁର, ଖାଗରିଆ ଓ ଜାମୁଇ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

ଲୋକସଭା ନିର୍ବାଚନ ପାଇଁ ବିହାରରେ ‘ଏନଡିଏ’ ମେଣ୍ଟରେ ଆସନ ଭାଗବଣ୍ଟା ଚୂଡାନ୍ତ ହୋଇଥିବା ବେଳେ ପଶୁପତି ପାରସଙ୍କ ପାର୍ଟି ଏଥିରୁ ବାଦ ପଡିଥିଲା । ମୋଟ 40 ସଂସଦୀୟ ଆସନ ମଧ୍ୟରୁ ବିଜେପି ସର୍ବାଧିକ 17 ଆସନରେ ନିର୍ବାଚନ ଲଢିବ । ସେହିପରି ନୀତିଶଙ୍କ ଜେଡି-ୟୁ 16 ଆସନରେ ଓ ଚିରାଗ ପାସଓ୍ବାନଙ୍କ ଦଳ 5ଟି ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି ଏନଡିଏ । ଅବଶିଷ୍ଟ 2 ଆସନ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀଙ୍କ ‘ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା’ ଓ ଉପେନ୍ଦ୍ର କୁଶଓ୍ବାଙ୍କ ‘ଆରଏଲଏମ’ ଗୋଟିଏ ଲେଖାଏଁ ଆସନ ପାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆସନ ନପାଇ ମଧ୍ୟ NDA ଛାଡିବନି RLJP, ପାରସ କହିଲେ ମୋଦି ଆମର ନେତା - RLJP to be a part of NDA

ଏନଡିଏ ମେଣ୍ଟରେ ଆସନ ଭାଗବଣ୍ଟା ବେଳେ ପଶୁୁପତି ପାରସ କେନ୍ଦ୍ରରେ ମୋଦି କ୍ଯାବିନେଟରେ ମନ୍ତ୍ରୀ ଥିବା ସତ୍ତ୍ବେ ମଧ୍ୟ ତାଙ୍କ ଦଳକୁ ଗୋଟିଏ ଆସନ ନଛାଡି ପୁତୁରାଙ୍କ ଚିରାଗଙ୍କ ପାର୍ଟିକୁ ବିଜେପି 5 ଆସନ ଛାଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହା ପରେ ପାରସ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ମାତ୍ର ଏହାର କିଛି ଦିନ ମଧ୍ୟରେ ପୁଣି ୟୁଟର୍ଣ୍ଣ ମାରିଛନ୍ତି ପଶୁପତି ପାରସ । ଆଜି ସେ ଏନଡିଏ ମେଣ୍ଟରେ ଅଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଏହା ସହ ସେ ବିହାରରେ ମେଣ୍ଟକୁ ସମସ୍ତ 40 ଆସନ ଜିତିବାରେ ସହଯୋଗ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । ଦାଦାଙ୍କ ଏହି ଘୋଷଣା ସହ ପୁତୁରା ମଧ୍ୟ ସମସ୍ତ 5 ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହି ସମ୍ପର୍କରେ ପଶୁପତି କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.