ETV Bharat / politics

ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ଖୋଲାଖୋଲି ହେଉଛି, ଜନ ପ୍ରତିନିଧିଙ୍କୁ ମିଳୁନି ପ୍ରାଧାନ୍ୟ: ବିଜେପି - BJP Slams Odisha Govt

Lekhasree On BDO Power: ରାଜ୍ୟରେ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ସରପଞ୍ଚଙ୍କ ମାଧ୍ୟମରେ କରାଯାଉ । ବିଡିଓ ଏଥିରେ ହସ୍ତକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଲା ବିଜେପି । ଏ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ । ଅଧିକ ପଢନ୍ତୁ

Lekhasree On BDO Power
Lekhasree On BDO Power
author img

By ETV Bharat Odisha Team

Published : Feb 8, 2024, 8:50 PM IST

ଜନ ପ୍ରତିନିଧିଙ୍କୁ ମିଳୁନି ପ୍ରାଧାନ୍ୟ

ଭୁବନେଶ୍ବର: ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ଖୋଲାଖୋଲି ହେଉଛି । ରାଜ୍ୟରେ ଅମଲାତନ୍ତ୍ର ଚାଲିଛି, ଗଣତନ୍ତ୍ରର ଶାସନ ଚାଲିନାହିଁ । ଜନ ପ୍ରତିନିଧିମାନଙ୍କୁ କୋଣସି ପ୍ରାଧାନ୍ୟ ଦିଆଯାଉନାହିଁ । ଯାହା ହାତରେ ଶାସନ ଡୋରି ଅଛି ସେ ଜଣେ ଜନପ୍ରତିନିଧି । ସରକାରୀ କର୍ମଚାରୀମାନଙ୍କ ମାଧ୍ୟମରେ ରାଜ୍ୟ ସରକାର ରାଜ୍ୟ ଚଲେଇବା ପାଇଁ ଚେଷ୍ଟା କରୁଛନ୍ତି । ଆଜି (ଗୁରୁବାର) ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟରେ ଗଣତନ୍ତ୍ର ସମ୍ବିଧାନ ବିରୋଧୀ କାମ ହେଉଛି । ରାଜ୍ୟରେ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ସରପଞ୍ଚଙ୍କ ମାଧ୍ୟମରେ କରାନଯାଇ ଏଥିରେ ବିଡିଓ ହସ୍ତକ୍ଷେପ କରୁଥିବା ସେ ଅଭିଯୋଗ କରିଛନ୍ତି ।

ଏନେଇ ଲେଖାଶ୍ରୀ କହିଛନ୍ତି, "ଜନପ୍ରତିନିଧିଙ୍କ ଦାୟିତ୍ବ ଓ ଅଧିକାରକୁ ହଟେଇବା ପାଇଁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଛନ୍ତି । ଭାରତ ସମ୍ବିଧାନର ୭୩ ତମ ସଂଶୋଧନରେ ପଞ୍ଚାୟତିରାଜ ଓ ତୃଣମୂଳ ସ୍ତରରେ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ମାଧ୍ୟମରେ ବିକାଶ କାମ କରିବେ । ଏସବୁ ହେଉଛି ଗଣତନ୍ତ୍ର ସମ୍ବିଧାନ ବିରୋଧୀ କାମ । ତା' ସହିତ ବିକାଶ ବିରୋଧୀ ମଧ୍ୟ। ସବୁ ଅର୍ଥକୁ ହଡ଼ପ କରି ତାଙ୍କ ଦଳକୁ ଚଲାଉଛନ୍ତି । ପଞ୍ଚାୟତରେ ସରପଞ୍ଚମାନଙ୍କୁ ଅଧିକାରରୁ ବାହାର କରି ମୁଷ୍ଟିମେୟ ଲୋକର ସରକାରଙ୍କୁ ଆମେ ଘୋର ନିନ୍ଦା କରୁଛୁ । ତା' ସହିତ ପଲ୍ଲୀ ସଭା ଓ ଗ୍ରାମ ସଭାକୁ ଆସୁଥିବା ସବୁ କାମକୁ ସରପଞ୍ଚଙ୍କ ମାଧ୍ୟମରେ କରନ୍ତୁ । ପଲ୍ଲୀ ସଭା, ଗ୍ରାମ ସଭା ତୁରନ୍ତ କରନ୍ତୁ ସରକାର । ସରପଞ୍ଚମାନଙ୍କ ହାତରେ କିଛି ପାୱାର ନାହିଁ କାହିଁକି ?"

ଏହା ବି ପଢନ୍ତୁ- ଓଡିଶା ସରକାର ଦୁର୍ନୀତିକୁ ନୀତି କରିଛନ୍ତି, କରପସନ୍‌ ସରକାରଙ୍କ ନୀତି: ବିଜେପି

ଲେଖାଶ୍ରୀ ଆହୁରି କହିଛନ୍ତି,"ଗଣତନ୍ତ୍ର ବ୍ୟବସ୍ଥାକୁ ହତ୍ୟା କରି ସଚିବାଳୟର ତୃତୀୟ ମହଲାରୁ ରାଜ୍ୟର ସବୁ ପଞ୍ଚାୟତକୁ ଆୟତ୍ତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର । ଓଡ଼ିଶାର ଗଣତନ୍ତ୍ରର ହତ୍ୟା କିଭଳି ହେଉଛି ତାହା ମଧ୍ୟ ଲୋକଲୋଚନକୁ ଆସିଛି । ପଞ୍ଚାୟତର କ୍ଷମତା ଓ ଆର୍ଥିକ ପରିଚାଳନା ଦାୟିତ୍ବ ସରକାରୀ କର୍ମଚାରୀଙ୍କ ହାତକୁ ଟେକି ଦିଆଯାଇଛି । ଗ୍ରାମସଭା ଓ ପଲ୍ଲୀସଭାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ସରକାରୀ କର୍ମଚାରୀମାନଙ୍କ ମାଧ୍ୟମରେ ରାଜ୍ୟ ସରକାର ଶାସନ ଚଳାଇବାକୁ ଚାହୁଁଛନ୍ତି ଏବଂ ଜନପ୍ରତିନିଧିମାନଙ୍କୁ ଅଣଦେଖା କରି ତାଙ୍କର ଯାହା ସାମ୍ବିଧାନିକ ଏବଂ ଗଣତନ୍ତ୍ରର ମୁଖ୍ୟ ଦାୟିତ୍ବକୁ ତୁଲାଇବାକୁ ନଦେବା ପାଇଁ ରାଜ୍ୟ ସରକାରଙ୍କର ବିରାଟ ଷଡଯନ୍ତ୍ର ଚଳାଇଛନ୍ତି ।"

ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବ୍ୟବସ୍ଥାକୁ ଧ୍ବଂସ କରିଦେବା ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ସବୁବେଳେ ପ୍ରତିବାଦ କରିବା ସହିତ ୧ ଫେବୃଆରୀ ଦିନ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲା । ନିର୍ବାଚିତ ଜନପ୍ରତିନିଧିମାନଙ୍କ ଅସନ୍ତୋଷ ବ୍ୟାପକ ହେବାର ଦେଖି ଏବଂ ନିର୍ବାଚନ ପାଖେଇ ଆସୁଥିବା କାରଣରୁ ରାଜ୍ୟ ସରକାର ପୁଣି ଥରେ ଚଞ୍ଚକତା ଆରମ୍ଭ କରିଦେଇଛନ୍ତି । ଦୀର୍ଘ ବର୍ଷ ଧରି ନିରନ୍ତର ଭାବେ ହଡପ କରିଆସୁଥିବା ଏବଂ ସରପଞ୍ଚଙ୍କ କ୍ଷମତା ଉପରେ ଅଙ୍କୁଶ ଲଗାଇ ଦେଇଥିବା ବିଜେଡି ସରକାର ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ଫେବୃୟାରୀ ୩ ତାରିଖ ଦିନ ତରବରିଆ ଭାବରେ ଏଫଟିଓ (ଫଣ୍ଡ ଟ୍ରାନ୍ସଫର ଅର୍ଡର) ଉପରେ ବିଡିଓଙ୍କ କାଉଣ୍ଟର ଦସ୍ତଖତକୁ ପ୍ରତ୍ୟାହାର କରିଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.