ETV Bharat / politics

ଆମ୍ବ ଟାକୁଆ ଟ୍ରାଜେଡି: '୧୨ ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଗଲା’, ନବୀନଙ୍କ ବୟାନଙ୍କୁ ବିଜେପିର କାଉଣ୍ଟର - MANGO KERNEL DEATH POLITICS

କନ୍ଧମାଳରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ନେଇ ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି ନବୀନ । ସେପଟେ '୧୨ ବର୍ଷରେ କେଉଁ ତପସ୍ୟା କରିଥିଲ' ବୋଲି ବିଜେପି ପ୍ରଶ୍ନ କରିଛି ।

Naveen Targets Odisha Govt
Naveen Targets Odisha Govt (ETV Bharat Odisha)
author img

By ETV Bharat Odisha Team

Published : Nov 7, 2024, 7:32 PM IST

ଭୁବନେଶ୍ୱର: କନ୍ଧମାଳରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା । ଏହାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ରାଜ୍ୟ ସରକାରଙ୍କୁ ବିରୋଧୀ ବିଜେଡିର ଟାର୍ଗେଟ୍ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ୍ କରିଥିବାବେଳେ ଏହାର ଜବାବ ରଖିଛି ଶାସକ ଦଳ ।

ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍:

Naveen Targets Odisha Govt (ETV Bharat Odisha)

ନବୀନ କହିଛନ୍ତି, "ଗରିବ ଲୋକଙ୍କ ଚାଉଳ ବିନା କାରଣରେ ବନ୍ଦ କଲେ ମୋହନ ସରକାର । ତେଣୁ ସେମାନଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡିଲା । ଘଟଣାରେ 2 ଜଣଙ୍କ ଜୀବନ ଯିବା ସହ ଆଉ 6 ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଆମର 12 ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲା ।" କନ୍ଧମାଳରେ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ଏଭଳି କଡ଼ା ଭାଷାରେ ନିନ୍ଦା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ରାଜନୈତିକ ଫାଇଦା ନେବା ପାଇଁ ନବୀନ ଚେଷ୍ଟା କରୁଛନ୍ତି ବୋଲି ଜବାବରେ କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ନବୀନ ଆହୁରି କହିଛନ୍ତି,"ବିକାଶ ଓ କଲ୍ୟାଣ ହେଉଛି, ଆମର ଲକ୍ଷ୍ୟ । ଆମ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନା ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଈ ଭଉଣୀଙ୍କ ଚାଉଳକୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି । ତେଣୁ ସେମାନଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡୁଛି । ବହୁତ ଦୁଃଖର କଥା ଯେ, ଏଥିପାଇଁ ଦୁଇଜଣ ଆଦିବାସୀ ମହିଳା ପ୍ରାଣ ହରାଇଛନ୍ତି ଓ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । ଆମର ବାର ବର୍ଷର ତପସ୍ୟାକୁ ଏମାନେ ଶୁଖୁଆ ପୋଡାରେ ସାରିଦେଲେ । ବିଜେଡି ସରକାର ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବା ସବୁ ଗରିବ ଲୋକଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲା । ବର୍ତ୍ତମାନର ସରକାର ଲୋକଙ୍କୁ ଅବହେଳା ନ କରି ଏହାକୁ ଚାଲୁ ରଖିବେ ବୋଲି ଆଶା । ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସହ କୌଣସି ସାଲିସ କରାଯାଇପାରିବ ନାହିଁ । ପ୍ରତି ଜୀବନ ମୂଲ୍ୟବାନ ।"

ଏହା ବି ପଢନ୍ତୁ...ଆମ୍ବ ଟାକୁଆ ଟ୍ରାଜେଡି; ଯୋଗାଣ ମନ୍ତ୍ରୀଙ୍କ ଗିରଫ ଦାବି କଲା ବିଜେଡି, ଜବାବ ରଖିଲା ବିଜେପି

ଏହା ବି ପଢନ୍ତୁ...ଆମ୍ବ ଟାକୁଆ ଟ୍ରାଜେଡି: RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ

ଏହା ବି ପଢନ୍ତୁ...RDC ନୁହେଁ ବିଚାର ବିଭାଗୀୟ ତଦନ୍ତ ହେଉ: ପୂର୍ବତନ କେନ୍ଦ୍ରମନ୍ତ୍ରୀ

ବିଜେପିର କାଉଣ୍ଟର:
ନବୀନଙ୍କ ଏଭଳି ବୟାନ ପରେ ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଟିଭିରେ ଦେଖୁଥିଲି ଲେଖା ହୋଇଥିବା କାଗଜକୁ ପଢୁଥିଲେ ନବୀନ । ବୋଧେ ତାହା ଓଡ଼ିଆରେ ଲେଖା ହେଇଥିଲା ଇଂରାଜୀରେ ନୁହେଁ । ସେଥିପାଇଁ ଠିକ ସେ ପଢ଼ିପାରୁନଥିଲେ । ନବ ଦାସ ମୃତ୍ୟୁ ମାମଲା, କୁନ୍ଦୁଲି, ବେବିନା, ପରୀ ଘଟଣା କ'ଣ ତପସ୍ୟା ଥିଲା ? ବିଜେଡି ସରକାର ଅମଳରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ହୋଇଥିଲା ସେତେବେଳେ କି ତପସ୍ୟା କରୁଥିଲେ ? ଚାଉଳ ଅଭାବରୁ ମୃତ୍ୟୁ ହୋଇନାହିଁ । ରାଜନୈତିକ ଫାଇଦା ନେବା ପାଇଁ ନବୀନ ଚେଷ୍ଟା କରୁଛନ୍ତି । ରାଜ୍ୟକୁ ଆଳୁ, ପିଆଜ କ୍ଷେତ୍ରରେ ଆତ୍ମନିର୍ଭର କରିପାରିଲେ ନାହିଁ । ସ୍କୁଲରେ ଶିକ୍ଷକ ନଥିଲେ । ତାହା କେଉଁ ତପସ୍ୟା ଥିଲା ? ବିଜେଡି ନେତା ଖାଲି ବିଭ୍ରାନ୍ତିକର କଥା କହୁଛନ୍ତି । ଯଦି ରାଜନୀତି କରିବେ, ଓଡ଼ିଆ ଠିକରେ ପଢି ଶିଖନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.