ETV Bharat / politics

ନିର୍ଯାତିତ ଶ୍ରମିକଙ୍କୁ ନ୍ୟାୟ ଦାବି, ଶ୍ରମ ମନ୍ତ୍ରୀଙ୍କ ବାସଭବନ ଘେରିଲା ଯୁବ କଂଗ୍ରେସ

ଶ୍ରମିକଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ଶ୍ରମ ମନ୍ତ୍ରୀଙ୍କ ବାସଭବନ ଘେରାଓ କଲା ଯୁବ କଂଗ୍ରେସ । ପୋଲିସ ଦୋଷୀଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ଆଣି ବର୍ଷିଛି ଦଳ ।

author img

By ETV Bharat Odisha Team

Published : 4 hours ago

Protest By Youth Congress
Protest By Youth Congress (ETV Bharat Odisha)

ଭୁବନେଶ୍ବର: ଶ୍ରମ ମନ୍ତ୍ରୀଙ୍କ ବାସଭବନ ଘେରାଓ କଲା ଯୁବ କଂଗ୍ରେସ । ଦଳିତ ଶ୍ରମିକଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସରକାରୀ ବାସଭବନ ଘେରାଉ କରିଛି କଂଗ୍ରେସ । ଆଜି ଭୁବନେଶ୍ୱରରେ ଶ୍ରମ ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛି ଯୁବ କଂଗ୍ରେସ । ସୂଚନା ଅନୁସାରେ, ଢେଙ୍କାନାଳ ସ୍ଥିତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଦୁଇ ଦଳିତ ଯୁବକ ମୁନା ନାୟକ ଏବଂ ଜିଲୁ ନାୟକଙ୍କୁ କମ୍ପାନୀ ମାଲିକ ମିଥ୍ୟା ଚୋରି ଅଭିଯୋଗରେ ଅମାନୁଷିକ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଯୁବ କଂଗ୍ରେସର ଏକ ପ୍ରତିନିଧି ଦଳ ଡିଏସପିଙ୍କୁ ଭେଟି ଏ ବିଷୟରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଦୋଷୀଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗରେ ବର୍ଷିଛି କଂଗ୍ରେସ ।

କାହିଁକି ନିଆଯାଉନି କାର୍ଯ୍ୟାନୁଷ୍ଠାନ ?

ଯୁବ କଂଗ୍ରେସ ନେତା
ବିଶ୍ୱଜିତ ଲେଙ୍କା କହିଛନ୍ତି, "କାହା ଚାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଏପର୍ଯ୍ୟନ୍ତ କମ୍ପାନୀ ମାଲିକ ଗିରଫ ହେଲେ ନାହିଁ । ସେଥିପାଇଁ ଶ୍ରମ ମନ୍ତ୍ରୀଙ୍କ ଘର ଘେରାଉ କରିଛୁ । ପୀଡିତମାନଙ୍କୁ ଉପଯୁକ୍ତ ନ୍ୟାୟ ଦାବିରେ ଆଜି ଶ୍ରମ ମନ୍ତ୍ରୀଙ୍କ ବାସଭବନକୁ ଯୁବ କଂଗ୍ରେସ କର୍ମୀମାନେ ଘେରାଉ କରିଥିଲେ । 5 ଦିନ ହେବ ଏତଲା ଦିଆଗଲାଣି । କିନ୍ତୁ ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି । ଏଥିରେ ରାଜନୈତିକ ସମ୍ପୃକ୍ତି ରହିଛି । କାହା ଚାପରେ ପୋଲିସ ଆକ୍ସନ ନେଉନାହିଁ? ଦିନରେ ଯେଉଁ କଙ୍ଗାରୁ କୋର୍ଟ ଚାଲିଛି ତାକୁ ବନ୍ଦ କରିବାର ଆବଶ୍ୟକତା ରହିଛି ।"
Labour Minister Residence
Labour Minister Residence (ETV Bharat Odisha)

ଏହା ବି ପଢନ୍ତୁ...RI-ଅମିନ ପରୀକ୍ଷାକୁ ବିରୋଧ; ପୋଡ଼ିଲେ ଆଡମିଟ କାର୍ଡ, ଭସାଇଲେ କାଗଜ ଡଙ୍ଗା

ଏହା ବି ପଢନ୍ତୁ...ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖାରେ ଜାଲିଆତି ! ରାଜଭବନ ଘେରିଲା ଛାତ୍ର କଂଗ୍ରେସ

ଯଦି ତୁରନ୍ତ ଦୋଷୀଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ ଏବଂ ମାଲିକ ପ୍ରଭାକର ସାହୁ, MD ସତ୍ୟଭାନୁ ସାହୁ AGM ସରୋଜ ମଲ୍ଲିକ ଗିରଫ ନ କରାଯାଏ, ତେବେ ଏହି ଆନ୍ଦୋଳନ ରାଜ୍ୟବ୍ୟାପୀ ହେବ ବୋଲି ମଧ୍ୟ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି । ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନେତା, ଜ୍ଞାନ ରାଉତ, ବିଶ୍ଵଜିତ ଲେଙ୍କା, ହୃଦାନନ୍ଦ ସେନାପତି, କାହ୍ନା ନାୟକ, ଦେବାଶିଷ ଦାସ ଏବଂ ଅନେକ ଯୁବ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Protest By Youth Congress
Protest By Youth Congress (ETV Bharat Odisha)

ଏହା ବି ପଢନ୍ତୁ... Congress Strike: ତେଜିଲା ଛାତ୍ର ସଂସଦ ଆନ୍ଦୋଳନ ଦାବି, ଆଜି ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ - Student Congress Protest

ଏହା ବି ପଢନ୍ତୁ...NEET ପରୀକ୍ଷାରେ ଅନିୟମିତତା ମାମଲା; ଛାତ୍ର କଂଗ୍ରେସର ବିକ୍ଷୋଭ - Student Congress Protest

ଇଟିଭି ଭାରତ, ଭୁବନେଶ୍ବର

ଭୁବନେଶ୍ବର: ଶ୍ରମ ମନ୍ତ୍ରୀଙ୍କ ବାସଭବନ ଘେରାଓ କଲା ଯୁବ କଂଗ୍ରେସ । ଦଳିତ ଶ୍ରମିକଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସରକାରୀ ବାସଭବନ ଘେରାଉ କରିଛି କଂଗ୍ରେସ । ଆଜି ଭୁବନେଶ୍ୱରରେ ଶ୍ରମ ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛି ଯୁବ କଂଗ୍ରେସ । ସୂଚନା ଅନୁସାରେ, ଢେଙ୍କାନାଳ ସ୍ଥିତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଦୁଇ ଦଳିତ ଯୁବକ ମୁନା ନାୟକ ଏବଂ ଜିଲୁ ନାୟକଙ୍କୁ କମ୍ପାନୀ ମାଲିକ ମିଥ୍ୟା ଚୋରି ଅଭିଯୋଗରେ ଅମାନୁଷିକ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଯୁବ କଂଗ୍ରେସର ଏକ ପ୍ରତିନିଧି ଦଳ ଡିଏସପିଙ୍କୁ ଭେଟି ଏ ବିଷୟରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଦୋଷୀଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗରେ ବର୍ଷିଛି କଂଗ୍ରେସ ।

କାହିଁକି ନିଆଯାଉନି କାର୍ଯ୍ୟାନୁଷ୍ଠାନ ?

Protest By Youth Congress (ETV Bharat Odisha)
ଯୁବ କଂଗ୍ରେସ ନେତା ବିଶ୍ୱଜିତ ଲେଙ୍କା କହିଛନ୍ତି, "କାହା ଚାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଏପର୍ଯ୍ୟନ୍ତ କମ୍ପାନୀ ମାଲିକ ଗିରଫ ହେଲେ ନାହିଁ । ସେଥିପାଇଁ ଶ୍ରମ ମନ୍ତ୍ରୀଙ୍କ ଘର ଘେରାଉ କରିଛୁ । ପୀଡିତମାନଙ୍କୁ ଉପଯୁକ୍ତ ନ୍ୟାୟ ଦାବିରେ ଆଜି ଶ୍ରମ ମନ୍ତ୍ରୀଙ୍କ ବାସଭବନକୁ ଯୁବ କଂଗ୍ରେସ କର୍ମୀମାନେ ଘେରାଉ କରିଥିଲେ । 5 ଦିନ ହେବ ଏତଲା ଦିଆଗଲାଣି । କିନ୍ତୁ ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି । ଏଥିରେ ରାଜନୈତିକ ସମ୍ପୃକ୍ତି ରହିଛି । କାହା ଚାପରେ ପୋଲିସ ଆକ୍ସନ ନେଉନାହିଁ? ଦିନରେ ଯେଉଁ କଙ୍ଗାରୁ କୋର୍ଟ ଚାଲିଛି ତାକୁ ବନ୍ଦ କରିବାର ଆବଶ୍ୟକତା ରହିଛି ।"
Labour Minister Residence
Labour Minister Residence (ETV Bharat Odisha)

ଏହା ବି ପଢନ୍ତୁ...RI-ଅମିନ ପରୀକ୍ଷାକୁ ବିରୋଧ; ପୋଡ଼ିଲେ ଆଡମିଟ କାର୍ଡ, ଭସାଇଲେ କାଗଜ ଡଙ୍ଗା

ଏହା ବି ପଢନ୍ତୁ...ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖାରେ ଜାଲିଆତି ! ରାଜଭବନ ଘେରିଲା ଛାତ୍ର କଂଗ୍ରେସ

ଯଦି ତୁରନ୍ତ ଦୋଷୀଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ ଏବଂ ମାଲିକ ପ୍ରଭାକର ସାହୁ, MD ସତ୍ୟଭାନୁ ସାହୁ AGM ସରୋଜ ମଲ୍ଲିକ ଗିରଫ ନ କରାଯାଏ, ତେବେ ଏହି ଆନ୍ଦୋଳନ ରାଜ୍ୟବ୍ୟାପୀ ହେବ ବୋଲି ମଧ୍ୟ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି । ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନେତା, ଜ୍ଞାନ ରାଉତ, ବିଶ୍ଵଜିତ ଲେଙ୍କା, ହୃଦାନନ୍ଦ ସେନାପତି, କାହ୍ନା ନାୟକ, ଦେବାଶିଷ ଦାସ ଏବଂ ଅନେକ ଯୁବ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Protest By Youth Congress
Protest By Youth Congress (ETV Bharat Odisha)

ଏହା ବି ପଢନ୍ତୁ... Congress Strike: ତେଜିଲା ଛାତ୍ର ସଂସଦ ଆନ୍ଦୋଳନ ଦାବି, ଆଜି ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ - Student Congress Protest

ଏହା ବି ପଢନ୍ତୁ...NEET ପରୀକ୍ଷାରେ ଅନିୟମିତତା ମାମଲା; ଛାତ୍ର କଂଗ୍ରେସର ବିକ୍ଷୋଭ - Student Congress Protest

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.