ETV Bharat / politics

‘ବାହାର ଲୋକଙ୍କୁ ଗ୍ରହଣ କରିବେନି କଣ୍ଟାବାଞ୍ଜିବାସୀ’: ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ବକୁ ସାଲୁଜାଙ୍କ ଖୋଲା ଚ୍ୟାଲେଞ୍ଜ - Santosh Singh Saluja

author img

By ETV Bharat Odisha Team

Published : Apr 18, 2024, 7:52 AM IST

Santosh Singh Saluja on CM Naveen candidature: ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ବକୁ ଚ୍ୟାଲେଞ୍ଜ ଦେଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । କହିଲେ, କଣ୍ଟାବାଞ୍ଜିର ସ୍ବାଭିମାନୀ ଲୋକେ କେବେ ହେଲେ ବାହାର ଲୋକଙ୍କୁ ସ୍ବୀକାର କରିବେ ନାହିଁ । ଅଧିକ ପଢନ୍ତୁ

‘ବାହାର ଲୋକଙ୍କୁ ଗ୍ରହଣ କରିବେନି କଣ୍ଟାବାଞ୍ଜିବାସୀ’: ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ବକୁ ସାଲୁଜାଙ୍କ ଖୋଲା ଚ୍ୟାଲେଞ୍ଜ

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କେବଳ ସେହି ଆସନ ନୁହେଁ ବରଂ ସମଗ୍ର ଜିଲ୍ଲାରେ ବିଜେଡି ପାଇଁ ଲାଭଦାୟକ ହେବା ନେଇ ଆଶା କରାଯାଉଥିବା ବେଳେ ସ୍ଥାନୀୟ କଂଗ୍ରେସ ବିଧାୟକ ତଥା ଚଳିତ ଥର ନବୀନଙ୍କ ପ୍ରତିଦ୍ବନ୍ଦ୍ବୀ ହେବାକୁ ଯାଉଥିବା ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଥମ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । କଣ୍ଟାବାଞ୍ଜିବାସୀ ସ୍ବାଭିମାନୀ, ସେମାନେ କେବେ ହେଲେ ବାହାର ଲୋକଙ୍କୁ ଭୋଟ ଦେବେନାହିଁ । ବିଜେଡିକୁ କଣ୍ଟାବାଞ୍ଜି ପାଇଁ ଉପଯୁକ୍ତ ପ୍ରାର୍ଥୀ ମିଳିଲେ ନାହିଁ । ତେଣୁ ଭୟଭୀତ ହୋଇ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଗଲା । ଏଥର ମଧ୍ୟ ସେ ହିଁ ବିଜୟୀ ହେବେ ବୋଲି କହି ସାଲୁଜା ଦମ୍ଭ ଦେଖାଇଛନ୍ତି ।

ସାଲୁଜା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆସି ଦେଖନ୍ତୁ, 35 ଭାଗ ଜଳସେଚନ କଥା କହିଥିଲେ, କଣ୍ଚାବାଞ୍ଜିରେ ମାତ୍ର 3 ପ୍ରତିଶତ ଜମି ଜଳସେଚିତ ହୋଇପାରିଛି । ଜିଲ୍ଲା ମାନ୍ୟତା ପାଇଁ ଅଞ୍ଚଳବାସୀ ଦାବି କରିଆସୁଥିଲେ ସୁଦ୍ଧା ସରକାର କର୍ଣ୍ଣପାତ କରୁନାହାନ୍ତି । ଅଞ୍ଚଳରେ ଦାଦନ ଶ୍ରମିକ ସମସ୍ୟା ମଧ୍ୟ ରହିଛି । ଏ ଅଞ୍ଚଳରେ ଯାହା କିଛି ବିକାଶ ହୋଇଛି ସବୁ ତାଙ୍କ ସମୟରେ ହିଁ ହୋଇଛି । ବିଜେଡି ସରକାର କଣ୍ଟାବାଞ୍ଜିକୁ କେବେ ହେଲେ ଗୁରୁତ୍ବ ଦେଇନାହିଁ । ପଶ୍ଚିମ ଓଡ଼ିଶାର ଲୋକେ ଅନ୍ୟ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ସ୍ବୀକାର କରିବେ ନାହିଁ । କଣ୍ଟାବାଞ୍ଜିରେ ବିଜେଡି ନିକଟରେ ପ୍ରାର୍ଥୀ ନାହାନ୍ତି । ତେଣୁ ସେ ତାଙ୍କୁ ଭୟଭୀତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରାଯାଇଛି । 2019 ନିର୍ବାଚନରେ ବିଜେପୁରରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିଥିଲେ, ପରବର୍ତ୍ତୀ ସମୟରେ ସେ ଇସ୍ତଫା ଦେଲେ । ଚଳିତ ଥର କଣ୍ଟାବାଞ୍ଜିକୁ ନେଇ ମଧ୍ୟ ସେ ସମାନ ଧାରାରେ ଅଛନ୍ତି । ମାତ୍ର ଏହାକୁ କଣ୍ଟାବାଞ୍ଜି କେବେ ଗ୍ରହଣ କରିବେନି । ଏଥର ପୁଣି କଂଗ୍ରେସ ହିଁ ବାଜିମାତ କରିବ । ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେଲେ, କଣ୍ଟାବାଞ୍ଜୀବାସୀ ସେମାନଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ କେଉଁଠି ଭେଟିବାକୁ ଯିବେ ? ଅଞ୍ଚଳବାସୀ ତାଙ୍କୁ (ସାଲୁଜାଙ୍କୁ) 4 ଥର ଜିତାଇଛନ୍ତି, ଏଥର ମଧ୍ୟ କଂଗ୍ରେସର ବିଜୟ ହେବ ବୋଲି ସାଲୁଜା କହିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପରେ ମନ୍ତ୍ରୀ ତଥା ଚଳିତ ଥରର ବିଧାୟିକା ପ୍ରାର୍ଥୀ ଟୁକୁନୀ ସାହୁ ଓ ଦଳର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ବଲାଙ୍ଗୀର ପାଇଁ ଏହା ସୌଭାଗ୍ୟର କଥା । ଜିଲ୍ଲାର ସବୁ ଆସନରେ ବିଜେଡି ବିଜୟୀ ହେବ ବୋଲି ଉଭୟ ମତ ରଖିଛନ୍ତି । ସୁରେନ୍ଦ୍ର କହିଛନ୍ତି, ଏହା ବଲାଙ୍ଗୀରବାସୀଙ୍କ ପାଇଁ ଏକ ସୌଭାଗ୍ୟର ବିଷୟ । କଣ୍ଟାବାଞ୍ଜିବାସୀ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଏଥର ଭୋଟ ଦେବାର ସୁଯୋଗ ପାଇବେ । ଯାହାଦ୍ଵାରା ଏଠିକାର ବିକାଶ ଆହୁରି ତ୍ୱରାନ୍ୱିତ ହେବ ।

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ସିଇଓ - All Party Meeting

ସେହିପରି ମନ୍ତ୍ରୀ ତଥା ବର୍ତ୍ତମାନ ଟିଟିଲାଗଡ ବିଧାନସଭା ବିଜେଡି ପ୍ରାର୍ଥିନୀ ଟୁକୁନି ସାହୁ କହିଛନ୍ତି, ''ଏହା ନିଶ୍ଚୟ ଭାବରେ ବଲାଙ୍ଗୀର ପାଇଁ ଗର୍ବର ବିଷୟ । ବିଜେଡି ଦଳ ଏଥର ବଲାଙ୍ଗୀର ଜିଲ୍ଲାରେ ଏକତରଫା ବିଜୟ ହାସଲ କରିବାକୁ ଯାଉଛି । ଯେଉଁଥିରେ ପାଞ୍ଚଟି ବିଧାନସଭା ଆସନ ଓ ଗୋଟିଏ ସଂସଦୀୟ ଆସନରେ ବିଜେଡି ବହୁମତର ସହ ବିଜୟୀ ହେବ ।'' ତେଣୁ ସେ ଜିଲ୍ଲା ବିଜେଡି ସଭାପତି ଭାବରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ସୂଚନାଯୋଗ୍ୟ ଯେ, କଣ୍ଟାବାଞ୍ଜି ବିଧାନସଭା ଆସନରୁ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା 1995, 2000, 2009 ଓ 2019 ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି । ଏଥର ମଧ୍ୟ ସେ କଂଗ୍ରେସ ଦଳରୁ ଟିକେଟ ପାଇଛନ୍ତି । ତେବେ ଏଥର ତାଙ୍କ ପ୍ରତିଦ୍ବନ୍ଦିତା ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକାଙ୍କ ସହ ହେଉଥିବା ସତ୍ତ୍ୱେ ମଧ୍ୟ ସେ ଜିତିବାର ଆଶା ରଖିଛନ୍ତି ।

ଇଟିଭି ଭାରତ, ବଲାଙ୍ଗିର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.