ETV Bharat / politics

5ରେ ଝାଡ଼ଖଣ୍ଡରେ ଫ୍ଲୋର୍ ଟେଷ୍ଟ: ବହୁମତ ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଚମ୍ପଇ, ହାଇଦ୍ରାଦରେ ମହାମେଣ୍ଟ ବିଧାୟକ

Jharkhand floor test: ଆସନ୍ତା ସୋମବାର ଦିନ ଝାଡ଼ଖଣ୍ଡ ମହାମେଣ୍ଟ ସରକାରର ଫ୍ଲୋର ଟେଷ୍ଟ । ଏହାପୂର୍ବରୁ ଅପରେସନ ଲୋଟସ୍ ଭୟରେ ହାଇଦ୍ରାବାଦରେ ଡେରା ପକାଇଛନ୍ତି ଶାସକ ମେଣ୍ଟର ୪୦ ବିଧାୟକ । ଅଧିକ ପଢ଼ନ୍ତୁ,

ସୋମବାର ଝାଡ଼ଖଣ୍ଡ ଫ୍ଲୋର ଟେଷ୍ଟ
ସୋମବାର ଝାଡ଼ଖଣ୍ଡ ଫ୍ଲୋର ଟେଷ୍ଟ
author img

By ETV Bharat Odisha Team

Published : Feb 3, 2024, 3:05 PM IST

ରାଞ୍ଚି: ଝାଡ଼ଖଣ୍ଡରେ ଥମୁନି ରାଜନୈତିକ ହଟଚମଟ । ଜେଏମଏମ ନେତା ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି । ତଥାପି ଶାସକ ଦଳ ମନରୁ ମେଣ୍ଟ ଭାଙ୍ଗିବାର ଭୟ ଯାଇନି । କାରଣ ଆସନ୍ତା ସୋମବାର ଦିନ ଝାଡ଼ଖଣ୍ଡ ମହାମେଣ୍ଟ ସରକାରର ଫ୍ଲୋର ଟେଷ୍ଟ ହେବ । ନିଜର ସଂଖ୍ୟା ଗରିଷ୍ଠତାରେ ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଏହାପୂର୍ବରୁ ସରକାରଙ୍କୁ ଛାନିଆ କରିଛି ବିଜେପିର ଘୋଡ଼ା ବେପାର ଭୟ । ଏଥିପାଇଁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ମାତ୍ରେ ଶାସକ ଦଳର ପ୍ରାୟ ୪୦ ଜଣ ବିଧାୟକନଙ୍କୁ ଚାଟାର୍ଡ ବିମାନରେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ସେଠାରେ ବିଧାୟକମାନେ ଗୋଟିଏ ରିଜର୍ଟରେ ଡେରା ପକାଇଛନ୍ତି ଏବଂ ପୋଲିସ ସେମାନଙ୍କୁ କଡ଼ା ସୁରକ୍ଷା ଦେଉଛି । ବିଜେପି ଆଖିରୁ ବିଧାୟକମାନଙ୍କୁ ସୁରକ୍ଷିତ ରଖିବାକୁ ତେଲେଙ୍ଗାନା କଂଗ୍ରେସ ମଧ୍ୟ ସବୁ ପ୍ରକାର ବ୍ୟବସ୍ଥା କରିଥିବା ସୂଚନା ରହିଛି ।

ସୂଚନା ମୁତାବକ, ଆସନ୍ତା ୫ ତାରିଖରେ ଚମ୍ପାଇ ସୋରେନଙ୍କ ନେତୃତ୍ବଧୀନ ମେଣ୍ଟ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଏନେଇ ଝାଡ଼ଖଣ୍ଡ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଝାଡ଼ଖଣ୍ଡରେ ବିଧାନସଭା ଆସନ ସଂଖ୍ୟା ୮୧ । ତେଣୁକ ରି ଫ୍ଲୋର ଟେଷ୍ଟରେ ପାସ୍ ହେବା ପାଇଁ ମେଣ୍ଟ ସରକାରଙ୍କ ନିକଟରେ ଅତିକମରେ ୪୧ ଜଣ ବିଧାୟକଙ୍କ ସମର୍ଥନ ରହିବା ଆବଶ୍ୟକ । ଏହି ଦୃଷ୍ଟିରୁ ଫ୍ଲୋର ଟେଷ୍ଟ ପର୍ଯ୍ୟନ୍ତ ବିଧାୟକମାନଙ୍କୁ ସୁରକ୍ଷିତ ରଖିବାକୁ ହାଇଦ୍ରାବାଦ ପଠାଇ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଝାଡ଼ଖଣ୍ଡରେ 'ଚମ୍ପଇ' ରାଜ: ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ, ସୋରେନ ବ୍ରଦର ବସନ୍ତ ହୋଇପାରନ୍ତି ଡେପୁଟି

ଏହା ମଧ୍ୟ ପଢନ୍ତୁ: ଝାଡ଼ଖଣ୍ଡ ନାଟକ: କୋର୍ଟରେ ହେମନ୍ତ, ହାଇଦ୍ରାବାଦ ଅଭିମୁଖେ ମେଣ୍ଟ ବିଧାୟକ !

ପ୍ରକାଶ ଥାଉକି, ଶୁକ୍ରବାର ଝାଡ଼ଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି ଜେଏମଏମ ନେତା ଚମ୍ପଇ ସୋରେନ । ତାଙ୍କ ସହିତ ସହଯୋଗୀ କଂଗ୍ରେସ ନେତା ଆଲମଗିରି ଆଲାମ ଓ ଆରଜେଡି ନେତା ସତ୍ୟାନନ୍ଦ ଭୋକ୍ତା କ୍ୟାବିନେଟ ଭାବେ ଶପଥ ନେଇଛନ୍ତି । ଜମି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡି ଦ୍ବାରା ଗିରଫ ହେବା ପରେ ଚମ୍ପଇ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତେବେ ରାଜ୍ୟପାଳ ସିପି ରାଧାକୃଷ୍ଣନ ୧୦ ଦିନ ଭିତରେ ମେଣ୍ଟ ସରକାରଙ୍କୁ ସଂଖ୍ୟା ଗରିଷ୍ଠତାରେ ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆସନ୍ତା ସୋମବାର ଦିନ ଏହି ଶକ୍ତି ପରୀକ୍ଷଣ ହେବ । ତେବେ ଶାସକ ଦଳ ନିକଟରେ ୪୭ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.