ETV Bharat / politics

ଇଣ୍ଡିଆ ମେଣ୍ଟକୁ ଝଟକା, NDAରେ ସାମିଲ ହେଲା ରାଷ୍ଟ୍ରୀୟ ଲୋକ ଦଳ

author img

By ETV Bharat Odisha Team

Published : Mar 3, 2024, 11:22 AM IST

Rashtriya Lok Dal joins NDA Alliance: ଲୋକସଭା ନିର୍ବାଚନ ପୂର୍ବରୁ ଏନଡିଏ ସହ ମିଶିଲା ରାଷ୍ଟ୍ରୀୟ ଲୋକ ଦଳ । ଇଣ୍ଡିଆ ମେଣ୍ଟକୁ ଲାଗିଲା ଝଟକା । ଅଧିକ ପଢନ୍ତୁ

Rashtriya Lok Dal
Rashtriya Lok Dal

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ଝଟକା । ଇଣ୍ଡିଆ ମେଣ୍ଟ ସହ ସମସ୍ତ ସମ୍ପର୍କ ତୁଟାଇ ଏନଡିଏ ସହ ହାତ ମିଳାଇଲା ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ ବା RLD । କିଛି ଦିନ ପୂର୍ବରୁ ଆରଏଲଡି ଏନଡିଏ ସହ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ସମସ୍ତ ଚର୍ଚ୍ଚାର ଅବସାନ ଘଟାଇ ବିରୋଧି ମେଣ୍ଟ ଛାଡି ବିଜେପି ନେତୃତ୍ବାଧିନ ଏନଡିଏରେ ସାମିଲ ହୋଇଛି ଉତ୍ତରପ୍ରଦେଶର ରାଷ୍ଟ୍ରୀୟ ଲୋକ ଦଳ । ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।

ସେ ଏକ୍ସରେ ଲେଖିଛନ୍ତି, ''ଆରଏଲଡି ପାର୍ଟିର ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ଏନଡିଏ ପରିବାରକୁ ସ୍ବାଗତ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଉପରେ ବିଶ୍ବାସ କରି ସେ ଏନଡିଏରେ ଯୋଗଦେବା କୃଷକ, ଗରିବ ଏବଂ ପଛୁଆ ଶ୍ରେଣୀର ଉନ୍ନତି ପାଇଁ ଆମର ସଂକଳ୍ପକୁ ଆହୁରି ଦୃଢ କରିବ । ଆଗାମୀ ଲୋକସଭା ନିର୍ବାଚନରେ ​​ଏନଡିଏ 400 ଅତିକ୍ରମ କରିବ ଏବଂ ଅମୃତ କାଳରେ ଏକ ବିକଶିତ ଭାରତ ଗଠନ କରିବାକୁ ପ୍ରତିବଦ୍ଧ ।'' ଶନିବାର ରାଷ୍ଟ୍ରୀୟ ଲୋକ ଦଳର ମୁଖ୍ୟ ଜୟନ୍ତ ଚୌଧୁରୀ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏହାପରେ ସେ ଏନଡିଏରେ ସାମିଲ ହୋଇଥିଲେ । ଯାହାକୁ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଥିଲେ ଅମିତ ଶାହ । ଏହାର କିଛି ଫଟୋ ମଧ୍ୟ ଏକ୍ସରେ ସେୟାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବାରାଣାସୀରୁ ଲଢିବେ ପ୍ରଧାନମନ୍ତ୍ରୀ, ପ୍ରଥମ ପର୍ଯ୍ୟାୟରେ 34 କେନ୍ଦ୍ରମନ୍ତ୍ରୀଙ୍କ ସହ 195 ପ୍ରାର୍ଥୀ ଘୋଷଣା କଲା BJP

ରାଷ୍ଟ୍ରୀୟ ଲୋକ ଦଳ ଏନଡିଏ ସହ ମିଶିବା ପରେ ଆଗାମୀ ଲୋକସଭା ନିର୍ବାଚନରେ ଏହା ଦଳକୁ ବଳ ଯୋଗାଇବ । ଅନ୍ୟପଟେ ନିର୍ବାତନ ପୂର୍ବରୁ ଗୋଟିଏ ପରେ ଗୋଟିଏ ଦଳ ଇଣ୍ଡିଆ ମେଣ୍ଟ ଛାଡିବା ଚିନ୍ତାଜନକ ବିଷୟ ହୋଇଛି । ଶନିବାର ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା ବିଜେପି । ପ୍ରଥମ ପର୍ଯ୍ୟାୟ ତାଲିକାରେ ଦଳ ମୋଟ 18 ରାଜ୍ୟର 195 ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ଏଥିରେ 34 ଜଣ କେନ୍ଦ୍ରମନ୍ତ୍ରୀ ରହିଥିବା ବେଳେ 2 ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛନ୍ତି । ସେହିପରି ପ୍ରାର୍ଥୀଙ୍କ ମଧ୍ୟରେ 28 ଜଣ ମହିଳା ରହିଥିବା ବେଳେ 50 ବର୍ଷରୁ କମ ଆୟୁବର୍ଗର 47 ଯୁବ ପ୍ରାର୍ଥୀ ରହିଛନ୍ତି । ସେହିପରି ଅନ୍ୟାନ୍ୟ ପଛୁଆ ବର୍ଗ ‘ଓବିସି’ରୁ 47 ଜଣ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.