ETV Bharat / politics

ଜେଲରେ ଥାଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲେ ସ୍ବାଧୀନ ପ୍ରାର୍ଥୀ, ମୁଫତି ବି ଚାଖିଲେ ପରାଜୟ ସ୍ବାଦ - Lok Sabha Election Results 2024

author img

By ETV Bharat Odisha Team

Published : Jun 4, 2024, 3:57 PM IST

Mehbooba Mufti and Omar Abdullah concedes defeat: ହାରିଲେ କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ଓ ଓମାର । ଓମାରଙ୍କୁ ଜେଲରେ ଥାଇ ହରାଇଲେ ଇଂ ରସିଦ । ଅଧିକ ପଢନ୍ତୁ

ହାରିଲେ କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ଓ ଓମାର
ହାରିଲେ କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ଓ ଓମାର (ETV Bharat Odisha)

ଶ୍ରୀନଗର: ଧାରା-370 ଉଚ୍ଛେଦ ହେବା ପରେ ରାଜ୍ୟପାହ୍ୟା ହରାଇ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିବା କାଶ୍ମୀର ଚଳିତଥର ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିଥିଲା । ଏଥିରେ ପ୍ରତିଦ୍ବନ୍ଦ୍ବିତା କରିଥିବା ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କୁ ପରାଜିତ ହେବାକୁ ପଡିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିସାରିଥିବା ତଥା ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲାଙ୍କୁ ବାରମୁଲ୍ଲା ଆସନରୁ ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ‘ଉପା’ ଆକ୍ଟରେ ଗିରଫ ହୋଇ ଜେଲରେ ଥିବା ସ୍ବାଧୀନ ପ୍ରାର୍ଥୀ ଇଂ ଅବଦୁଲ୍ଲ ରସିଦ ପରାସ୍ତ କରିଛନ୍ତି । ସେହିପରି ପିଡିପି ମୁଖ୍ୟ ମେହେବୁବା ମୁଫତି ଅନନ୍ତନାଗ-ରଜୌରୀରୁ ମଧ୍ୟ ପରାସ୍ତ ହେବାକୁ ବାଧ୍ୟ ହୋଇଛନ୍ତି ।

ଓମାରଙ୍କ ବିପକ୍ଷରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଅବଦୁଲ ରସିଦ ଏବେ ବେଆଇନ କାର୍ଯ୍ୟକଳାପ ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି । ସେ ନିର୍ବାଚନରେ ନାମାଙ୍କନ ଭରିବା ପରେ ମଧ୍ୟ ବେଲ ପାଇନାହାନ୍ତି । ତାଙ୍କ ପୁଅ ଅବରାର ରସିଦ ତାଙ୍କ ପାଇଁ ପ୍ରଚାର କରିଥିଲେ । ରସିଦ ପ୍ରାୟ 50 ହଜାର ଭୋଟ ବ୍ୟବଧାନରେ ଓମାରଙ୍କୁ ପରାଜିତ କରିଛନ୍ତି । ପୂର୍ବରୁ ମଧ୍ୟ ରସିଦ 2008 ରେ ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଆତଙ୍କୀ ଲିଙ୍କ ଓ ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଗିରଫ କରାଯାଇଛି । ଏହି ଆସନରେ ପିପୁଲ୍ସ କନଫରେନ୍ସ ମୁଖ୍ୟ ସଜ୍ଜାଦ ଲୋନ 45 ହଜାର ଭୋଟ ସହ ତୃତୀୟ ସ୍ଥାନରେ ଅଛନ୍ତି । ଫଳାଫଳ ସ୍ପଷ୍ଟ ହେବା ପରେ ଓମାର ଟ୍ବିଟ କରି ପରାଜୟ ସ୍ବୀକାର କରିବା ସହ ବିଜେତା ପ୍ରତିପକ୍ଷ ରସିଦଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଜନାଦେଶ 2024: ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ପାର୍ କଲା NDA, ଆନ୍ଧ୍ରରେ ବିଜୟ ପାଇଁ ଚନ୍ଦ୍ରବାବୁଙ୍କୁ ମୋଦିଙ୍କ ଶୁଭେଚ୍ଛା - Lok Sabha election results 2024

ସେହିପରି ମେହେବୁବା ମୁଫତି ମଧ୍ୟ ଅନନ୍ତନାଗ- ରଜୌରୀ ଆସନରୁ ନ୍ୟାସନାଲ କନଫରେନ୍ସ ପ୍ରାର୍ଥୀ ମିଆନ ଆଲତଫଙ୍କ ଠାରୁ ପରାଜିତ ହୋଇଛନ୍ତି । ପ୍ରାୟ 2 ଲକ୍ଷ 30ରୁ ଅଧିକ ଭୋଟରେ ମୁଫତିଙ୍କୁ ପରାଜିତ ହେବାକୁ ପଡିଛି । 2016ରୁ 2019 ପର୍ଯ୍ୟନ୍ତ ମୁଫତି କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ । ସେତେବେଳେ ମୁଫତିଙ୍କ ପାର୍ଟି ପିଡିପି ଓ ବିଜେପି ମିଳିତ ଭାବେ ସରକାର ଗଠନ କରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ 2019 ରେ ଧାରା 370 ଉଚ୍ଛେଦ ପୂର୍ବରୁ ବିଜେପି ମେଣ୍ଟ ଭାଙ୍ଗି ଘାଟିରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସ୍ଥିତି ଅନୁକୂଳ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.