ETV Bharat / politics

ବ୍ରଜରାଜନଗର କଂଗ୍ରେସରେ ଗୋଷ୍ଠୀ କନ୍ଦଳ - Brajrajnagar congress conflict

author img

By ETV Bharat Odisha Team

Published : Apr 6, 2024, 1:46 PM IST

Brajrajnagar congress: ବ୍ରଜରାଜନାଗର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ନେଇ ଅସନ୍ତୋଷ ଜାହିର କଲେ କଂଗ୍ରେସର କର୍ମକର୍ତ୍ତା । ବେଲପାହାଡ଼ ପୌର ପରିଷଦର ଅଧ୍ୟକ୍ଷ ନିମାଇଁ ଚରଣ ପଣ୍ଡା ପ୍ରାର୍ଥୀ କରିବାକୁ ଦାବି । ଅଧିକ ପଢନ୍ତୁ

Brajrajnagar congres
Brajrajnagar congres

Brajrajnagar congres

ଝାରସୁଗୁଡା: ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ଏବେ ଦଳରେ ଅନ୍ତକନ୍ଦଳ ଆରମ୍ଭ ହୋଇଯାଇଛି । ଏପରିକି ଟିକେଟ ଆଶାୟୀ ଥିବା କିଛି ନେତା ଦଳ ଛାଡ଼ିବାକୁ ସଜବାଜ ହେଉଥିବା ନେଇ ଚର୍ଚ୍ଚା ଜୋର୍ ଧରିଲାଣି । ବ୍ରଜରାଜନଗର ଆସନ ପାଇଁ ଆଶାୟୀ ଥିବା ବେଲପାହାଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷ ନିମାଇଁ ଚରଣ ପଣ୍ଡା କୁଆଡ଼େ ସ୍ବାଧୀନ ଭାବେ ଲଢ଼ିବେ ବୋଲି ବି ତାଙ୍କ ସମର୍ଥକ ଏବଂ କଂଗ୍ରେସ କର୍ମୀମାନେ ସାମ୍ନାକୁ ଆସିଲେଣି ।

ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତିରେ ମଧ୍ୟ ସେତେ ରୋଚକ ଘଟଣା ସାମ୍ନାକୁ ଆସୁଛି । ରାଜ୍ୟ କଂଗ୍ରେସ ମାତ୍ର 47 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏହାମଧ୍ୟରେ ବି ଅସନ୍ତୋଷ ଦେଖିବାକୁ ମିଳିଲାଣି । ବ୍ରଜରାଜନଗରର ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ପକ୍ଷରୁ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ମଧ୍ୟରେ ବଢିବାକୁ ଲାଗିଛି ଅସନ୍ତୋଷ । କାରଣ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ଜଣେ ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବା ନେଇ ପୂର୍ବରୁ ଚର୍ଚ୍ଚା ଧରିଥିଲା । ବେଲପାହାଡ଼ ପୌର ପରିଷଦର ଅଧ୍ୟକ୍ଷ ନିମାଇଁ ଚରଣ ପଣ୍ଡା (ବୁଲୁ ପଣ୍ଡା)ଙ୍କ ନାଁ ବ୍ରଜରାଜନଗର ବିଧାନସଭା ଆଶାୟୀ ପ୍ରାର୍ଥୀ ରେସରେ ଆଗୁଆ ରହିଥିଲା । ହେଲେ କଂଗ୍ରେସ କିଶୋର ପଟେଲଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ନିମାଇଁ ଚରଣଙ୍କ ସମର୍ଥକମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବ୍ରଜରାଜନଗରରେ ପୁଣି ବିଧାନସଭା ପ୍ରାର୍ଥୀ ହେଲେ ଅଳକା ମହାନ୍ତି - BJD Candidate Alaka Mohanty

ଏହାକୁ ନେଇ ଶୁକ୍ରବାର ଦିନ ବେଲପାହାଡ଼ ପୋୖରାଞ୍ଚଳର କଂଗ୍ରେସ କର୍ମୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦଳୀୟ ଟିକେଟ ନ ମିଳିଲେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ନିମାଇଁ ଚରଣ ପଣ୍ଡାଙ୍କ ସମର୍ଥକମାନେ କହିଛନ୍ତି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ତିନି ଦଳର ପ୍ରାର୍ଥୀ ବାହାର ନିର୍ବାଚନ ମଣ୍ଡଳୀର ହୋଇଥିବାରୁ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ସମ୍ୱଲପୁର ବାସିନ୍ଦା ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ବାସିନ୍ଦା ଅଟନ୍ତି । ସେହିଭଳି କଂଗ୍ରେସର କିଶୋର ପଟେଲ ମଧ୍ୟ ସୁନ୍ଦରଗଡ ଜିଲ୍ଲାର ବାସିନ୍ଦା ଅଟନ୍ତି । ତେବେ ବ୍ରଜରାଜନଗର ପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି କରିଛନ୍ତି ଜନସାଧାରଣ । ନିମାଇଁ ଚରଣଙ୍କୁ କଂଗ୍ରେସ ଟିକେଟ ନମିଳିଲେ ତାଙ୍କୁ ସ୍ୱାଧୀନରୁ ଛିଡା କରିବୁ ବୋଲି କହିଛନ୍ତି ସମର୍ଥକମାନେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.