ETV Bharat / politics

ଜୟଦେବରୁ ସ୍ବାଧିନ ଭାବେ ନାମାଙ୍କନ ଭରିଲେ ସତ୍ୟପ୍ରିୟ, ହଜାର ହଜାର ସମର୍ଥକଙ୍କୁ ନେଇ କଲେ ପାୱାର ସୋ' - Jaydev Constituency - JAYDEV CONSTITUENCY

Jayadev Constituency: ଜୟଦେବରୁ ସ୍ବାଧିନ ପ୍ରାର୍ଥୀ ନାମାଙ୍କନ ପତ୍ର ଭରିଲେ ସତ୍ୟପ୍ରିୟ ବେହେରା ।‌ ବାଲିପାଟଣା ଠାରୁ ହଜାର ହଜାର ସମର୍ଥକଙ୍କ ସହିତ ରୋଡ ସୋ ମାଧ୍ୟମରେ କଲେ ଶକ୍ତି ପ୍ରଦର୍ଶନ ।‌ ଅଧିକ ପଢନ୍ତୁ

Satyapriya Behera
Satyapriya Behera (Etv Bharat Odisha)
author img

By ETV Bharat Odisha Team

Published : May 6, 2024, 2:03 PM IST

Satyapriya Behera (Etv Bharat Odisha)

ନିଆଳି: ଶକ୍ତି ଦେଖାଇଲେ ଜୟଦେବ ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥୀ ସତ୍ୟପ୍ରିୟ ବେହେରା । ଆଜି ନାମାଙ୍କନ ପତ୍ରର ଶେଷ ଦିନ ଥିବାରୁ ହଜାର ହଜାର ସମର୍ଥକଙ୍କ ସହିତ ଆସି ସ୍ୱାଧୀନ ପ୍ରାର୍ଥୀ ଭାବେ ସତ୍ୟପ୍ରିୟ ବେହେରା ନାମାଙ୍କନ ଭରିଛନ୍ତି । ବାଲିପାଟଣା ବ୍ଲକ ଗରିଙ୍ଗେଶ୍ବରୀଙ୍କ ପୀଠରୁ ପୂଜା ଅର୍ଚ୍ଚନା କରିବା ପରେ ଏକ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରି ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ପତ୍ର ଭରିଛନ୍ତି ।

ଆସନ୍ତା ୨୫ ତାରିଖରେ ଜୟଦେବ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ବିଭିନ୍ନ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀ ନିଜ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ବିଧାନସଭା ଆସନରେ ଚଳିତ ନିର୍ବାଚନରେ ରୋଚକ ସ୍ଥିତି ଦେଖିବାକୁ ମିଳିଛିି ।‌ ସ୍ବାଧିନ ପ୍ରାର୍ଥୀ ସତ୍ୟପ୍ରିୟ ବେହେରା ବିଭିନ୍ନ ଦଳ ପାଇଁ ଟେନସନ ବଢାଇ ଦେଇଛନ୍ତି । ବିଜେପି ଟିକଟ୍‌ ରେସରେ ଥିବା ସତ୍ୟପ୍ରିୟ ଶେଷରେ ସ୍ବାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବା ପାଇଁ ଶେଷ ଦିନରେ ନିଜର ନାମାଙ୍କନ ପତ୍ର ଭରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବିଜେପି ଛାଡିଲେ ଅଭିମନ୍ୟୁ ମଲ୍ଲିକ, ନିଆଳିରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢିବେ ନିର୍ବାଚନ - Niali Independent Candidate

ଆଜି ନାମାଙ୍କନ ପତ୍ର ଦାଖଲ ସମୟରେ ହଜାର ହଜାର ସମର୍ଥକଙ୍କ ସହ ସତ୍ୟପ୍ରିୟ ନାମାଙ୍କନ ଭରିବାକୁ ଆସି ନିଜର ଦବଦବା ଦେଖାଇଛନ୍ତି । ଏହାପରେ ଚଳିତ ନିର୍ବାଚନରେ ଜୟଦେବରେ ଚତୁର୍ମୁଖୀ ଲଢେଇ ଏକ ରକମ ସ୍ପଷ୍ଟ ହୋଇଯାଇଛି ।

ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସତ୍ୟପ୍ରିୟ ବେହେରା ଗଣମାଧ୍ୟମକୁ କହିଛନ୍ତି, "ଜୟଦେବ ଯୁବକ, ମା' ମାଉସୀମାନଙ୍କ ଆଶୀର୍ବାଦ ମୋ ସହିତ ରହିଛି ଏବଂ ଜୟଦେବ ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି । ଏଥର ନିଶ୍ଚିତ ଭାବରେ ଜୟଦେବରେ ପରିବର୍ତ୍ତନ ହେବ । ଜୟଦେବବାସୀଙ୍କ ଆର୍ଶୀବାଦ ନେଇ ଆଜି ନାମାଙ୍କନ ପତ୍ର ଦାଖଲ କରୁଛି । ମୁଁ ସେବକ, ମୋ ପ୍ରଭୁ ହେଉଛନ୍ତି ଜୟଦେବ ଭୋଟର । ମୋର ସେବା କରିବା ଅଭ୍ୟାସ । ଲୋକେ ସ୍ବତଃପ୍ରବୃତ ଭାବରେ ସହଯୋଗ କରୁଛନ୍ତି ଏବଂ ଏଥର ପରିବର୍ତ୍ତନ ସୁନିଶ୍ଚିତ ।"
ପ୍ରାର୍ଥୀପତ୍ର ଦାଖଲ ସମୟରେ ବହୁ କଳାକାରମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ଶେଷ ଦିନରେ ବିଜେଡି ପ୍ରାର୍ଥୀ ନବକିଶୋର ମଲ୍ଲିକ ମଧ୍ୟ ନିଜର ସମର୍ଥକମାନଙ୍କୁ ଧରି ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ସୂଚନା ମିଳିଛି ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.