ETV Bharat / politics

ଜଗତସିଂହପୁର ବିଜେଡିରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ! - Jagatsinghpur BJD

In party dispute Jagatsinghpur BJD: ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ଦଳୀୟ କର୍ମୀ । ବିଧାୟକ ଗ୍ରାମକୁ ଆସୁନଥିବା କି ସମସ୍ୟା ସମାଧାନ କରୁନଥିବା ଅଭିଯୋଗ । ଅଧିକ ପଢନ୍ତୁ

ଜଗତସିଂହପୁର ବିଜେଡିରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ !

author img

By ETV Bharat Odisha Team

Published : Apr 29, 2024, 7:29 AM IST

ଜଗତସିଂହପୁର ବିଜେଡିରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ନେଇ ଅସନ୍ତୋଷ !

ଜଗତସିଂହପୁର: ନିର୍ବାଚନ ମଣ୍ଡଳୀରେ ବିଜେଡି ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଯାହାକୁ ପ୍ରଶମିତ କରିବା ପାଇଁ ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ପ୍ରଶାନ୍ତ ସେମାନଙ୍କ ଅଞ୍ଚଳ ଗସ୍ତ କରୁନଥିବା ଓ ସମସ୍ୟା ସମ୍ପର୍କରେ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ବିଜେଡିର କିଛି ତୃଣମୂଳ କର୍ମୀ ।

2019 ସାଧାରଣ ନିର୍ବାଚନରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ପ୍ରାର୍ଥୀ କରିଥିଲା । ସେଥର କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳଙ୍କୁ 8 ହଜାରରୁ ଅଧିକ ଭୋଟରେ ପ୍ରଶାନ୍ତ ମୁଦୁଲି ପରାସ୍ତ କରିଥିଲେ । ଦୀର୍ଘ 5ବର୍ଷ ମଧ୍ୟରେ ଜଗତସିଂହପୁର ବ୍ଲକର 30ଟି ପଞ୍ଚାୟତ ଓ ନାଉଗାଁ ବ୍ଲକର 16ଟି ପଞ୍ଚାୟତରେ ତୃଣମୂଳସ୍ତରରୁ ଦଳକୁ ସୁଦୃଢ କରିବା ପାଇଁ ଯେଉଁ ପ୍ରୟାସ ହେବାକଥା ତାହା ହୋଇ ପାରିଲା ନାହିଁ । ଫଳରେ ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଓ ବିଜେପିର ଭୋଟହାର ବଢିଥିଲା । ଏପରିକି ପୌର ନିର୍ବାଚନରେ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷ ପଦଟି କଂଗ୍ରେସ ହାତକୁ ଯାଇଥିଲା । ରାଜ୍ୟରେ ବିଜେଡି ସରକାର ଥିବା ବେଳେ ଜଗତସିଂହପୁରରେ ଚାରୋଟି ଯାକ ବିଧାନସଭା ଆସନ ବିଜେଡି ଅକ୍ତିଆରରେ ରହିଥିଲେ ମଧ୍ୟ ଜଗତସିଂହପୁର ପୌରଧକ୍ଷ ପଦ କଂଗ୍ରେସ ହାତେଇବା ସହ ଉପାଧ୍ୟକ୍ଷ ପଦ ବିଜେପି ହାତକୁ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା: କଟକ-ବାରବାଟୀରୁ ଲଢିବେ ସୋଫିଆ ଫିରଦୋସ, ବଦଳିଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ - Congress Candidate List

ଏବେ ସାଧାରଣ ନିର୍ବାଚନର ସମୟ । ଜଗତସିଂହପୁର ବିଧାନସଭା ଆସନର 46ଟି ପଞ୍ଚାୟତ ଓ ଗୋଟିଏ ପୌର ପରିଷଦରେ ବିଜେଡିର ଗୋଷ୍ଠୀ ବିବାଦ ଏବେ ଉଗ୍ର ହୋଇଛି । ଏହାର ଫାଇଦା ନେବାପାଇଁ ପୂର୍ବତନ ବିଜେଡି ସଭାପତି ତଥା ଟିକେଟ ନ ପାଇ ବିଜେପିରେ ସାମିଲ ହୋଇଥିବା ଅମରେନ୍ଦ୍ର ଦାସ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ନିଜ ଶିବିରକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଥିବା ପରି ଜଣାପଡୁଛି । ଏହା ମଧ୍ୟରେ ବିଜେଡି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରଶାନ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଗାଁ ଗାଁରେ ବିଜେଡିର ଅସନ୍ତୁଷ୍ଟ କର୍ମୀମାନେ ସଭା କରି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ଖପ୍ପା ହୋଇଛନ୍ତି ।ଅପରପକ୍ଷରେ କଂଗ୍ରେସ ଜଗତସିଂହପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରତିମା ମଲ୍ଲିକଙ୍କ ନାମ ଘୋଷଣା କରିଛି । ଗତକାଲି ଦଳ ଏହି ଆସନ ସମେତ 8 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.