ETV Bharat / politics

ନେତାଙ୍କ ପାଇଁ ହଟ୍ଟହଟ୍ଟା ଜନତା, ନାମାଙ୍କନ ରାଲିରେ ଟ୍ରାଫିକ ଜାମ, ଘଣ୍ଟା ଘଣ୍ଟା ଧରି ଅଟକିଲା ୩ ଆମ୍ବୁଲାନ୍ସ - Traffic jam due to CPIM rally - TRAFFIC JAM DUE TO CPIM RALLY

Traffic jam due to CPIM rally: ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଭରିବାକୁ ଯିବାବେଳେ ସମର୍ଥକଙ୍କ ବେପରୁଆ ରାଲି ଯୋଗୁଁ ସୁନ୍ଦରଗଡ ଜିଲ୍ଲା ବଣାଇରେ ଉପୁଜିଲା ଟ୍ରାଫିକ ସମସ୍ୟା । ଘଣ୍ଟାଏ ଧରି ଜାମରେ ଫସିରହିଲା ୩ ଆମ୍ବୁଲାନ୍ସ । ସେପଟେ ରାଲି ସାରି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ସମର୍ଥକ । ୮ ଗୁରୁତର । ଅଧିକ ପଢନ୍ତୁ

Traffic jam due to CPIM rally
Traffic jam due to CPIM rally (Etv Bharat)
author img

By ETV Bharat Odisha Team

Published : May 3, 2024, 2:10 PM IST

Traffic jam due to CPIM rally (Etv Bharat)

ରାଉରକେଲା : ନେତାଙ୍କ ପାଇଁ ହଟ୍ଟହଟ୍ଟା ଜନତା । ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଭରିବାକୁ ଯିବାବେଳେ ସମର୍ଥକଙ୍କ ବେପରୁଆ ରାଲି ଯୋଗୁଁ ସୁନ୍ଦରଗଡ ଜିଲ୍ଲା ବଣାଇରେ ଉପୁଜିଲା ଟ୍ରାଫିକ ସମସ୍ୟା । ଘଣ୍ଟାଏ ଧରି ଜାମରେ ଫସିରହିଲା ୩ ଆମ୍ବୁଲାନ୍ସ । ଅନ୍ୟପଟେ ଘରକୁ ଫେରିଲା ବେଳେ ସମର୍ଥକମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏହି ଦୁର୍ଘଟଣାରେ ପାଖାପାଖି ୮ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସୁନ୍ଦରଗଡ ଜିଲ୍ଲା ବଣାଇ ସହରର ମୁଖ୍ୟ ରାସ୍ତାରେ ଗୁରୁବାର ଦିନ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି । ନେତାଙ୍କ ରାଲି ପାଇଁ ଘଣ୍ଟାଏ ଧରି ଫସି ରହିଲା ଆମ୍ବୁଲାନ୍ସ । ଗୋଟିଏ ନୁହେଁ ବରଂ ତିନି ତିନିଟି ଆମ୍ବୁଲାନ୍ସ ଏଭଳି ଫସି ରହିଥିବା ଦେଖିବାକୁ ମିଳିଛି । ତେବେ ଟ୍ରାଫିକ ଏବଂ ପୋଲିସ ବିଭାଗ ପକ୍ଷରୁ ଟ୍ରାଫିକ ପରିଚାଳନାରେ ଅବହେଳା ସହ ନେତାଙ୍କ ସମର୍ଥକମାନଙ୍କ ବେପରୁଆ ରାଲି ଯୋଗୁଁ ରାସ୍ତା ମଝିରେ ଘଣ୍ଟାଏ ଧରି ଫସି ରହିଲା ତିନୋଟି ଆମ୍ବୁଲାନ୍ସ ।

ବଣାଇରେ ଗୁରୁବାର CPIM ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ନାମାଙ୍କନ ଭରିବାକୁ ଗଲାବେଳେ ଏଭଳି ସ୍ଥିତି ଉପୁଜିଥିଲା । ସମର୍ଥକମାନଙ୍କ ସହ ବିଶାଳ ରାଲିରେ ଯାଉଥିବା ବେଳେ ବଣାଇ ସହରର ମୁଖ୍ୟ ରାସ୍ତାରେ ପ୍ରବଳ ଗାଡି ଜାମ ହୋଇଯାଇଥିଲା । ରାସ୍ତା କଡରେ ଶହ ଶହ ଗାଡି ଅଟକି ରହିଥିଲା । ଏହାମଧ୍ୟରେ ୩ଟି ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିଲା । ପାଖାପାଖି ଘଣ୍ଟାଏ ଧରି ୩ଟି ଆମ୍ବୁଲାନ୍ସ ଫସି ରହିଥିବା ବେଳେ ବାରମ୍ବାର ସାଇରନ ମାରିବା ସତ୍ତ୍ବେ ନେତାଙ୍କ ସମର୍ଥକମାନେ ରାସ୍ତାରୁ ହଟୁନଥିବା ଦେଖିବାକୁ ମିଳିଛି । ସେହି ସମୟରେ ୩ଟି ଆମ୍ବୁଲାନ୍ସରେ ଗୁରୁତର ରୋଗୀ ମଧ୍ୟ ରହିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ.. ନାମାଙ୍କନ ପୂର୍ବରୁ ଭଗବାନଙ୍କ ଆଶିଷ ଭିକ୍ଷା କଲେ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ - SUNDARGARH LOK SABHA CONSTITUENCY

ଅନ୍ୟପଟେ, ଏହି ରାଲିରୁ ଫେରୁଥିବା ବେଳେ ସମର୍ଥକମାନେ ଦୁର୍ଘଟଣାର ସାମ୍ନା ହୋଇଥିବା ମଧ୍ୟ ଖବର ମିଳିଛି । CPIMର ସମର୍ଥକମାନେ ବଣେଇ ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ବସ୍ ଓ ଟେମ୍ପୋ ଯୋଗେ ଆସି ବିଶାଳ ଶୋଭା ଯାତ୍ରାରେ ଯୋଗଦେଇ ନିଜ ନିଜ ଅଞ୍ଚଳକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ବିମଳାଗଡ ଫକିରମୁଣ୍ଡା ଗ୍ରାମର ୧୦ ଜଣ ଲୋକ ଏକ ଟେମ୍ପୋରେ ଫେରୁଥିବା ବେଳେ ରାଜାମୁଣ୍ଡା ଗୁଢିଆଳିଠାରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା । ଏଥିରେ ୮ ରୁ ୯ ଜଣ ଲୋକ ଗୁରୁତର ହୋଇଛନ୍ତି ।

ଗୁରୁତରମାନଙ୍କୁ ପ୍ରଥମେ ସ୍ଥାନୀୟ ଲୋକଙ୍କ ସହାୟତାରେ ଲହୁଣୀପଡ଼ା ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଗୁରୁତରମାନଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି । ତେବେ ଯେଉଁ ଲୋକଙ୍କ ସେବା କରିବା ପାଇଁ ନେତା ନାମାଙ୍କନ ଭରୁଛନ୍ତି, ସେହି ଲୋକମାନେ ଏଭଳି ହଇରାଣର ସମ୍ମୁଖୀନ ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.