ETV Bharat / politics

ସାଂସଦ ପ୍ରାର୍ଥୀଙ୍କୁ ନେଇ ପ୍ରଚାର ମଇଦାନରେ ହିନ୍ଦୋଳ ବିଧାୟକ ପ୍ରାର୍ଥୀ ମହେଶ ସାହୁ - ODISHA ASSEMBLY ELECTION 2024 - ODISHA ASSEMBLY ELECTION 2024

BJD Campaign In Hindol: ଢେଙ୍କାନାଳର ହିନ୍ଦୋଳରେ ଟିକଟ ମିଳିବା ପରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି ମହେଶ ସାହୁ । ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ସାମିଲ ଥିଲେ । ଅଧିକ ପଢନ୍ତୁ

Hindol BJD MLA Candidate Mahesh Sahoo Start Campaigning With MP candidate  For Odisha Assembly Election

author img

By ETV Bharat Odisha Team

Published : Apr 24, 2024, 10:43 PM IST

Hindol BJD MLA Candidate Mahesh Sahoo Start Campaigning With MP candidate For Odisha Assembly Election

ଢେଙ୍କାନାଳ: ସରଗରମ ହେଇଛି ଢେଙ୍କାନାଳ ରାଜନୀତି । ବିଜେଡି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ଟିକେଟ କାଟି ତାଙ୍କ ସ୍ଥାନରେ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି । ଆଜି ନିଜର ସମର୍ଥକ ମାନଙ୍କୁ ନେଇ ପ୍ରଚାରକାର୍ଯ୍ୟ ଆରମ୍ଭ କରିଛନ୍ତି ମହେଶ ।

ଭାପୁର ନିକଟସ୍ଥ ପଶ୍ଚିମେଶ୍ବର ମହାଦେବଙ୍କ ପୀଠରେ ଦର୍ଶନ କରିବା ପରେ ନିଜର ନିର୍ଵାଚନ ପ୍ରଚାର ଆରମ୍ଭ କରିଛନ୍ତି ମହେଶ । ନିଜର ହଜାର ହଜାର ସଂଖ୍ୟାରେ ସମର୍ଥକ ଓ ବିଜେଡି କର୍ମୀଙ୍କ ମହଲରେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ହିନ୍ଦୋଳ ଗସ୍ତ କରିଛନ୍ତି ମହେଶ ସାହୁ । ସେହିପରି କୁନୂଆ ସ୍ଥିତ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଆରାଧ୍ୟ ଦେବୀ ମା' ସୁକୁଆ ବାଉତି ପୀଠରେ ପୂଜାର୍ଚ୍ଚନା କରିଛନ୍ତି ମହେଶ । ତାଙ୍କ ସହ ବିଜେଡିର ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଥିଲା । ପରେ ଉଭୟ ମହେଶ ଓ ଅବିନାଶ ଶୋଭାଯାତ୍ରାରେ ହିନ୍ଦୋଳ ଅଞ୍ଚଳ ପରିକ୍ରମା କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ବଣାଇ ନିର୍ବାଚନ ମଣ୍ଡଳୀ: ବାମଗଡ଼ରେ ଫୁଟିବ କି ପଦ୍ମ, ନା ହେବ ଶଙ୍ଖନାଦ - ODISHA ASSEMBLY ELECTION 2024

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବେ ମହେଶ ସାହୁଙ୍କୁ ହିନ୍ଦୋଳରେ ବିପୁଳ ସ୍ବାଗତ କରାଯାଇଥିବା ବେଳେ ବିଜେଡି କର୍ମୀ ଓ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ତେବେ ମହେଶ ସାହୁ ତାଳଚେରରୁ ୩ ଥର ଲଗାତର ବିଧାୟକ ହୋଇଥିଲେ ଏବଂ ପାଳଲହଡାରୁ ଥରେ ବିଧାୟକ ହୋଇଥିବା ମହେଶ ଗତ ୨୦୧୯ ସାଧାରଣ ନିର୍ବାଚନରେ ଢେଙ୍କାନାଳର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଫଳରେ ଢେଙ୍କାନାଳବାସୀଙ୍କ ଶ୍ରଦ୍ଧା ଓ ଭଲପାଇବା ତାଙ୍କ ସାଥିରେ ରହିଛି ।

ସାଂସଦ ଭାବେ ହିନ୍ଦୋଳବାସୀଙ୍କ ସହିତ ସେ ଭଲ ଆନ୍ତରିକ ଭାବେ ଯୋଡି ହୋଇଥିବା ବେଳେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବାସୀଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ତଥା ନୂଆ ଓଡ଼ିଶାର ସ୍ବପ୍ନ ପାଇଁ ବିଜୁ ଜନତା ଦଳ ଓ ତାଙ୍କ ପ୍ରତି ଭୋଟରଙ୍କ ପୂର୍ଣ୍ଣ ସମର୍ଥନ ରହିଛି ଓ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମହେଶ । ଆଉ ଏହି ବିକାଶ ଧାରାରେ ଯୁବ ଗୋଷ୍ଠୀଙ୍କୁ ସାମିଲ କରି ଆଗକୁ ଆଗେଇ ନେବା ପାଇଁ ଭୋଟର ମାନଙ୍କୁ ଆହ୍ବାନ ଦେଇଛନ୍ତି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.